କନକ ବ୍ୟୁରୋ: କଟକର ଶୈବ ପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ । ଭୋର ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳଆଳତୀ କରାଯାଇଛି । ବାବା ଧବଳେଶ୍ଵର ଶ୍ରଦ୍ଧାଳୁ ମାନଙ୍କୁ ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି । ସୁରକ୍ଷା ପାଇଁ ଦୁଇ ଜଣ ଅତିରିକ୍ତ ଏସପିଙ୍କ ସମେତ ଦୁଇ ଜଣ ମାଜିଷ୍ଟ୍ରେଟ, ୧୦୦ ପୁଲିସ ଅଧିକାରୀ,୧୫ ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଛି । ସେପଟେ ଆଜି ପୀଠରେ ପଞ୍ଚୁକର ତୃତୀୟ ଦିନ ଏବଂ ଶେଷ ସୋମବାର ମଧ୍ୟ । ତେଣୁ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
ପଞ୍ଚୁକ ପ୍ରଥମ ଦିନରେ ପୁରୀ ଅସମ୍ଭାଳ ଭିଡ଼ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନିଜେ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ସାରା ରାତି ମହାପ୍ରଭୁଙ୍କୁ ଦର୍ଶନ ଚାଲିଛି । ପଞ୍ଚକର ପ୍ରଥମ ଦିନରେ ଗତକାଲି ଶ୍ରୀମନ୍ଦିର ବାହାରେ ଠେଲା ପେଲା ସ୍ଥିତି ଉପୁଜିବା ପରେ ସ୍ଥିତି ଯାଞ୍ଚ କରିଛନ୍ତି ଡିଜିପି । ପଞ୍ଚୁକର ଅବଶିଷ୍ଟ ୩ ଦିନ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ,ଜନଗହଳି ନିୟନ୍ତ୍ରଣ ,ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିଛନ୍ତି ।
ସେ ଶିବ, ସେ ହିଁ ଶକ୍ତି, ଭୋଳାଶଙ୍କର ଭୋଲାଭାଲା ବୋଲି ଆମେ ତାଙ୍କୁ ଭୋକରେ ରଖିଦେଉଛୁ...
ଶ୍ରଦ୍ଧାଳୁ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ତାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଭକ୍ତ ପୁର୍ନବାର ସିଂହଦ୍ଵାର ଦେଇ ପ୍ରସ୍ଥାନ ନକରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି। ସେହିପରି ପ୍ରୋଟୋକଲ୍ ରାସ୍ତା ଏବଂ ଗଳାବାଟରେ ଭକ୍ତମାନେ ନଯିବା ପାଇଁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ । ନିୟମ ମାନି ଶୃଙ୍ଖଳିତ ଦର୍ଶନ କରନ୍ତୁ ଭକ୍ତ । ପଞ୍ଚୁକ ପ୍ରଥମ ଦିନ ଜଗୁଁ ଅସମ୍ଭବ ଭିଡ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/03/dhabaleswar-temple-2025-11-03-08-36-16.jpg)