କନକବ୍ୟୁରୋ : ସମ୍ବଲପୁରକୁ ଜଣ୍ଡିସ୍ ଭୟ, ୱାଟକୋ ଯୋଗାଉ ଥିବା ପାଣି ନୁହେଁ ପିଇବା ଯୋଗ୍ୟ । ଜନସ୍ୱାସ୍ଥ୍ୟ ବିଭାଗର ସାଙ୍ଘାତିକ ଚିଠି, ଉପୁଜିପାରେ ୨୦୧୪ ଭଳି ଜଣ୍ଡିସ ସ୍ଥିତି । ମାନେଶ୍ଵର ଓ ବରାଇପାଲି ବିଶୋଧନାଗାରରୁ ଯୋଗାଣ ହେଉଥିବା ଜଳ ପିଇବା ଯୋଗ୍ୟ ନୁହେଁ ବୋଲି ୧୩ ତାରିଖରେ ୱାଟକୋକୁ ଚିଠି ଲେଖିଛି ଜନସ୍ୱାସ୍ଥ୍ୟ ବିଭାଗ । ଯଦି ଏହି ଜଳଯୋଗାଣ ଜାରି ରୁହେ ତେବେ ଆଗାମୀ ଦିନରେ ସମ୍ବଲପୁର ସହରରେ ୨୦୧୪ ଭଳି ଜଣ୍ଡିସ ସ୍ଥିତି ଦେଖିବାକୁ ମିଳିପାରେ ବୋଲି ଚେତାଇ ଦେଇଛି ଜନସ୍ବାସ୍ଥ୍ୟ ବିଭାଗର ଚିଠି ।
ଏଭଳି ଦୂଷିତ ପାଣି ବ୍ୟବହାର କଲେ ଡାଏରିଆ ସହ ଚର୍ମ ରୋଗର ଆଶଙ୍କା କରିଛି । ସହର ଭିତରେ କେଉଁଠି ଡ୍ରେନ ଭିତରେ ପାଇପ ଲାଇନ ଯାଇଛି ତ ଆଉ କେଉଁଠି ପାଇପ୍ ଫାଟି ଯାଇଥିବା ଦେଖିବାକୁ ମିଳିଛି । ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟକକୁ ଚେତାବନୀ ସ୍ବରୁପ ଏହି ଚିଠି ଲେଖାଯାଇଥିବା ବେଳେ ଆତଙ୍କିତ ଅବସ୍ଥାରେ ସହରବାସୀ । ଗୋପାଳ ମାଲ ଓ ଦାନପାଲି ଅଂଚଳରେ ୩ଜଣଙ୍କୁ ଜଣ୍ଡିସ ହୋଇଥିବା ବେଳେ ଆଗକୁ ସ୍ଥିତି ବିଗିଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ସେପଟେ ଜନସ୍ବାସ୍ଥ୍ୟ ବିଭାଗର ମିଛ କହୁଛି ବୋଲି କହିଛନ୍ତି ୱାଟକୋ ଜେନେରାଲ ମ୍ୟାନେଜର ବ୍ରହ୍ମେଶ୍ବର ଦାସ
---
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/15/14-2025-09-15-14-10-11.jpg)