କନକ ବ୍ୟୁରୋ; ବିଷ ବଳୟରେ ଅନୁଗୁଳ ସହର । ଆଉ ବିଷ ପିଉଛନ୍ତି ଅନୁଗୁଳ ସହରବାସୀ । ପୂରା ଅନୁଗୁଳ ସହରକୁ ପିଇବା ପାଣି ଯୋଗାଉଥିବା ଏ ଡେରଜାଙ୍ଗ ଡ୍ୟାମର ପାଣି ଏବେ କେଉଁଭଳି ଅବସ୍ଥାରେ ରହିଛି । ପାଣିରେ ପଡ଼ିଛି କଳା ଓ ମାଟିଆ ରଙ୍ଗର ବହଳ ଆସ୍ତରଣ । ୧୯୭୮ ମସିହାରେ ନିର୍ମାଣ ସରିଥିବା ଏ ମଧ୍ୟମ ଜଳସେଚନ ପ୍ରକଳ୍ପ ଦୀର୍ଘ ଦଶନ୍ଧି ହେଲା ୫୦ ହଜାରରୁ ଅଧିକ ଲୋକ ବାସ କରୁଥିବା ଅନୁଗୁଳ ପୌରପାଳିକାକୁ ଯୋଗାଇ ଆସୁଛି ପାନୀୟ ଜଳ । ଅନୁଗୁଳ ସହରର ପ୍ରତିଟି ପରିବାର ପିଇବା ପାଣି ପାଇଁ ଏଠାରୁ ଯୋଗାଣ ହେଉଥିବା ଜଳ ଉପରେ ନିର୍ଭର କରିଥାନ୍ତି । ଖାଲି ସେତିକି ନୁହେଁ, ଆଖପାଖ ଅଞ୍ଚଳର ଚାଷଜମିକୁ ଜଳସେଚନ କରିଥାଏ ଏହି ଡେରଜାଙ୍ଗ ଡ୍ୟାମ । ଗାଧୁଆ ନିମନ୍ତେ ସ୍ଥାନୀୟ ଲୋକମାନେ ଏହା ଉପରେ ନିର୍ଭର କରିଥାନ୍ତି ଓ ଗାଈଗୋରୁ ଏଠାରୁ ପାଣି ପିଇଥାନ୍ତି ।
ବିଷ ପିଉଛନ୍ତି ସମ୍ବଲପୁରବାସୀ : ୱାଟକୋ ଯୋଗାଉଥିବା ପାଇଁ ନୁହେଁ ବିଶୁଦ୍ଧ
ତେବେ ଗତ କିଛି ମାସ ହେଲା ଡେରଜାଙ୍ଗ ଡ୍ୟାମର ପାଣିରେ ଏଭଳି ଆସ୍ତରଣ ପଡ଼ିବା ପରେ ନିଜ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ଓ ଅନୁଗୁଳ ସହରବାସୀ । ପରିବେଶବିତଙ୍କ ଅଭିଯୋଗ, ଡେରଜାଙ୍ଗ ଡ୍ୟାମ୍ ଆଖପାଖରେ ଅନେକ ଶିଳ୍ପସଂସ୍ଥା ରହିଛି । ତେଣୁ ଏଠାରୁ ବାହାରୁଥିବା କୋଇଲା, ଲୁହାପଥର ଓ ଶିଳ୍ପ କେମିକାଲ ପାଣିକୁ ବିଷାକ୍ତ କରୁଛି । ଯାହାକି ଅନୁଗୁଳ ସହରବାସୀଙ୍କ ପାଇଁ ଏକ ସାଇଲେଣ୍ଟ କିଲର ଭଳି କାମ କରୁଛି । ଯେହେତୁ ଶିଳ୍ପସଂସ୍ଥାଗୁଡ଼ିକ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ନେଉନାହାନ୍ତି କିମ୍ବା ପ୍ରଶାସନ ମଧ୍ୟ ଏହାର ସାଇଣ୍ଟିଫିକ୍ ମନିଟରିଂ କରୁ ନଥିବାରୁ ଆଜି ଏଭଳି ଅବସ୍ଥା ହୋଇଛି । ଏଣୁ ସରକାର ଏନେଇ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ରହୁଛି, ନଚେତ ଆଗାମୀ ଦିନରେ ଲୋକଙ୍କୁ ରୋଗାକ୍ରାନ୍ତ କରି ମାରିବ ଏ ବିଷାକ୍ତ ପାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/24/angul-2025-10-24-17-57-49.jpg)