କନକ ବ୍ୟୁରୋ:ବାସ୍ତୁଶାସ୍ତ୍ରରେ ଅନେକ ମୂର୍ତ୍ତିକୁ ଶୁଭ ବୋଲି କୁହାଯାଇଛି । ଏହି ମୂର୍ତ୍ତିକୁ ଘରେ ରଖିବା ଦ୍ବାରା ମା’ଲକ୍ଷ୍ମୀଙ୍କ ଆଶୀର୍ବାଦ ସଦାସର୍ବଦା ଘର ଉପରେ ରହିଥାଏ ବୋଲି କୁହାଯାଏ । ଅଧିକାଂଶ ଧନୀ ଲୋକଙ୍କ ଘରେ ପ୍ରାୟତଃ ଏହି ମୂର୍ତ୍ତିଗୁଡ଼ିକ ଦେଖିବାକୁ ମିଳିଥାଏ । ଆର୍ଥିକସ୍ତରରେ ଉନ୍ନତି ପାଇଁ ଆପଣ ମଧ୍ୟ ଏହି ମୂର୍ତ୍ତିକୁ ନିଜ ଘରେ ରଖିପାରିବେ । ଘରେ ଏସବୁ ମୂର୍ତ୍ତିକୁ ରଖିବାର ଅର୍ଥ ଆୟରେ ବୃଦ୍ଧି , ସକାରାତ୍ମକ ଶକ୍ତିର ପ୍ରବାହ ବୃଦ୍ଧି ଇତ୍ୟାଦି । ଅମ୍ବାନୀ ,ଅଦାନୀଙ୍କ ଭଳି ଦେଶର ବଡ଼ ବଡ଼ ଧନୀଙ୍କ ଘରର ପୂଜାଘରେ ମଧ୍ୟ ଏହି ମୂର୍ତ୍ତି ଥିବାର ସୂଚନା ମିଳିଥାଏ । 

Advertisment

ସକାଳୁ ଉଠୁ ଉଠୁ ବିନ୍ଧୁଛି କି ତଳିପାଦ? ଶରୀରରେ କମୁନି ତ ଏହି ଭିଟାମିନ୍? କେମିତି ପାଇବେ ଏହି କଷ୍ଟରୁ ମୁକ୍ତି? ଜାଣନ୍ତୁ...

ବାଧାବିଘ୍ନ ଦୂର କରି ଶକ୍ତି ପ୍ରଦାନ କରୁଥିବା ଠାକୁର ହେଉଛନ୍ତି ବିଘ୍ନରାଜ । ଆପଣ ଯଦି ଘରେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ମୂର୍ତ୍ତି ରଖୁଛନ୍ତି ତା’ହେଲେ ଏହା ଅତ୍ୟନ୍ତ ଶୁଭ। କାରଣ ଊମାପୁତ୍ର ଜୀବନରେ ଆସିବାକୁ ଥିବା ବାଧା ଦୂର କରି ପ୍ରତ୍ୟେକ କାମରେ ସଫଳତା ସୁନିଶ୍ଚିତ କରିଥା’ନ୍ତି । ଘରକୁ ସମୃଦ୍ଧି ଆଣିଥା’ନ୍ତି ପ୍ରଭୁ ଶ୍ରୀଗଣେଶ । ସେହିପରି ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ଗୃହ ପାଇଁ ଶୁଭ । ଘରର ପୂଜା ଘରେ କିମ୍ବା ଟଙ୍କା ରଖିବା ସ୍ଥାନରେ ମା’ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିଲେ ଧନର ବର୍ଷା ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ବାସ୍ତୁ ଅନୁସାରେ ଘରେ ଧାତୁ କିମ୍ବା ସ୍ଫଟିକ ପିରାମିଡ୍ ରଖିବାକୁ ଶୁଭ ବୋଲି କୁହାଯାଏ । ଏହା ଘରୁ ନକାରାତ୍ମକ ଶକ୍ତି ଦୂର କରିଥାଏ । ଗୃହରେ ରୂପା , ତମ୍ବା କିମ୍ବା ପିତ୍ତଳରେ ତିଆରି ହାତୀ ରଖିବାକୁ ଶୁଭ ବୋଲି କୁହାଯାଏ । ଘରେ ହାତୀ ମୂର୍ତ୍ତି ରଖିବା ଦ୍ବାରା ସୁଖ ଓ ସମୃଦ୍ଧି ବୃଦ୍ଧି ପାଏ । ଠିକ୍ ସେହିପରି କଇଁଛକୁ ଭଗବାନ ବିଷ୍ଣୁଙ୍କ କୂର୍ମ ଅବତାର ବୋଲି କୁହାଯାଏ । ଭଗବାନ ବିଷ୍ଣୁ ଯେଉଁଠାରେ ବାସ କରନ୍ତି ସେଠାରେ ମା’ ଲକ୍ଷ୍ମୀ ଆପେ ଆପେ ବାସ କରନ୍ତି ଏବଂ ଆଶିର୍ବାଦ ମଧ୍ୟ କରନ୍ତି । ଘରେ ଧାତୁରେ ନିର୍ମିତ କଇଁଛ ମୂର୍ତ୍ତି ରଖିବାକୁ ଶୁଭ ବୋଲି କୁହାଯାଏ । ଆଉ ଏକ ମୂର୍ତ୍ତି ହେଉଛି କାମଧେନୁ ଗାଈ ଯାହାକୁ ୩୩ କୋଟି ଦେବଦେବୀଙ୍କ ପ୍ରତୀକ ବୋଲି କୁହାଯାଏ। ଏହାକୁ ଘରେ ରଖିବା ଦ୍ବାରା ଧନ , ଖାଦ୍ୟ ଏବଂ ସମୃଦ୍ଧି ବୃଦ୍ଧି ହୁଏ ବୋଲି କୁହାଯାଏ । ଠିକ୍ ସେମିତି ମା’ ଲକ୍ଷ୍ମୀଙ୍କ ବାହନ ପେଚା ଯେଉଁଠାରେ ବାସ କରନ୍ତି ଧନଦେବୀ ମଧ୍ୟ ସେଠାରେ ବାସ କରନ୍ତି । ଘରେ ପେଚା ମୂର୍ତ୍ତି ରଖିବା ଦ୍ବାରା ଆୟ ବୃଦ୍ଧି ପାଇଥାଏ ।