କନକବ୍ୟୁରୋ :  ଝାରସୁଗୁଡାରେ ବନ୍ୟା ଯୋଗୁଁ ଭାଙ୍ଗିଥିବା ବ୍ରିଜ ଗୁଡ଼ିକ ନିର୍ମାଣ ଦାବି କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି  ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ। ଏବଂ ବ୍ରିଜ ନିର୍ମାଣ ପାଇଁ ମିଳିଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ବର୍ତ୍ତମାନର ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ପୂର୍ବ ବିଧାୟିକା ଶସ୍ତା ରାଜାନୀତି କରୁଥିବା ପାଲଟା ଉତ୍ତର ରଖିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରୀପାଠି ।

Advertisment

ଅଧିକ ପଢନ୍ତୁ... ଆରପାରିରେ ଅଭିନେତା ଅଭିନୟ : ୪୪ ବର୍ଷରେ ଦୁନିଆକୁ କହିଲେ ଅଲବିଦା , ଧନୁଷଙ୍କ ସହ କରିଥିଲେ ଡେବ୍ୟୁ

ଗତ ବର୍ଷ ବନ୍ୟାରେ ଝାରସୁଗୁଡ଼ାରେ ହୋଇଥିଲା ବ୍ୟାପକ କ୍ଷୟକ୍ଷତି । ଏଥିରେ ମୁଦ୍ରାଜୋରର ତେଲେନ ନଦୀ ଉପରେ ଥିବା ପୋଲ ଗୁଡ଼ିକ ଭାଙ୍ଗିଛି ।  ଫଳରେ ବ୍ରିଜ୍‌ ଉପରେ ନିର୍ଭରଶୀଳ ଲଇକେରା ବ୍ଲକର ଅନେକ ଗାଁକୁ ଯୋଗାଯୋଗ ଏକ ପ୍ରକାର ତୁଟିଛି ।  ଭଙ୍ଗା ପୋଲ ଉପରେ ଯିବାକୁ ଲୋକ ଡରୁଛନ୍ତି ।  ତେଣୁ ଏହି ବ୍ରିଜର ପୁନଃନିର୍ମାଣ ସହ ଏକ ଆପ୍ରୋଚ୍‌ ରୋଡ୍‌ ଦାବି କରି ଗାଁ ଲୋକଙ୍କ ସହ ମିଶି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଝାରସୁଗୁଡ଼ା ପୂର୍ବତନ ବିଧାୟିକା ଦୀପାଳି ଦାସ। ବର୍ତ୍ତମାନର ବିଜେପି ବିଧାୟକଙ୍କୁ ଟାର୍ଗେଟ କରି ଲଇକେରାରେ ଦିଆଯାଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା? ବୋଲି ପ୍ରଶ୍ନ କରିଛନ୍ତି ।

ଅଧିକ ପଢନ୍ତୁ.... ସୁନା ନୁହେଁ ବରଂ ଏବେ ରୁପା ରଖି ବ୍ୟାଙ୍କ ଦେବ ଋଣ, ଜାଣନ୍ତୁ କ'ଣ ରହିଛି ନିୟମ


ଦୀପାଳିଙ୍କୁ ପାଲଟା ଜବାବରେ ଦେଇଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ।  କହିଛନ୍ତି, ପୂର୍ବ ବିଧାୟିକା ଶସ୍ତା ରାଜନୀତି କରୁଛନ୍ତି। ଉକ୍ତ ବ୍ରିଜଟି ବିଜେଡି ସରକାର ସମୟରେ ନିର୍ମାଣ ହୋଇଥିଲା, ନିଜ ଭୁଲକୁ ଲୁଚାଇବାକୁ ବିଜେଡି ଆମ ମୁଣ୍ଡରେ ଅଠା ବୋଳୁଛି ।  ତେଲେନ ନଦୀ ଉପରେ ପୋଲ ଓ ରାସ୍ତା କାମ ପାଇଁ ଜିଲ୍ଲା ପ୍ରଶାସନ ସ୍ତରରେ ନିଷ୍ପତ୍ତି ହୋଇଛି। ଖୁବଶୀଘ୍ର କାମ ଆରମ୍ଭ ହେବ ।  ଝାରସୁଗୁଡାରେ ଭାଙ୍ଗିଯାଇଥିବା ବ୍ରିଜର ନିର୍ମାଣ ନେଇ ରାଜନୀତି ବୟାନବାଜି ଚାଲୁଥିବା ବେଳେ ଏଥିପାଇଁ କେବେ ଡିପିଆର ପ୍ରସ୍ତୁତ ହୋଇ ଟେଣ୍ଡର ବାହାରିବ ତାକୁ ଅପେକ୍ଷା।