କନକ ବ୍ୟୁରୋ: ସରିଲା ପବିତ୍ର ବଡ଼ଓଷା, ବାବା ଧବଳେଶ୍ବରଙ୍କ ପାଖରେ ଲାଗିହେଲା ଗଜଭୋଗ । ରାତି ତମାମ ଉଜାଗର ହୋଇ ବାବାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ଶୃଙ୍ଖଳିତ ଦର୍ଶନ ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଆଠଗଡ଼ର ଆରାଧ୍ୟ ବାବା ଧବଳେଶ୍ୱରଙ୍କ ପାଖରେ ପ୍ରସିଦ୍ଧ ଗଜଭୋଗ ଲାଗି କରାଯାଇଛି । ବଡ଼ ଓଷା ଓ କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ପାଇବା ପରେ ନିଜର ବ୍ରତ ଉଦଯାପନ କରିଛନ୍ତି ।
ଆଜି ପଞ୍ଚକର ଦ୍ବିତୀୟ ଦିନ, ସକାଳୁ ସନ୍ଧ୍ୟା ଯାଏ ଭିଡ଼ ପରେ ସାରା ରାତି ଚାଲିଲା ଦର୍ଶନ
ହଜାର ହଜାର ଶ୍ରଦ୍ଧାଳୁ ରାତି ତମାମ ଉଜାଗର ରହି ଭୋରରୁ ଏହି ପ୍ରସିଦ୍ଧ ଗଜଭୋଗ ଓ ତରଣ ପ୍ରସାଦ ପାଇଛନ୍ତି । ଏଥିପାଇଁ ପୂଜକଙ୍କ ପକ୍ଷରୁ ସମସ୍ତ ବସାଘର ଆଗରେ ପ୍ରସାଦ ବିକ୍ରିର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ବାବା ଧବଳେଶ୍ବରଙ୍କ ପରମ ଭକ୍ତ କିପରି ପାଲଟିଥିଲା ଗାଈ ଚୋର ? ଜାଣନ୍ତୁ ଅଲୌକିକ କାହାଣୀ
ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାନଦୀରେ ବୁଡ ପକାଇଥିବା ବେଳେ ସୁରକ୍ଷା ଲାଗି ନଦୀ କୂଳ ଘାଟରେ ପୋଲିସ , ଅଗ୍ନିଶମ  ବିଭାଗ , ଓଡ୍ରାଫ ଟିମ ମୁତୟନ କରାଯାଇଛି। କଟକ ଗ୍ରାମାଞ୍ଚଳ ଏସପି , ଆଠଗଡ଼ ଉପଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଥିଲେ ।
 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/04/gaja-bhoga-2025-11-04-08-28-11.jpg)