କନକ ବ୍ୟୁରୋ : ଜ୍ୟୋତିଷ ଶାସ୍ତ୍ରରେ ପ୍ରଭୁ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ । ସୂର୍ଯ୍ୟଦେବ ସମୟ ସମୟରେ ତାଙ୍କର ରାଶି ଏବଂ ନକ୍ଷତ୍ର ପରିବର୍ତ୍ତନ କରନ୍ତି । ପ୍ରତିବର୍ଷ ଡିସେମ୍ବର ମାସରେ ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରନ୍ତି, ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଏ । ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବା ପରେ ମଳସାର ଆରମ୍ଭ ହୁଏ । ଏହି ସମୟକୁ କିଛି କିଛି ସ୍ଥାନରେ ଖରମାସ ବୋଲି ମଧ୍ୟ କୁହାଯାଏ । ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ଏହି ସମୟରେ ସୂର୍ଯ୍ୟଙ୍କ ତେଜ ହ୍ରାସ ପାଏ । କାରଣ ଧନୁ ରାଶି ହେଉଛି ଦେବଗୁରୁ ବୃହସ୍ପତିଙ୍କ ରାଶି ଏବଂ ଏଥିରେ ପ୍ରବେଶ କରିବା ପରେ ସୂର୍ଯ୍ୟଙ୍କ ପ୍ରଭାବ ସୀମିତ ହୋଇଯାଏ । ଦ୍ରିକ ପଞ୍ଚାଙ୍ଗ ଅନୁସାରେ ଚଳିତ ବର୍ଷ ସୂର୍ଯ୍ୟଦେବ ଡିସେମ୍ବର ୧୬ ତାରିଖ ସକାଳ ୪ଟା ୨୭ ରେ ଧନୁ ରାଶିରେ ପ୍ରବେଶ କରିଛନ୍ତି ଏବଂ ଏହିଠାରୁ ମଳମାସର ଆରମ୍ଭ ହୋଇଯାଇଛି । ଏହି ସମୟରେ ଶୁଭ କାର୍ଯ୍ୟ ନିଷେଧ । ବିବାହ, ବ୍ରତ ,ଗୃହପ୍ରବେଶ ଭଳି ଶୁଭ କାର୍ଯ୍ୟ ଏହି ସମୟରେ ହୁଏ ନାହିଁ । ତେବେ ଏହି ସମୟ କିଛି ରାଶିଙ୍କ ଉପରେ ମଧ୍ୟ ଅଶୁଭ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିଙ୍କ ପାଇଁ ଏହି ସମୟ ଅଶୁଭ ରହିବ ।
ବୃଷ
ବୃଷ ରାଶିର ବ୍ୟକ୍ତିବିଶେଷଙ୍କୁ ମଳମାସରେ ଅଧିକ ସତର୍କ ରହିବାକୁ ପଡ଼ିବ । କାରଣ ଏହି ସମୟରେ ସେମାନଙ୍କ କାମରେ ବାଧା ଉତ୍ପନ୍ନ ହୋଇପାରେ । ନୂତନ ଦାୟିତ୍ୱ ମିଳିପାରେ କିନ୍ତୁ ଚାପ ବି ବୃଦ୍ଧି ହୋଇପାରେ । ଏହି ସମୟରେ କୌଣସି ବ୍ୟବସାୟରେ ନିବେଶ କରନ୍ତୁ ନାହିଁ । ସମ୍ପର୍କରେ ସମସ୍ୟା ଦେଖାଦେଇପାରେ ଏବଂ ବୈବାହିକ ଜୀବନରେ ଦ୍ୱନ୍ଦ୍ୱ ଉପୁଜିପାରେ । ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି ।
ମକର
ମଳମାସ ସମୟରେ ମକର ରାଶିର ଲୋକଙ୍କୁ ସତର୍କ ରହିବାକୁ ଜ୍ୟୋତିଷମାନେ ପରାମର୍ଶ ଦେଉଛନ୍ତି । ଏହି ସମୟରେ ମକର ରାଶିର ବ୍ୟକ୍ତିବିଶେଷ ପେଟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ତେଣୁ ଏହି ରାଶିର ବ୍ୟକ୍ତିବିଶେଷ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନିଅନ୍ତୁ । ଅଯଥା ବିବାଦରେ ଫସିପାରନ୍ତି, ତେଣୁ କଥାରେ ସଂଯମତା ରକ୍ଷା କରନ୍ତୁ । ମାନସିକ ଚାପ ସୃଷ୍ଟି ହୋଇପାରେ ଏବଂ ପରିବାରରେ ମତଭେଦ ଭଳି ସମସ୍ୟା ଉତ୍ପନ୍ନ ହୋଇପାରେ । ଏହି ସମୟରେ ବିଦେଶ ଯାତ୍ରାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।
ମୀନ
ମୀନ ରାଶି ପାଇଁ ଏହି ମଳମାସ ବହୁତ ଚ୍ୟାଲେଞ୍ଜିଂ ହୋଇପାରେ । ଅଯଥା ଖର୍ଚ୍ଚ ବଢ଼ିପାରେ , ସମୟ ନଷ୍ଟ ମଧ୍ୟ ହୋଇପାରେ । ପ୍ରତ୍ୟେକ କ୍ଷେତ୍ରରେ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିପାରେ ନଚେତ୍ ସଫଳତା ଅସମ୍ଭବ ହେବ । ମୀନ ରାଶିର ବ୍ୟକ୍ତିବିଶେଷ ହାତେ ମାପି ଚାଖଣ୍ଡେ ଚାଲିବା ଭଳି କାମ କରନ୍ତୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/12/16/malamasa-2025-12-16-15-35-08.jpg)