ବର୍ତ୍ତମାନର ଯୁବପିଢିଙ୍କ ମନରେ ଚାକିରି ପାଇଁ କ୍ରେଜ୍ ବଢୁଛି । ସରକାରୀ ଚାକିରିଟିଏ ପାଇଁ ଛାତ୍ରଛାତ୍ରୀ କମ୍ପିଟେଟିଭ୍ ପରୀକ୍ଷା ଦେଉଛନ୍ତି । ଯିଏ ପରିଶ୍ରମ କରୁଛି ଭାଗ୍ୟ ତା’ର ସାଥ୍ ଦେଉଛି ଏବଂ ଚାକିରିଟିଏ ପ୍ରାପ୍ତ ହେଉଛି । କିନ୍ତୁ ବେଳେବେଳେ ଚାକିରି ନ ପାଇ ଅନେକ ଯୁବକ,ଯୁବତୀ ଚାପଗ୍ରସ୍ତ ରହୁଛନ୍ତି । କିଏ ବ୍ୟବସାୟ ଆଡ଼କୁ ଢଳୁଛନ୍ତି ତ ଆଉ କିଏ ଅନ୍ୟ କେଉଁ ମାର୍ଗ ଧରୁଛନ୍ତି । ଅନେକ ଯୁବଗୋଷ୍ଠୀ ଗାଁରେ ବ୍ୟବସାୟ ଆରମ୍ଭ କରି ଚାକିରି ଅପେକ୍ଷା ଅଧିକ ରୋଜଗାର ମଧ୍ୟ କରୁଛନ୍ତି । ଆପଣ ଖବରକାଗଜରେ ଏମିତି ଅନେକ ଖବର ପଢିଥିବେ ଯେଉଁଠି କେଉଁ ଯୁବକ କମ୍ ଟଙ୍କା ଲଗାଇ ବ୍ୟବସାୟରେ କୋଟି କୋଟି ରୋଜଗାର କରୁଛନ୍ତି ତ ଆଉ କିଏ ଉଚ୍ଚ ପଦବୀର ଚାକିରି ଛାଡ଼ି ବ୍ୟବସାୟ ଆରମ୍ଭ କରିଛନ୍ତି । ତେବେ ଏହାରି ଭିତରେ ଏବେ ଜଣେ କ୍ଷୀର ବ୍ୟବସାୟୀ ଚର୍ଚ୍ଚା ସାଉଁଟିଛନ୍ତି ।
/kanak/media/media_files/2025/05/06/wLom6MOufB7GumWQU5QP.jpg)
ହରିୟାଣାର ଫରିଦାବାଦରେ ଜଣେ ୩୩ ବର୍ଷୀୟ ଯୁବକ , ନାଁ ତାଙ୍କର ଅମିତ୍ ଭଡ଼ାଣା । କ୍ଷୀର ବିକ୍ରି କରି ଭଲ ଦୁଇପଇସା ରୋଜଗାର କରୁଛନ୍ତି । ତେବେ ରୋଚକ କଥା ହେଉଛି ଯୁବକ ଜଣକ କ୍ଷୀର ବିକିବା ପାଇଁ କେଉଁ ସାଇକେଲ୍ କିମ୍ବା ସ୍କୁଟରର ନୁହଁ ବରଂ ଅଡି କାରର ବ୍ୟବହାର କରୁଛନ୍ତି । ୫୦ ଲକ୍ଷ ଟଙ୍କାର ଅଡି କାରରେ ଯୁବକ ଜଣକ କ୍ଷୀର ବିକ୍ରି କରିବାକୁ ଯାଉଛନ୍ତି । ଦିନକୁ ୧୨୦ ଲିଟର କ୍ଷୀର ବିକ୍ରି କରୁଥିବା ଅମିତ୍ ନାମୀ ବ୍ୟାଙ୍କର ଚାକିରି ଛାଡ଼ି ବାପାଙ୍କ କ୍ଷୀର ବ୍ୟବସାୟକୁ ଆସିଥିଲେ । ଦାମୀ ଗାଡ଼ିର ସଉକ ରଖୁଥିବା ଏହି ଯୁବକ ନିଜ ଅଡି କାରରେ ପ୍ରତିଦିନ ୬୦ କିମି ଅଞ୍ଚଳ ବୁଲି କ୍ଷୀର ବିକ୍ରି କରିଥା’ନ୍ତି । ଆଉ ଏଥିପାଇଁ ସେ ଦୈନିକ ୪୦୦ ଟଙ୍କାର ପେଟ୍ରୋଲ୍ ମଧ୍ୟ ପକାଇଥା’ନ୍ତି । ଅମିତ୍ ନିକଟରେ ଅଡି ଏ ୩ କେବ୍ରିୟୋଲେଟ୍ କାର୍ କିଣିଛନ୍ତି । ଏହା ପୂର୍ବରୁ ସେ ନିଜର ୮ ଲକ୍ଷର ଦାମୀ ବାଇକ ହାର୍ଲେ ଡେଭିଡସନରେ କ୍ଷୀରର ସପ୍ଲାଇ କରୁଥିଲେ । ଏନେଇ ଅମିତ୍ କୁହନ୍ତି ପ୍ରବଳ ଖରାରେ ବାଇକରେ କ୍ଷୀର ବିକ୍ରି କରିବା କଷ୍ଟକର ହେଉଥିଲା ତେଣୁ ସେ କାର୍ କିଣିଥିଲେ ।
ଅମିତ୍ ବି.କମ୍ ପାଠ ପଢି ୭ ବର୍ଷ ପର୍ଯ୍ୟନ୍ତ ଏଚଡିଏଫସି ବ୍ୟାଙ୍କରେ ମ୍ୟାନେଜର ଭାବେ କାମ କରିଥିଲେ । କରୋନା ସମୟରେ ବ୍ୟାଙ୍କ ଚାକିରି ଛାଡ଼ି ବାପା,ଭାଇଙ୍କ ସହ କ୍ଷୀର ବ୍ୟବସାୟରେ ସାମିଲ ହୋଇଥିଲେ । ବର୍ତ୍ତମାନର ସମୟରେ ସେ ଦୈନିକ ୧୨୦ ଲିଟର କ୍ଷୀର ସପ୍ଲାଇ କରିବା ସହ ଗୋଶାଳାରେ ଥିବା ୩୨ ଗାଈ ଏବଂ ୬ ଷଣ୍ଢଙ୍କ ଯତ୍ନ ମଧ୍ୟ ନେଉଛନ୍ତି । ଅମିତଙ୍କ ବାପା ଭାରତୀୟ ସ୍ଥଳସେନାରୁ ଅବସର ନେଇ ଗାଁରେ ଚାଷ କରିବା ସହ ଗୋଶାଳାରେ ଗାଈଗୋରୁଙ୍କ ସେବା କରନ୍ତି । ତାଙ୍କର ଦୁଇ ଭାଇ ମଧ୍ୟରୁ ଜଣେ କ୍ଷୀର ବ୍ୟବସାୟରେ ଥିବା ବେଳେ ଆଉ ଜଣେ ଇଭେଣ୍ଟ୍ ମ୍ୟାନେଜମ୍ୟାଣ୍ଟ କାର୍ଯ୍ୟ କରୁଛନ୍ତି ।
/kanak/media/media_files/2025/05/06/24JaRtIwsXXIOvN85GIY.jpg)