କେତେଦିନ ପର୍ଯ୍ୟନ୍ତ ବିଲକୁ ଅଟକାଇପାରିବେ ରାଷ୍ଟ୍ରପତି ଓ ରାଜ୍ୟପାଳ, ଆଜି ସାମ୍ବିଧାନିକ ସୀମା ନିର୍ଦ୍ଧାରଣ କରିବେ ସୁପ୍ରିମକୋର୍ଟ

କେନ୍ଦ୍ର ସରକାରଙ୍କ ତରଫରୁ ସାମ୍ବିଧାନିକ ବ୍ୟବସ୍ଥାର ପ୍ରତିଟି ଦିଗ ପାଇଁ (କ୍ଷମତା ଆବଣ୍ଟନ) ବାବଦରେ କହିଥିଲେ କି ସମ୍ବିଧାନ ଅନୁସାରେ  ସୁପ୍ରିମକୋର୍ଟ ନୁହେଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସାମ୍ବିଧାନିକ ଅଧିକାର କାର୍ଯ୍ୟପାଳିକା ପରିସରଭୂକ୍ତ । ସମ୍ବିଧାନ ଯେତେବେଳେ ସେମାନଙ୍କ ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରିନାହିଁ ତ କୋର୍ଟ କିଭଳି ଏହି ମାମଲାରେ ଦଖଲ ଦେଇ ସେମାନଙ୍କ ପାଇଁ ସମୟ ସୀମା ଧାର୍ଯ୍ୟ କରିବ ।

SC

କନକ ବ୍ୟୁରୋ : କ'ଣ ସୁପ୍ରିମକୋର୍ଟ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିକଟରେ ପଡ଼ିରହିଥିବା ବିଲ୍ ଉପରେ ନିଷ୍ପତ୍ତି ନେବାକୁ ସମୟ ସୀମା ଧାର୍ଯ୍ୟ କରିପାରିବେ ? ଏ ସଂପର୍କରେ ଜଡ଼ିତ ୧୪ ଟି ପ୍ରଶ୍ନ ଉପରେ ରାଷ୍ଟ୍ରପତିଙ୍କ ତରଫରୁ ପ୍ରେସିଡେଣ୍ଟସିଆଲ ରେଫରେନ୍ସ ଉପରେ ସୁପ୍ରିମକୋର୍ଟର ୫ ଜଣ ବିଚାରପତି ଆଜି ନିଷ୍ପତ୍ତି ଶୁଣାଇବେ । ମୁଖ୍ୟବିଚାରପତି ଜଷ୍ଟିସ ବି.ଆର ଗବାଇ, ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ପିଏସ୍ ନରସିହ୍ମା ଓ ଏଏସ୍ ଚନ୍ଦୁରକରଙ୍କ ବେଞ୍ଚ ଆଜି ଏହି ମାମଲା ଉପରେ ରାୟ ଶୁଣାଇବେ । ୧୦ ଦିନ ଏହି ଏହି ମାମଲା ଉପରେ କୋର୍ଟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିତର୍କ ଶୁଣିବା ସେପ୍ଟେମ୍ବର ୧୧ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । 

ହୀରାକୁଦରେ ପର୍ଯ୍ୟଟନକୁ ଗୁରୁତ୍ବ: ଜଳଭଣ୍ଡାର ଚାରିପଟେ ହେବ ବିଳାସପୂର୍ଣ୍ଣ ହୋଟେଲ୍

କେନ୍ଦ୍ର ସରକାରଙ୍କ ତରଫରୁ ସାମ୍ବିଧାନିକ ବ୍ୟବସ୍ଥାର ପ୍ରତିଟି ଦିଗ ପାଇଁ (କ୍ଷମତା ଆବଣ୍ଟନ) ବାବଦରେ କହିଥିଲେ କି ସମ୍ବିଧାନ ଅନୁସାରେ  ସୁପ୍ରିମକୋର୍ଟ ନୁହେଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ସାମ୍ବିଧାନିକ ଅଧିକାର କାର୍ଯ୍ୟପାଳିକା ପରିସରଭୂକ୍ତ । ସମ୍ବିଧାନ ଯେତେବେଳେ ସେମାନଙ୍କ ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରିନାହିଁ ତ କୋର୍ଟ କିଭଳି ଏହି ମାମଲାରେ ଦଖଲ ଦେଇ ସେମାନଙ୍କ ପାଇଁ ସମୟ ସୀମା ଧାର୍ଯ୍ୟ କରିବ । 

ନୀତୀଶଙ୍କ ମନ୍ତ୍ରିମଣ୍ଡଳ, ସାମ୍ନାକୁ ଆସିଲା ଲିଷ୍ଟ; ଏହି ନେତା ହେବେ ବିହାରରେ ମନ୍ତ୍ରୀ

ପ୍ରେସିଡେଣ୍ଟସିଆଲ ରେଫରେନ୍ସ ?
- ରାଷ୍ଟ୍ରପତିଙ୍କ ତରଫରୁ ସମ୍ବିଧାନର ଅନୁଚ୍ଛେଦ ୧୪୩(୧) ମୁତାବକ ସୁପ୍ରିମକୋର୍ଟଙ୍କୁ ୧୪ ଟି ବିନ୍ଦୁ ଉପରେ ପରାମର୍ଶ ମାଗିଥିଲେ । ପ୍ରେସିଡେଣ୍ଟସିଆଲ ରେଫରେନ୍ସରେ ପଚରାଯାଇଥିଲା କି, ଯଦି କୌଣସି ବିଧାନସଭାରୁ ପାରିତ ବିଧେୟକ ରାଜ୍ୟପାଳଙ୍କ ନିକଟକୁ ପଠାଯାଏ ତେବେ ଅନୁଚ୍ଛେଦ ୨୦୦ ମୁତାବକ ତାଙ୍କ ସାମ୍ନାରେ କ'ଣ କ'ଣ ସାମ୍ବିଧାନିକ ବିକଳ୍ପ ରହିଛି ?
-କ'ଣ ଅନୁଛେଦ ୨୦୦ ମୁତାବକ କୌଣସି ବିଧେୟକ ଉପରେ ନିର୍ଣ୍ଣୟ ନେବା ସମୟରେ ରାଜ୍ୟପାଳ ନିଜର ସବୁ ବିକଳ୍ପର ବ୍ୟବହାର ମନ୍ତ୍ରିପରିଷଦର ପରାମର୍ଶ ମୁତାବକ ନେବାକୁ ବାଧ୍ୟ ? 
-କ'ଣ ଅନୁଛେଦ ୨୦୦ ମୁତାବକ ରାଜ୍ୟପାଳଙ୍କ ଦ୍ୱାରା କରାଯାଇଥିବା ବିବେକାନୋମୋଦିତ ଉପଯୋଗ ନ୍ୟାୟିକ ସମୀକ୍ଷା ପରିସରଭୁକ୍ତ ? 
-କ'ଣ ଅନୁଛେଦ ୩୬୧ ମୁତାବକ ରାଜ୍ୟପାଳଙ୍କ ଦ୍ୱାରା ଅନୁଛେଦ ୨୦୦ କ୍ରମରେ କରାଯାଇଥିବା କାମର ନ୍ୟାୟିକ ସମୀକ୍ଷା ସମ୍ପୂର୍ଣ୍ଣ ସମାପ୍ତ କରିଦେବା ଆବଶ୍ୟକ ?
- କ'ଣ ସୁପ୍ରିମକୋର୍ଟ ବା ହାଇକୋର୍ଟ ଅନୁଛେଦ ୨୦୦ କ୍ରମରେ ଦୀର୍ଘଦିନ ହେବ ପଡ଼ି ରହିଥିବା ବିଧେୟକ ଉପରେ ନିଷ୍ପତ୍ତି ନେବାକୁ ରାଜ୍ୟପାଳଙ୍କ ପାଇଁ ସମୟ ସୀମା ଧାର୍ଯ୍ୟ କରିପାରିବେ ? 
ଅନୁଛେଦ ୨୦୧ ମୁତାବକ ରାଷ୍ଟ୍ରପତିଙ୍କ ଦ୍ୱାରା କରାଯାଇଥିବା ବିବେକାଧିକାରର ପ୍ରୟୋଗକୁ ନ୍ୟାୟାଳୟ ସମୀକ୍ଷା କରିପାରିବ ?
ଅନୁଛେଦ ୨୦୧ ମୁତାବକ ରାଷ୍ଟ୍ରପତିଙ୍କୁ ମିଳିଥିବା ବିବେକାଧିକାର ପାଇଁ କୋର୍ଟ କୌଣସି ସମୟସୀମା ବା ନିଷ୍ପତ୍ତି ନେବା ଉପରେ ରାୟ ଦେଇପାରିବେ ?

ହନୁମାନଙ୍କୁ ନେଇ ରାଜମୌଲୀ କହିଲେ ଏଭଳି କଥା, ଲୋକଙ୍କ ଧାର୍ମିକ ଭାବନା ହେଲା ଆହତ

ସୂଚନା ଥାଉ କି, ଏହି ମାମଲାର ଆରମ୍ଭ ତାମିଲନାଡୁରୁ ହୋଇଥିଲା । ଯେତେବେଳେ ତାମିଲନାଡୁ ସରକାର ରାଜ୍ୟପାଳଙ୍କ ମାଧ୍ୟମରେ ବିଲକୁ ଅଟକାଇ ରଖିବା ମାମଲାକୁ ନେଇ ସୁପ୍ରିମକୋର୍ଟରେ ଅଭିଯୋଗ କରିଥିଲେ । ଯାହା ଉପରେ ଏପ୍ରିଲ ୮ ତାରିଖରେ କୋର୍ଟ ଏକ ରାୟରେ କହିଥିଲେ କିଳ ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ମାଧ୍ୟମରେ ବିଲ୍ ଉପରେ ନିଷ୍ପତ୍ତି ନେବାକୁ ସମୟସୀମା ଧାର୍ଯ୍ୟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe