କନକ ବ୍ୟୁରୋ : ସଦର ଡାକ୍ତରଖାନାରେ ନିଶ୍ଚେତକ ଡାକ୍ତର ଅଭାବ । ପ୍ରସବ ପାଇଁ ବୁର୍ଲାକୁ ରେଫର ହେଉଛନ୍ତି ଗର୍ଭବତୀ । ତିନି ବର୍ଷ ହେବ ଏହି ସମସ୍ୟା ଲାଗି ରହିଥିବା ବେଳେ ଆଗକୁ ସମସ୍ୟା ଆହୁରି ଉତ୍କଟ ହେବାର ଆଶଙ୍କା କରାଯାଉଛି ।
ଅଧିକ ପଢ଼ନ୍ତୁ : ଝାରସୁଗୁଡ଼ାରେ କଲବଲ କ୍ୟାନସର ରୋଗୀ, ନାହାଁନ୍ତି କ୍ୟାନସର ଡାକ୍ତର, ଚିନ୍ତାରେ କେମୋ ନେଉଥିବା ରୋଗୀ
ଝାରସୁଗୁଡ଼ା ସଦର ମୁଖ୍ୟ ଚିକିତ୍ସାଳୟରୁ ଆସିଛି ସ୍ବାସ୍ଥ୍ୟସେବାର ଏପରି ବିପର୍ଯ୍ୟସ୍ତ ଚିତ୍ର । ଡାକ୍ତରଖାନାରେ ବର୍ଷ ବର୍ଷ ହେଲାଣି ଲାଗିରହିଛି ନିଶ୍ଚେତକ ଡାକ୍ତର ଅଭାବ । ୩ ବର୍ଷ ହେଲାଣି ନିଶ୍ଚେତକ ଡାକ୍ତର ଛୁଟିରେ ଅଛନ୍ତି । ଅସୁବିଧାକୁ ଦୃଷ୍ଟିରେ ରଖି ଡିଏସଏଫରୁ ନିଯୁକ୍ତ ନିଶ୍ଚେତକ ଓ ଅନ୍ୟ ଜଣେ ଏମବିବିଏସ୍ ତାଲିମ ନେଇ ନିଶ୍ଚେତକ ଡାକ୍ତର କାର୍ଯ୍ୟ ତୁଲାଉଥିଲେ । ଗତ ନଭେମ୍ବର ୩୦ରେ ଜଣେ ଡାକ୍ତର ଚାକିରୀରୁ ଅବସର ଗ୍ରହଣ କରିବା ପରେ ସମସ୍ୟା ଆହୁରି ଜଟିଳ ହୋଇଯାଇଛି । ଅଧିକାଂଶ ସମୟରେ ପ୍ରସବ ପାଇଁ ଆସୁଥିବା ଗର୍ଭବତୀଙ୍କୁ ରେଫର କରାଯାଉଛି । ଗତ ୩ ମାସରେ ୧୦୫ ଜଣ ଗର୍ଭବତୀଙ୍କୁ ପ୍ରସବ ପାଇଁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।
ଅଧିକ ପଢ଼ନ୍ତୁ : JHARSUGUDA POLITICS : ଝାରସୁଗୁଡ଼ାରେ ତେଜିଲା ପୋଲ ରାଜନୀତି : ବ୍ରିଜ୍ ନିର୍ମାଣକୁ ନେଇ ବିଜେଡି-ବିଜେପି କଥା କଟାକଟି
ଖାଲି ଗର୍ଭବତୀ ନୁହଁନ୍ତି, ଦୁର୍ଘଟଣା ଜନିତ ଗୁରୁତର ରୋଗୀଙ୍କ ପାଇଁ ବି ନିଶ୍ଚେତକ ଇଞ୍ଜେକ୍ସନ ଆବଶ୍ୟକ । ସେଥିପାଇଁ ୨୪ ଘଣ୍ଟା ଡାକ୍ତରଖାନାରେ ୩ ଜଣ ନିଶ୍ଚେତକ ଡାକ୍ତର ରୋଟେସନ ଡ୍ୟୁଟିରେ ରହିବା କଥା । ତେଣୁ ତୁରନ୍ତ ଡାକ୍ତର ନିଯୁକ୍ତି ପାଇଁ ଦାବି କରାଯାଇଛି । ଅନ୍ୟପଟେ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଜିଲ୍ଲା ଖଣିଜ ପାଣ୍ଠିରୁ ଚୁକ୍ତି ଭିତ୍ତିକ ହିସାବରେ ଡାକ୍ତର ରଖିବା ପାଇଁ ପ୍ରସ୍ଥାବ ଦିଆଯିବା ନେଇ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ।
ଅଧିକ ପଢ଼ନ୍ତୁ : ଦେଶବ୍ୟାପୀ ବିଏସଏନଏଲ ଫୋର ଜି ସେବା ଆରମ୍ଭ, ଝାରସୁଗୁଡ଼ାରୁ ୯୭ ହଜାର ଟାୱାରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଝାରସୁଗୁଡ଼ାରେ ୨୧୭ରୁ ୧୧୬ଟି ଡାକ୍ତର ପଦବୀ ଖାଲିପଡ଼ିଛି । ଯାହା କେବେ ପୂରଣ ହେବ ଜଣାନାହିଁ। ଅନ୍ୟପଟେ ଝାରସୁଗୁଡ଼ାରେ ମେଡିକାଲ କଲେଜ ଖୋଲିବାକୁ ଦାବି ଜୋର ଧରିଲାଣି । କେବେ ଜିଲ୍ଲାର ସ୍ୱାସ୍ଥ୍ୟାବସ୍ଥା ସୁଧୁରିବ। ଲୋକ ଉତ୍ତମ ଚିକିତ୍ସା ପାଇବା ଦିଗରେ ସ୍ବାସ୍ଥ୍ୟ ବିଭାଗ ଧ୍ୟାନ ଦେବ ତାକୁ ଅପେକ୍ଷା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/jharsuguda-2025-12-10-18-08-58.jpg)