କନକ ବ୍ୟୁରୋ: ପଞ୍ଚୁକ ପ୍ରଥମ ଦିନରେ ପୁରୀ ଅସମ୍ଭାଳ ଭିଡ଼ ପରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ନିଜେ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ଭିଡ଼କୁ ଦୃଷ୍ଟିରେ ରଖି ସାରା ରାତି ମହାପ୍ରଭୁଙ୍କୁ ଦର୍ଶନ ଚାଲିଛି । ପଞ୍ଚକର ପ୍ରଥମ ଦିନରେ ଗତକାଲି ଶ୍ରୀମନ୍ଦିର ବାହାରେ ଠେଲା ପେଲା ସ୍ଥିତି ଉପୁଜିବା ପରେ ସ୍ଥିତି ଯାଞ୍ଚ କରିଛନ୍ତି ଡିଜିପି। ପଞ୍ଚୁକର ଅବଶିଷ୍ଟ ୩ ଦିନ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ,ଜନଗହଳି ନିୟନ୍ତ୍ରଣ ,ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିଛନ୍ତି । ଶ୍ରଦ୍ଧାଳୁ କେବଳ ସିଂହଦ୍ଵାର ଦେଇ ପ୍ରବେଶ କରି ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ତାନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଭକ୍ତ ପୁର୍ନବାର ସିଂହଦ୍ଵାର ଦେଇ ପ୍ରସ୍ଥାନ ନକରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।
ଆଜିଠୁ ପଂଚକ ବ୍ରତ, ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ
ସେହିପରି ପ୍ରୋଟୋକଲ୍ ରାସ୍ତା ଏବଂ ଗଳାବାଟରେ ଭକ୍ତମାନେ ନଯିବା ପାଇଁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ। ନିୟମ ମାନି ଶୃଙ୍ଖଳିତ ଦର୍ଶନ କରନ୍ତୁ ଭକ୍ତ । ପଞ୍ଚୁକ ପ୍ରଥମ ଦିନ ଜଗୁଁ ଅସମ୍ଭବ ଭିଡ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । କଟକର ଶୈବ ପୀଠ ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ । ଭେର ୪ଟାରୁ ପହଡ ଖୋଲାଯାଇ ୧୦୮ ଗରା କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳଆଳତୀ କରାଯାଇଛି। ବାବା ଧବଳେଶ୍ଵର ଶ୍ରଦ୍ଧାଳୁ ମାନଙ୍କୁ ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି । ସୁରକ୍ଷା ପାଇଁ ଦୁଇ ଜଣ ଅତିରିକ୍ତ ଏସପିଙ୍କ ସମେତ ଦୁଇ ଜଣ ମାଜିଷ୍ଟ୍ରେଟ, ୧୦୦ ପୋଲିସ ଅଧିକାରୀ,୧୫ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି। ସେପଟେ ଆଜି ପୀଠରେ ପଞ୍ଚୁକର ତୃତୀୟ ଦିନ ଏବଂ ଶେଷ ସୋମବାର ମଧ୍ୟ। ତେଣୁ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/03/kartika-masa-2025-11-03-08-07-12.jpg)