କନକ ବ୍ୟୁରୋ: ହୀରାକୁଦରେ ହେବ ବଡ଼ ବଡ଼ ହୋଟେଲ । ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଏନଓସି ମିଳିଛି । ସିଙ୍ଗିଲ ୱିଣ୍ଡୋରେ ୨୦ଟି ହୋଟେଲି ବ୍ୟବସାୟୀ ଆବେଦନ କରିଛନ୍ତି । ଜଳ ଭଣ୍ଡାରରେ କ୍ରୁଜ୍ ଚଳାଚଳ, କ୍ରୁଜ୍ ଟର୍ମିନାଲ ନିର୍ମାଣ, ଲେଜର ମ୍ୟୁଜିକ ସୋ, ଆରାଇଭାଲ୍ ପ୍ଲାଜା, ଡ୍ୟାମ୍ ମ୍ୟୁଜିଅମ ଆଜି ନିର୍ମାଣ ପାଇଁ ପର୍ଯ୍ୟଟନ ବିଭାଗକୁ ଏନଓସି ଦେଇଛି ଜଳ ସମ୍ପଦ ବିଭାଗ । ଝାଙ୍କରାଣୀ ମନ୍ଦିର ପଛପଟ ଜମିରେ ହେବ ଲେଜର ମ୍ୟୁଜିକ ସୋ’। ରାଇଟ ଡାଇକର ଡାହାଣ ପଟେ ହୋଟେଲ ନିର୍ମାଣ ପାଇଁ ଅନୁମତି । ବୁର୍ଲା ଓଏଚପିସି ଏବଂ ବୁର୍ଲା ପାୱାର ହାଉସ ନିକଟରେ ଆରାଇଭାଲ ପ୍ଲାଜା ନିର୍ମାଣ ପାଇଁ ଅନୁମତି ମିଳିଛି ।
ହୀରାକୁଦରେ ପର୍ଯ୍ୟଟନକୁ ଗୁରୁତ୍ବ: ଜଳଭଣ୍ଡାର ଚାରିପଟେ ହେବ ବିଳାସପୂର୍ଣ୍ଣ ହୋଟେଲ୍
ରାଇଟ ଡାଇକ ଡାହାଣ ପାର୍ଶ୍ବରେ କ୍ଲୁଜ୍ ଟର୍ମିନାଲ ନିର୍ମାଣ ପାଇଁ ଅନୁମତି ମିଳିଛି । ଜଳ ଭଣ୍ଡାରରେ ହାଉସବୋଟ ଚଳାଇବ ବିକାଶ ଗ୍ରୁପ । ବିକାଶ ବେଫ୍ରଣ୍ଟ ରିଟ୍ରିଟ୍ ଫ୍ଲାଇଭେଟ ଲିମିଟେଡକୁ ଅନୁମତି ଦେଲା ପର୍ଯ୍ୟଟନ ବିଭାଗ । ଡ୍ୟାମରେ ହାଉସବୋଟ ଚଳାଚଳ ପାଇଁ ସମ୍ପୃକ୍ତ କମ୍ପାନୀକୁ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ଅନୁମୋଦନ କରିଛି । ୱାଟର ସ୍ପୋର୍ଟ୍ସ ଓ ଜେଟସ୍କି ପାଇଁ ମଧ୍ୟ ସିଙ୍ଗିଲ ୱିଣ୍ଡୋ ମାଧ୍ୟମରେ ଆବେଦନ କରିଥିଲା ମୁରଲୀ କ୍ରୀଷ୍ଣାଙ୍କ କମ୍ପାନୀ । କେବଳ ହାଉସ ବୋଟ ପାଇଁ ଅନୁମତି ମିଳିଛି । ୨୦୨୨ ଟୁରିଜିମ ପଲିସି ଅନୁସାରେ କମ୍ପାନୀକୁ ୩୦ ପ୍ରତିଶତ ସବସିଡି ପ୍ରଦାନ କରିବ ପର୍ଯ୍ୟଟନ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/20/22-2025-11-20-10-49-37.jpg)