କନକ ବ୍ୟୁରୋ: ଓଡ଼ିଆଙ୍କର ପଖାଳ ସହ ଶୁଖୁଆର ନିବିଡ଼ ସମ୍ପର୍କ ରହିଛି । ବିନା ସମୁଦ୍ର ମାଛରେ ପ୍ରସ୍ତୁତ ଆଦିବାସୀ ଇଲାକାର ସ୍ୱାଦିଷ୍ଟ ମାଛର ଶୁଖୁଆ ତୁରୁଞ୍ଜା ଶୁଖୁଆ । ନବରଙ୍ଗପୁର ଜିଲ୍ଲାରେ ବର୍ତ୍ତମାନ ମିଳୁଛି ତୁରୁଞ୍ଜା ଶୁଖୁଆ । ସ୍ଥାନୀୟ ଭାଷାରେ ଏହା ତୁରୁ ସୁକୁସି । ବଜାରରେ ଏହାର ଦାମ କିଲୋ ପିଛା ୫ ହଜାରରୁ ୬ ହଜାର ଟଙ୍କା । ଦାମ୍ ଆକାଶଛୁଆଁ ହେଲେ ବି ନିଆରା ସ୍ୱାଦ ପାଇଁ ଲୋକ କିଣି ନେଉଛନ୍ତି । ଯାହା ନବରଙ୍ଗପୁର ଜିଲ୍ଲାର ଆଦିବାସୀ ମହିଳାଙ୍କ ରୋଜଗାରର ଏକ ମୁଖ୍ୟ ମାଧ୍ୟମ ପାଲଟିଛି ।
ନବରଙ୍ଗପୁର ଜିଲ୍ଲାର ସାପ୍ତାହିକ ହାଟରେ ତୁରୁ ଶୁକସି ବା ତୁରୁଞ୍ଜା ଶୁଖୁଆ ପସରା । ବଜାରରେ ମିଳୁଥିବା ଅନ୍ୟ ଶୁଖୁଆ ଅପେକ୍ଷା ଏହାର ସ୍ବାଦ ନିଆରା । ପୂରା ଦେଶୀ ଉପାୟରେ ଆଦିବାସୀ ମହିଳାମାନେ ଏହାକୁ ପ୍ରସ୍ତୁତ କରୁଥିବାରୁ ଏହାର ଚାହିଦା ବେଶି । ଗାଁ ଗହଳି ଏବଂ ସାପ୍ତାହିକ ହାଟରେ ବିକ୍ରି କରନ୍ତି ମହିଳା। ବର୍ଷା ସମୟରେ ତୁରୁଞ୍ଜା ମାଛ ନଦୀ ଓ ନାଳରୁ ଆସି ଧାନ ଜମିରେ ବଂଶ ବିସ୍ତାର କରନ୍ତି । ବର୍ଷା ପରେ ଧାନ ଜମିରେ ଜମି ରହିଥିବା ପାଣିରୁ ଏହି ମାଛ ଧରନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକ । ଭଲ ଭାବେ ସଫା କରି ଚୁଲି ଉପରେ ବାଉଁଶ ତାଟିରେ ଶୁଖାଇ ସାଇତି ରଖନ୍ତି । କେବଳ ନବରଙ୍ଗରପୁର ନୁହେଁ, ପଡ଼ୋଶୀ ଜିଲ୍ଲା କୋରାପୁଟ ଓ ପଡ଼ୋଶୀ ଛତିଶଗଡ଼ରୁ ଲୋକମାନେ ଏହି ଶୁଖୁଆ କିଣିବା ପାଇଁ ଏହି ହାଟରେ ଭିଡ଼ ଲଗାନ୍ତି ।
ଓଡ଼ିଶାର ବଡ ଶୁଖୁଆ ହାଟ । ଶୁଖୁଆ ବିକିଲେ ପୁରୁଛି ପେଟ
ଦାମ୍ ଅଧିକ ଥିଲେ ବି ଏହାକୁ କିଣିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାର ଲୋକଙ୍କ ଭିଡ଼ ଲାଗିଥାଏ । ଛୋଟମାଛରେ ଅଧିକ ଭିଟାମିନ୍ ରହିଥାଏ । ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଭଲ । କିଛି କେମିକାଲ ଦିଆଯାଉନଥିବାରୁ ଏହାକୁ ଅଧିକ ଦିନ ପର୍ଯ୍ୟନ୍ତ ସାଇତି ରଖିହୁଏ । ସ୍ୱାଦ ଅନୁଯାୟୀ ଭିନ୍ନଭିନ୍ନ ପ୍ରଣାଳୀରେ ରୋଷେଇ କରାଯାଇଥାଏ । ବିଶେଷକରି ସମୁଦ୍ର ଓ ନଦୀ ମାଛର ଶୁଖୁଆ ବର୍ଷର ସବୁ ସମୟରେ ମିଳିଥାଏ । କିନ୍ତୁ ଏହି ତୁରୁଞ୍ଜା ଶୁଖୁଆ କେବଳ ନିର୍ଦ୍ଦିଷ୍ଟ ସମୟରେ ମିଳୁଥିବାରୁ ଏହାକୁ ପାଇବା ପାଇଁ ଯେମିତି ଏହି ସମୟକୁ ନବରଙ୍ଗପୁରବାସୀ ଅପେକ୍ଷା କରି ରହିଥାଆନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/09/nabarangpur-2025-11-09-21-55-20.png)