କନକ ବ୍ୟୁରୋ :  ସାରା ଦେଶରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଫୋର୍‌-ଜି ସେବା ଆରମ୍ଭ କରୁଛି ବିଏସଏନଏଲ୍‌। ଝାରସୁଗୁଡ଼ା କାର୍ଯ୍ୟକ୍ରମରେ  ଏହି ସେବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Advertisment

ଜାତୀୟ ଯୋଗାଯୋଗ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାରେ ପ୍ରାୟ ୩୭ ହଜାର କୋଟି ଟଙ୍କା ବ୍ୟୟରେ ଏହି ସେବା ଆରମ୍ଭ ହେଉଛି । ଏଥିପାଇଁ ୯୭,୫୦୦ରୁ ଅଧିକ ମୋବାଇଲ୍ ୪ଜି ଟାୱାର ନିର୍ମାଣ ହୋଇଛି । ଯାହାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ। ଦୂରବର୍ତ୍ତୀ, ସୀମାନ୍ତ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ୨୬ ହଜାର ୭୦୦ରୁ ଅଧିକ ଅପହଞ୍ଚ ଗ୍ରାମକୁ ସଂଯୋଗ ପ୍ରଦାନ କରିବ ବିଏସଏନଏଲ୍‌ ୪-ଜି ସେବା।