କନକ ବ୍ୟୁରୋ : କ୍ୟାସେଟ୍ ଯୁଗ ଥିବା ସମୟରେ ଅନେକ ଗୀତ ହିଟ୍ ହୋଇଥିଲା । ସେତେବେଳେ ଆଧୁନିକ ଗୀତର ଯେତେ ଡିମାଣ୍ଡ ଥିଲା ଭକ୍ତିପୂର୍ଣ୍ଣ ଭଜନକୁ ମଧ୍ୟ ଲୋକ ଖୁବ୍ ଶୁଣୁଥିଲେ । ଘରେ ଘରେ ଶୁଭୁଥିଲା ରାମାୟଣ , ମହାଭାରତ ଏବଂ ଅନେକ ଭଜନ ଗୀତର ସ୍ବର । ଆଉ ଏହି ସମୟରେ ବଜରଙ୍ଗବାଲୀଙ୍କ ହନୁମାନ ଚାଳିଶା ଭକ୍ତିପୂତ ସଂଗୀତ ମଧ୍ୟ ରିଲିଜ୍ ହୋଇଥିଲା । ଟି-ସିରିଜ୍ ପକ୍ଷରୁ ହନୁମାନ ଚାଳିଶାକୁ ସ୍ବରରେ ଶ୍ରୋତାଗଣଙ୍କ ପାଖକୁ ପହଞ୍ଚାଇଥିଲେ ଗାୟକ ଗୁଲଶନ କୁମାର । ତେବେ ବର୍ତ୍ତମାନ ଏହି ଭକ୍ତି ଗୀତ ଇତିହାସ ସୃଷ୍ଟି କରିଛି ।
ଅଧିକ ପଢନ୍ତୁ... ହୃଦୟ ବିଦାରକ ଥିଲା ଅପରେସନ୍ ପବନ ; ସହିଦ୍ ହୋଇଥିଲେ ୧୧୭୧ ସୈନ୍ୟ
ଏହି ଭଜନ ୫ ବିଲିୟନ୍ ଭ୍ୟୁ ପାଇଥିବା ପ୍ରଥମ ଭାରତୀୟ ଭିଡିଓ ପାଲଟିଛି । ଗୁଲସନ କୁମାରଙ୍କ ହନୁମାନ ଚାଳିଶା ଭଜନ ସର୍ବକାଳୀନ ସର୍ବାଧିକ ଦେଖାଯାଇଥିବା ଭିଡିଓ ତାଲିକାରେ ସ୍ଥାନ ପାଇଛି । ପ୍ରତିଦିନ ଏହାର ଭ୍ୟୁ ସଂଖ୍ୟା ବଢୁଛି । ହନୁମାନ ଚାଳିଶା ବଲିଉଡ୍, ପଞ୍ଜାବୀ ଏବଂ ଅନ୍ୟ ସୁପରଷ୍ଟାରଙ୍କ ଗୀତକୁ ବି ପଛରେ ପକାଇ ଦେଇଛି । ହନୁମାନ ଚାଳିଶା ଏହି ସଫଳତା ହାସଲ କରିବାରେ ଭାରତର ଏକମାତ୍ର ଭିଡିଓ ପାଲଟିଛି । ଏହି ଭିଡିଓ YouTube ରେ ସର୍ବକାଳୀନ ଶ୍ରେଷ୍ଠ ୧୦ ସର୍ବାଧିକ ଦେଖାଯାଇଥିବା ଭିଡିଓ ତାଲିକାରେ ପ୍ରବେଶ କରିଛି ।
ହରିହରନଙ୍କ ଦ୍ୱାରା କଣ୍ଠିତ ଏବଂ ଲଳିତ ସେନଙ୍କ ଦ୍ୱାରା ରଚିତ ଶ୍ରୀ ହନୁମାନ ଚାଳିଶା ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ବିଶ୍ୱାସ, ଶକ୍ତି ଏବଂ ଆଧ୍ୟାତ୍ମିକ ସଂଯୋଗର ଉତ୍ସ ହୋଇଛି । ଟି-ସିରିଜର ଏହି ଭିଡିଓଟି ଶମ୍ଭୁ ଗୋପାଳଙ୍କ ଦ୍ୱାରା ନିର୍ଦ୍ଦେଶିତ । ତେବେ YouTubeରେ ହନୁମାନ ଚାଳିଶାର ଭ୍ୟୁ ୫ ବିଲିୟନରେ ପହଞ୍ଚିବା ଖବର ସୋସିଆଲ ମିଡିଆ ୟୁଜରଙ୍କ ମନ କିଣିନେଇଛି । ଅନେକ ୟୁଜର୍ ଭଜନକୁ ନେଇ ନିଜ ପ୍ରତିକ୍ରିୟା ଦେଉଛନ୍ତି । ଏହି ଅବସରରେ ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାର କୃତଜ୍ଞତା ପ୍ରକାଶ କରି କହିଛନ୍ତି,
"ହନୁମାନ ଚାଳିଶା ମୋ ସମେତ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ମୋ ବାପା ଗୁଲଶନ କୁମାର ପ୍ରତିଟି ଘରେ ଆଧ୍ୟାତ୍ମିକ ସଙ୍ଗୀତ ପହଞ୍ଚାଇବା ପାଇଁ ତାଙ୍କ ଜୀବନ ଉତ୍ସର୍ଗ କରିଥିଲେ ଏବଂ ଏହି ସଫଳତା ତାଙ୍କର ଦୃଷ୍ଟିକୋଣକୁ ଦେଖାଏ । ୫ ବିଲିୟନ ଭ୍ୟୁ ଅତିକ୍ରମ କରିବା ଏବଂ YouTube ରେ ସର୍ବାଧିକ ଦେଖାଯାଇଥିବା ୧୦ ଟି ଭିଡିଓ ମଧ୍ୟରେ ସ୍ଥାନ ପାଇବା କେବଳ ଏକ ଡିଜିଟାଲ୍ ସଫଳତା ନୁହେଁ; ଏହା ଲୋକଙ୍କ ଅଟଳ ଭକ୍ତିକୁ ପ୍ରତିଫଳିତ କରେ ।" ଭାରତରେ ଶ୍ରୀ ହନୁମାନ ଚାଳିଶାର ସଂଖ୍ୟା ଆଉ କେଉଁ ସଙ୍ଗୀତ ପାଖାପାଖି ପହଞ୍ଚି ପାରିନାହିଁ ।
ପରବର୍ତ୍ତୀ ସର୍ବାଧିକ ଦେଖାଯାଇଥିବା ଭିଡିଓ ହେଉଛି ପଞ୍ଜାବୀ ଟ୍ରାକ୍ 'ଲେହେଙ୍ଗା' ଯାହାର ଭ୍ୟୁ ୧.୮ ବିଲିୟନ । ହରିୟାଣା ଗୀତ '୫୨ ଗଜ୍ କା ଦମନ' ଏବଂ ତାମିଲ୍ ଗୀତ 'ରାଉଡି ବେବି' ର ୧.୭ ବିଲିୟନ ଭ୍ୟୁ ହୋଇଛି । ଶୀର୍ଷ ତାଲିକାରେ ଥିବା ଅନ୍ୟାନ୍ୟ ଲୋକପ୍ରିୟ ଭାରତୀୟ ଭିଡିଓଗୁଡ଼ିକ ମଧ୍ୟରେ 'ଜରୁରି ଥା, ୱାସ୍ତେ, ଲୌଙ୍ଗ ଲାଚି, ଲୁଟ୍ ଗୟେ, ଦିଲବର ଏବଂ ବମ୍ ବମ୍ ବୋଲେ' ସାମିଲ୍ ରହିଛି । ଯଦି ବିଶ୍ୱସ୍ତରରେ କଥା କହିବା ତେବେ ତାଲିକାର ଶୀର୍ଷରେ 'ବେବି ସାର୍କ ଡ୍ୟାନ୍ସ' 'ଡେସ୍ପାସିଟୋ' , 'ହ୍ୱିଲ୍ସ ଅନ୍ ଦ ବସ୍' , 'ବାଥ୍ ସଂଗ' ଏବଂ 'ଜନି ଜନି ୟେସ୍ ପାପା' ଭଳି ଭିଡିଓ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/11/28/hanuman-chalisa-2025-11-28-09-51-42.jpg)