ଚିଲିକା ଅଂଚଳରେ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ଶୁଖୁଆ ବ୍ୟବସାୟ । ବିଭିନ୍ନ ପ୍ରକାରର ଶୁଖୁଆ ବିକ୍ରି କରି ସ୍ୱାବଲମ୍ବୀ ହେଉଛନ୍ତି ଡାଇମଣ୍ଡ ପ୍ରଡ୍ୟୁସର ଗ୍ରୁପର ସଦସ୍ୟା

111

କନକ ବ୍ୟୁରୋ : ଚିଲିକାରୁ ମାଛ ସଂଗ୍ରହ କରି ଶୁଖୁଆ ପ୍ରସ୍ତୁତ କରୁଛନ୍ତି କୃଷ୍ଣପ୍ରସାଦ ବ୍ଲକ ନୂଆପଡ଼ା ପଂଚାୟତ ଖଟିସାହି ଗାଁର ୩୪ ଜଣ ମହିଳା । ଚିଲିକା ଡାଇମଣ୍ଡ ପ୍ରଡ୍ୟୁସର ଗ୍ରୁପ୍ ଗଠନ କରି ଏହି ମହିଳା ମାନେ ଶୁଖୁଆ ପ୍ରସ୍ତୁତ କରୁଛନ୍ତି । ନିଜର ଘର କାମ ସହ ଏହି କାମ ପାଇଁ ଦିନକୁ ୨ ଘଂଟା ସମୟ ଦେଉଛନ୍ତି । ରାଜ୍ୟର ବିଭିନ୍ନ ବଜାର ଓ ମେଳା ମହୋତ୍ସବରେ ମହିଳା ମାନେ ଏହି ଶୁଖୁଆ ବିକ୍ରି କରୁଛନ୍ତି । ଏଥିରୁ ଭଲ ଲାଭ ମିଳୁଥିବାରୁ ମହିଳା ମାନେ ମଧ୍ୟ ବେଶ ଖୁସି ଅଛନ୍ତି । ବିଭିନ୍ନ ପ୍ରକାରର ଶୁଖୁଆ ପ୍ରସ୍ତୁତ କରି ଅନେକ ପ୍ରଶଂସା ସାଉଁଟିଛନ୍ତି ଏହି ଗ୍ରୁପର ସଦସ୍ୟା ।

ଚିଲିକା ଖଇଁଙ୍ଗା, କବଳା, ଡାଙ୍ଗାଳା, ଚାଉଳି, ପାତୁଆ, ପୋଲଗଣା, ରସ ପାତୁଆ, କଂଟି, ପଥରମୁଣ୍ଡି, ଗାଁଆଣ, ପାରେଇ, ଚାନ୍ଦି, ମରଡାଚିଙ୍ଗୁଡି ଏବଂ ପାନୁଚିଙ୍ଗୁଡି ଶୁଖୁଆ କରି ଭଲ ବ୍ୟବସାୟ କରୁଛନ୍ତି ଏହି ମହିଳା ମାନେ । ୨୦୨୦ ମସିହାରୁ କିଛି ରୁଣ ନେଇ ଏହି ବ୍ୟବସାୟ ଆପଣାଇଛନ୍ତି ଏହି ପ୍ରଡ୍ୟୁସର ଗ୍ରୁପ । ବିଭିନ୍ନ ଗାଁରୁ ଲୋକମାନେ ଆସି ଖଟିସାହି ଗାଁରୁ ଶୁଖୁଆ କିଣି ନେଉଛନ୍ତି । କମ୍ ଟଙ୍କା ଖର୍ଚ୍ଚ କରି ଅଧିକ ପରିମାଣର ଲାଭବାନ ହେଉଥିବା କଥା କହିଛନ୍ତି ଚିଲିକା ଡାଇମଣ୍ଡ ପ୍ରଡ୍ୟୁସର ଗୃପର ସଦସ୍ୟା । ଏହି ଶୁଖୁଆ ବ୍ୟବସାୟ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିଛି ।

ଗାଁ ମହିଳା ମାନେ କେବଳ ଘର କାମରେ ସୀମିତ ରୁହନ୍ତି ତା’ ନୁହେଁ, ସେମାନେ ମଧ୍ୟରେ କିଛି କାମ କରି ରୋଜଗାର କରିପାରନ୍ତି ତାହା ପ୍ରମାଣିତ କରିଛନ୍ତି ଏହି ଅଂଚଳର ମହିଳା । ଶୁଖୁଆ ବ୍ୟବସାୟ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଛନ୍ତି ଚିଲିକା ଡାଇମଣ୍ଡ ପ୍ରଡ୍ୟୁସର ଗ୍ରୁପ୍ର ସଦସ୍ୟା ।