କନକ ବ୍ୟୁରୋ : ବାତ୍ୟା ମୋନ୍ଥା ଆସିଲା , ଶେଷ ମୁହୂର୍ତ୍ତରେ ନିଜ ଗତିପଥ ବଦଳାଇ ଚାଲିଗଲା । ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ସୀମା ଦେଇ ତେଲେଙ୍ଗାନା ମୁହାଁ ହେବା ପରେ ଏହାର ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଲାଗି ରହିଛି ବର୍ଷା । ମୋନ୍ଥାର ଏ ଯାତ୍ରା ଅପେକ୍ଷାକୃତ ଦୁର୍ବଳ ଥିଲା । ତଥାପି ଛାଡ଼ିଗଲା ଅନେକ କ୍ଷତ । ୩୩ଟି ବ୍ଲକ, ୧୧ ସହରାଞ୍ଚଳ ଏଥିରେ ପ୍ରଭାବିତ ହେଲା ଏବଂ ବ୍ୟାପକ ଫସଲ ନଷ୍ଟ ମଧ୍ୟ ହେଲା । ଭୀଷଣ ରୂପରେ ଆସି ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ବିତ୍ପାତ ରଚିଲା ବାତ୍ୟା ମୋନ୍ଥା । ହେଲେ ବଡ଼ ବିପଦରୁ ବର୍ତ୍ତିଗଲା ଓଡ଼ିଶା । ଓଡ଼ିଶା ସୀମାରେ ଘଷି ହୋଇ ଅଧା ଓଡ଼ିଶାକୁ ଦେଇଗଲା ଯନ୍ତ୍ରଣା ।
ତେବେ ମୋନ୍ଥା ଚାଲିଯିବା ପରେ ପରେ ବଙ୍ଗୋପସାଗରର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବର୍ତ୍ତମାନ ଏକ ଜାହାଜର ଭଗ୍ନାଂଶ ଦେଖିବାକୁ ମିଳିଛି । ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଅଶାନ୍ତ ସମୁଦ୍ରର କୂଳଠାରୁ ଅଳ୍ପଦୂରରେ ଏହି ଭଗ୍ନାଂଶ ଦେଖାଯାଇଛି । ଏହି ଜାହାଜ ଇଂରେଜ ସମୟରେ ବୁଡ଼ିଥିବା ସନ୍ଦେହ କରାଯାଉଛି । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକକୂଳା ନାସୀରୁ ୧ କିଲୋମିଟର ଆଗକୁ ଜାହାଜର ଭଗ୍ନାଂଶ ଦେଖିବାକୁ ମିଳିଛି । ଭଟ୍ଟା ସମୟରେ ଏହାର ଭଗ୍ନାଂଶ ଉପରକୁ ଦେଖାଯାଉଛି । ମାତ୍ର ଜୁଆର ସମୟରେ ପାଣିରେ ବୁଡ଼ି ରହୁଛି । ଏହି ଜାହାଜର ଗଠନଶୈଳୀକୁ ଲକ୍ଷ୍ୟ କଲେ ଏହା ଇଂରେଜ ସମୟର ବୋଲି ବନ କର୍ମଚାରୀମାନେ ଆକଳନ କରିଛନ୍ତି । ସୂଚନା ଅନୁସାରେ ୧୦ ବର୍ଷ ତଳେ ଜାହାଜର ଏହି ଭଗ୍ନାଂଶ ଦେଖିବାକୁ ମିଳିଥିଲା । ତେବେ କିଛି ବର୍ଷ ହେବ ଏହା ଆଉ ଦେଖାଯାଉ ନଥିଲା । ଗତକାଲି ବାତ୍ୟା ‘ମୋନ୍ଥା’ ପ୍ରଭାବରେ ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ଉଠି ସ୍ଥଳଭାଗକୁ ମାଡ଼ିଆସିଥିଲା । ଜୁଆର ସମୟରେ ଭଗ୍ନାଂଶ କୂଳକୁ ଭାସି ଆସିଥିବା କୁହାଯାଉଛି । ତେବେ ଜାହାଜର ଭଗ୍ନାଂଶ କେଉଁଠୁ ଆସିଲା ଏବଂ ଏହା କେବେ ଓ କେଉଁଠି ବୁଡ଼ିଥିଲା ସେନେଇ ଅନୁସନ୍ଧାନର ଆବଶ୍ୟକତା ରହିଛି ।
ଗଞ୍ଜାମ ମନରୁ ଲିଭିନି ମହାବାତ୍ୟା ବିଭୀଷିକା:୨୬ ବର୍ଷ ତଳର ଦୁଃଖ,ଆଜିଯାଏଁ ଭୁଲିପାରିନି ଗଞ୍ଜାମ
ବାତ୍ୟା ମୋନ୍ଥା ସମୟରେ ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ଉଠୁଥିଲା । ଏହି ସମୟରେ ଜାହାଜର ଭଗ୍ନାଂଶ କୂଳକୁ ଆସିଥାଇପାରେ ବୋଲି ସାଧାରଣରେ କୁହାଯାଇଛି । ସାଧାରଣତଃ ଜାହାଜ ଗୁଡ଼ିକ କାଠ ଓ ଫାଇବାରରେ ନିର୍ମାଣ କରାଯାଇଥାଏ ମାତ୍ର ଏହା ଆଲୁମିନିୟମରେ ତିଆରି ହୋଇଥିବାରୁ ଏହା ଇଂରେଜ ଅମଳର ଜାହାଜ ବୋଲି ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/11/01/ship-2025-11-01-18-44-45.jpg)