SSG କମାଣ୍ଡୋ ଫୋର୍ସ ଅର୍ଥାତ୍ କମାଣ୍ଡୋ ଫୋର୍ସ ସ୍ପେଶାଲ୍ ସର୍ଭିସ୍ , ଯାହା ଏକପ୍ରକାର ଗ୍ରୁପ୍ । ଏହି କମାଣ୍ଡୋ ଆତଙ୍କବାଦୀ ଆକ୍ରମଣ,ଭିଆଇପି ସୁରକ୍ଷା ଏବଂ ହାଇଜ୍ୟାକ୍ ଭଳି ପରିସ୍ଥିତିରେ ଲଢ଼ିବା ପାଇଁ ସ୍ପେଶାଲ୍ ଟ୍ରେନିଂ ନେଇଥା’ନ୍ତି । ଏମାନଙ୍କୁ ଏଭଳି କଡ଼ା ଟ୍ରେନିଂ ଦିଆଯାଇଥାଏ ଯେ ଜଟିଳ ପରିସ୍ଥିତିରେ ମଧ୍ୟ ସହଜରେ ମୁକାବିଲା କରିପାରନ୍ତି । ଏହି କମାଣ୍ଡୋଙ୍କ ଟ୍ରେନିଂ ମଧ୍ୟ ଖୁବ୍ କଷ୍ଟକର ହୋଇଥାଏ । ଟ୍ରେନିଂ ପାଇଁ ଏସଏସଜି କମାଣ୍ଡୋଙ୍କୁ ଆମେରିକା ନୌସେନାର ସିଲ୍ କମାଣ୍ଡୋଜ୍ ପାଖକୁ ପଠାଯାଇଥାଏ । ରିପୋର୍ଟ ମୁତାବକ ,ଏସଏସଜି କମାଣ୍ଡୋଙ୍କୁ ଶାରୀରିକ ଏବଂ ମାନସିକ ଫିଟନେସ୍ ସହିତ ହତିଆର, ମିଲେଟ୍ରି ନେଭିଗେସନ୍ ଏବଂ ବିସ୍ଫୋଟକ ବ୍ୟବହାର ପାଇଁ ମଧ୍ୟ ଟ୍ରେନିଂ ଦିଆଯାଇଥାଏ । ୧୨ ଘଣ୍ଟାର ଟ୍ରେନିଂରେ କମାଣ୍ଡୋଙ୍କୁ ୫୬ କି.ମି ଦୌଡ଼ିବାକୁ କୁହାଯାଇଥାଏ । ପାରାସୁଟରୁ ଜମ୍ପିଙ୍ଗ୍ , ସନ୍ତରଣ , ସ୍କୁବା ଡାଇଭିଂ ଏବଂ ଜୁଡୋ-କରାଟେରେ ଏହି କମାଣ୍ଡୋଙ୍କୁ ଏକ୍ସପର୍ଟ କରାଯାଏ ।
/kanak/media/media_files/2025/05/06/USEYpA8RI7blkG2NMwAS.jpg)
ଜମ୍ମୁ-କାଶ୍ମୀର ଜେଲରେ ବନ୍ଦ ଥିବା ଲସ୍କର-ଏ-ତୋଏବାର ଆତଙ୍କୀଙ୍କୁ ପଚରାଉଚରା କରିବାରୁ ପହଲଗାମ ଆତଙ୍କୀ ଆକ୍ରମଣର ନୂଆ ଖୁଲାସା ହୋଇଛି । ବନ୍ଦୀ ଆତଙ୍କବାଦୀ କହିଛନ୍ତି ଯେ ପହଲଗାମ ଆକ୍ରମଣ ଘଟାଇଥିବା ଆତଙ୍କୀଙ୍କୁ ଏସଏସଜି କମାଣ୍ଡୋଙ୍କ ଭଳି ଟ୍ରେନିଂ ଦିଆଯାଇଛି । ଏହି ଆତଙ୍କୀଙ୍କୁ ଠିକ୍ ସେହିଭଳି ଟ୍ରେନିଂ ଦିଆଯାଇଛି ଯେମିତି ଏସଏସଜି କମାଣ୍ଡୋଙ୍କୁ ଦିଆଯିବା ଦରକାର । ରିପୋର୍ଟ ମୁତାବକ ପହଲଗାମ ଆକ୍ରମଣରେ ସାମିଲ୍ ଥିବା ଆତଙ୍କୀଙ୍କୁ ପାକିସ୍ତାନ SSG କମାଣ୍ଡୋ ଭଳି ଟ୍ରେନିଂ ଦିଆଯାଇଛି । ଖାଲି ଏତିକି ନୁହେଁ କିଛି କମାଣ୍ଡୋ କାଶ୍ମୀର ଘାଟିରେ ଏବେ ବି ଅଛନ୍ତି । ଏମାନେ ଆତଙ୍କୀଙ୍କ ଛୋଟ ଛୋଟ ଗ୍ରୁପର ଲିଡର୍ ଭଳି କାମ କରୁଛନ୍ତି । ଏଭଳି ୩ ବଡ଼ ବଡ଼ ଆତଙ୍କୀ ଆକ୍ରମଣରେ SSG ପାକିସ୍ତାନର ଭୂମିକା ଅଛି ବୋଲି ଜଣାପଡିଛି । ଗୁଇନ୍ଦା ଏଜେନ୍ସି ଅନୁସାରେ ଇଣ୍ଡିଆନ୍ ସିକ୍ୟୁରିଟି ଫୋର୍ସକୁ ISI ଅସୁବିଧାରେ ପକାଇବାକୁ ଚାହୁଁଛି । ଯାଞ୍ଚ୍ ଏଜେନ୍ସିଙ୍କୁ ଏନେଇ ପ୍ରମାଣ ମିଳିଥିବା କଥା ମଧ୍ୟ କୁହାଯାଉଛି । ଯେଉଁ ଆଧାରରେ ପହଲଗାମ ଆତଙ୍କୀ ଆକ୍ରମଣରେ SSG କମାଣ୍ଡୋଙ୍କ ଭୂମିକା ଥିବା ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ SSG କମାଣ୍ଡୋ ଟ୍ରେନିଂ ନେଉଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ଯାଞ୍ଚ୍ ଏଜେନ୍ସି ଅଣ୍ଟା ଭିଡିଛନ୍ତି । ଆତଙ୍କୀଙ୍କୁ ସାହାଯ୍ୟ କରୁଥିବା ନେଟୱାର୍କକୁ ଟାର୍ଗେଟ୍ କରିବା ଆରମ୍ଭ କଲେଣି ସୁରକ୍ଷା ଏଜେନ୍ସି ।