ଓଡ଼ିଶାର ବଡ ଶୁଖୁଆ ହାଟ । ଶୁଖୁଆ ବିକିଲେ ପୁରୁଛି ପେଟ

263

କନକ ବ୍ୟୁରୋ : ଜାତୀୟ ରାଜପଥ କଡରେ ଚାଲିଛି ଶୁଖୁଆ ହାଟ । ଭଳିକି ଭଳି ଶୁଖୁଆ ପସରା ମେଲାଇ ବସିଛନ୍ତି ବ୍ୟବସାୟୀ । ଏ ହେଉଛି ଗଂଜାମ ଜିଲ୍ଲା ହୁମା ଶୁଖୁଆ ହାଟର ଦୃଶ୍ୟ । ଶାବଳା, ପଥରମୁଣ୍ଡି, ଖଇଙ୍ଗା, କାରାଚାନ୍ଦି, କୋକଲି, ଚିଙ୍ଗୁଡି ଏମିତି ପ୍ରାୟ ୪୦ ପ୍ରକାର ଶୁଖୁଆ ମିଳୁଥିବା ହାଟ ରାସ୍ତାକଡରେ ଚାଲିଛି । ହୁମା ଶୁଖୁଆ ହାଟକୁ ବମ୍ବେ, କୋଲକାତା, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ ସହ ଓଡିଶାର ବିଭିନ୍ନ ସ୍ଥାନରୁ ଶୁଖୁଆ ଆସିଥାଏ । ଏଠାରୁ ବିଭିନ୍ନ ଗାଁ ଓ ସହରକୁ ଯାଇଥାଏ । ଲୋକଙ୍କ ଚାହିଦା ମୁତାବକ ଭଲ ଶୁଖୁଆ ମିଳୁଥିବାରୁ ଏଠାରେ ପ୍ରତିଦିନ ଲୋକଙ୍କ ଗହଳି ହୋଇଥାଏ । ଯାହା ଫଳରେ ଭଲ ଦୁଇ ପଇସା ବ୍ୟବସାୟ ହୋଇଥାଏ ବୋଲି କହିଛନ୍ତି ଶୁଖୁଆ ବ୍ୟବସାୟୀ ।

ସେହିପରି ଭଦ୍ରକ ଚାନ୍ଦବାଲି ବ୍ଲକ ଧାମରା ସମୁଦ୍ର ମୁହାଣ ନିକଟରେ ଥିବା ଚନ୍ଦିନୀପାଳ ଶୁଖୁଆଖଳାରେ ପ୍ରସ୍ତୁତ ହେଉଛି ଉନ୍ନତ ମାନର ଶୁଖୁଆ । ମତ୍ସ୍ୟଜୀବୀ ମାନେ ସମୁଦ୍ରରୁ ମାଛ ମାରିବା ପରେ ଖରାରେ ଶୁଖାଇ ସୁଖୁଆ ପ୍ରସ୍ତୁତ କରିଥାନ୍ତି । ଏହା ଖାଇବାକୁ ସ୍ୱାଦିଷ୍ଟ ହୋଇଥିବା ବେଳେ ଲୋକଙ୍କର ମଧ୍ୟ ଚାହିଦା ରହିଛି । ଏଠାରୁ ଓଳେଇ, ଖଇରୀ, ପାଟିଲି, ସିଳା, ଫାସି, ଫିରିଙ୍ଗା, ବାହାଲି, ଚମ୍ପା, ଆଦି ଶୁଖୁଆ ପ୍ରସ୍ତୁତ ହୋଇଥାଏ । ବାହାର ରାଜ୍ୟ ତ୍ରିପୁରା, ଆସାମ ସିଲଗୁଡ଼ି, ତାମିଲନାଡ଼ୁ, ବାଙ୍ଗାଲୋର ଭଳି ରାଜ୍ୟକୁ ଏଠାରୁ ଟନ୍ ଟନ୍ ଶୁଖୁଆ ରପ୍ତାନୀ ହୋଇଥାଏ ।

ଚାନ୍ଦବାଲି ବ୍ଳକର ଧାମରା, ଦୋସିଙ୍ଗା, କରଞ୍ଜମାଳ, କୋଇଥକୋଲା, ବାଂଶଡ଼ା, ଯାଗୁଳା, କରଣପଲ୍ଲୀ ପଂଚୁଟୀକ୍ରୀ ଏବଂ ଚଡ଼ଦିଆ ଆଦି ପଂଚାୟତର ପାଖାପାଖି ୫ହଜାରରୁ ଉଦ୍ଧ୍ୱର୍ ପରିବାର ଶୁଖୁଆ ବ୍ୟବସାୟ କରନ୍ତି । ବର୍ଷର ମାତ୍ର ୩ମାସ ଏମାନେ ଶୁଖୁଆ ପ୍ରସ୍ତୁତ କରିଥାନ୍ତି ଅନ୍ୟ ଦିନମାନଙ୍କରେ ସରକାରୀ କଟକଣା ତଥା ଅଲିଭରିଡ଼ଲେଙ୍କ ସୁରକ୍ଷା ପାଇଁ ୭ମାସ ସୁମୁଦ୍ର ମଧ୍ୟକୁ ଯାଇ ପାରିନଥାନ୍ତି । ଅନ୍ୟପଟେ ବର୍ଷାଦିନ ଆସିଲେ ଶୁଖୁଆ ଚାଷୀଙ୍କ ଦ୍ରୁ୍ଦ୍ଦଶା ଆହୁରି ବଢ଼ିଯାଇଥାଏ ।