କନକ ବ୍ୟୁରୋ: ନିକଟରେ ସବୁଠାରୁ ଦାମୀ ବଜେଟର ଫିଲ୍ମ’ ବାରାଣସୀ ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟ ସମସ୍ତଙ୍କ ମନ କିଣିନେଲା କିନ୍ତୁ ବିବାଦକୁ ବି ଡାକିଆଣିଲା । ଏହି ଇଭେଣ୍ଟରେ ଫିଲ୍ମ ମେକର ଏସଏସ ରାଜମୌଲୀ ଈଶ୍ବରଙ୍କୁ ନେଇ ଏଭଳି କିଛି କହିଲେ ଯାହାକୁ ନେଇ ଲୋକଙ୍କ ଭିତରେ ଆକ୍ରୋଶ ଦେଖିବାକୁ ମିଳିଛି । ଏ କଥା ମାମଲା ଦାଏର ଯାଏଁ ଗଲାଣି ।
RRR, ବାହୁବଲି ଭଳି ଫିଲ୍ମ ବନାଇ ଫିଲ୍ମ ଦୁନିଆରେ ହଲଚଲ କରିଦେଇଥିବା ଏସଏସ ରାଜମୌଲୀ ଏବେ ନିଜ ଆସନ୍ତା ଫିଲ୍ମ ’ବାରାଣସୀ’ ମୁଭିକୁ ନେଇ ବେଶ୍ ଏକ୍ସାଇଟେଡ୍ ଅଛନ୍ତି । ଏଇ ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ସେ ଏଭଳି କିଛି କହିଦେଲେ ଯାହା ଲୋକଙ୍କ ଭିତରେ କ୍ରୋଧ ସୃଷ୍ଟି କରିଛି । କଥା ହେଉଛି, ବାରାଣସୀ ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଏଥିପାଇଁ ସେଠାରେ ଉପସ୍ଥିତ ଥିବା ପାଖାପାଖି ୫୦ ହଜାର ଲୋକଙ୍କୁ କ୍ଷମା ମାଗିଥିଲେ । ଆଉ କହିଥିଲେ, 'ମୋ ବାପା ଆଉ ପତ୍ନୀ ଈଶ୍ବରଙ୍କୁ ଖୁବ୍ ବିଶ୍ବାସ କରନ୍ତି । ମୁଁ ଯେତେବେଳେ ଏହି ଇଭେଣ୍ଟ ପାଇଁ ଆସୁଥିଲି ବାପା ମୋତେ କହିଥିଲେ , ସବୁ ଭଲ ହେବ, ହମୁମାନଜୀ ତୋତେ ଗାଇଡ କରିବେ । କିନ୍ତୁ ଏଭଳି ଯାନ୍ତ୍ରିକ ତ୍ରୁଟି କାହିଁକି ହେଲା? କାହିଁ ହନୁମାନ ତ ଆସି ମୋତେ ସାହାଯ୍ୟ କଲେନି । ମୋତେ ଭାରି ରାଗ ଲାଗୁଛି । ମୁଁ ଈଶ୍ବରଙ୍କୁ ବିଶ୍ବାସ କରେନାହିଁ ’ ।
ପୁଣି କୋଇଡ଼ାରେ ସଶସ୍ତ୍ର ଡକାୟତି, ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଲେ ସାଢେ ୩ ଲକ୍ଷ
ଏକଥା କହିବା ପରେ ଟିକେ ସମୟ ପାଇଁ ଭାବବିହ୍ବଳ ହୋଇଯାଇଥିଲେ ରାଜମୌଲି। ତାପରେ ପୁଣି କହିଥିଲେ, ‘ମୋ ପତ୍ନୀ ହୁନମାନଜୀଙ୍କୁ ବହୁତ ବିଶ୍ବାସ କରନ୍ତି । ସେ ହନୁମାନଜୀଙ୍କର ବଡ଼ ଭକ୍ତ । ସେ ସବୁବେଳେ ହନୁମାନଜୀଙ୍କ ସହ ତାଙ୍କ ସାଙ୍ଗ ଭଳି କଥାବାର୍ତ୍ତା କରନ୍ତି । ହେଲେ ମୁଁ ମାନେନା । ବାପା ବି ମୋତେ ହନୁମାନଙ୍କ ଭରସା ଦେଇଥିଲେ । ହେଲେ ଟ୍ରେଲରରେ କ’ଣ ହେଲା । ବାପା ଯେତେବେଳେ ହନୁମାନଙ୍କ କଥା କହୁଥିଲେ ମୋତେ ଭାରି ବିରକ୍ତ ଲାଗୁଥିଲା’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/20/7-rajmouli-anu-pkg-t-2025-11-20-09-28-12.jpg)