କନକ ବ୍ୟୁରୋ : ନିର୍ବାଚନ ଆସିଲେ ନେତାଙ୍କ ଜନତାଙ୍କ କଥା ମନେପଡ଼େ । ହାତୀ ଘୋଡା ଚାକିରି ସହ ସବୁ ମାଗଣା ଦେବାକୁ ପ୍ରତିଶ୍ରୁତି ଦିଅନ୍ତି । ଏସବୁ ଭାରତୀୟ ରାଜନୀତିରେ ଏକ ପୁରୁଣା ସୁଆଙ୍ଗ । ହେଲେ ନିର୍ବଚାନ ସରିଲେ ଜନତା ଓ ନେତାଙ୍କ ଭିତରେ ଦୂରତା ଭାଇବୋହୂ ଦେଢ଼ଶୂର ଭଳି ପାଲଟି ଯାଏ  । କଥା ସିନା ହୋଇପାରନ୍ତି ହେଲେ କେହି କାହାର କାମରେ ଲାଗନ୍ତି ନାହିଁ । ଯାହା ଏବେ ବିହାର ନିର୍ବାଚନରେ ଦେଖିବାକୁ ମିଳିଛି ।

Advertisment

ବିହାରରେ ନୀତିଶ ସରକାର ରାଜ୍ୟର ଜୀବିକା ମାଆମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ବାଣ୍ଟି ମହିଳା ଭୋଟ ହାତେଇବାକୁ ଚେଷ୍ଟା କରିଥିବା ବେଳେ ବିରୋଧୀ ଆରଜେଡି ବିହାରବାସୀଙ୍କୁ ପ୍ରତିଶ୍ରୁତିର ପାହାଡ଼ ଉପରେ ଠିଆ କରିଦେଇଛି । ଆରଜେଡିର ନେତା ତେଜସ୍ୱୀ ଯାଦବ ଏକ ସାମ୍ବାଦିକ ସମ୍ମିଳନୀ କରି ବିହାରବାସୀଙ୍କୁ ୫ ଟି ପ୍ରତିଶ୍ରୁତି ଦେଇଛନ୍ତି । ସେ କହିଛନ୍ତି କି, ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ବିହାରବାସୀ ପରିବର୍ତ୍ତନ ଚାହୁଛନ୍ତି । ଚଳିତ ସରକାର ଦୁର୍ନୀତି ଓ ଅପରାଧ ରୋକିବାରେ ବିଫଳ ହୋଇଛି । 

ତେଜସ୍ୱୀ ଯାଦବ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ମୁକେଶ ସହନୀ ଉପ-ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ହେଲେ ଆମ ସରକାର ଆସିଲେ ଅପରାଧ, ଦୁର୍ନୀତିର ମୂଳପୋଛ ହେବ । ଏହାସହ ସେ ବିହାରବାସୀଙ୍କୁ ଅନୁରୋଧ କରିଛନ୍ତି କି, ବିଜେପି ଓ ଏନଡିଏକୁ ୨୦ ବର୍ଷ ଦେଇଛ, ଆମକୁ ୫ ବର୍ଷ ଶାସନଗାଦିରେ ବସିବାର ସୁଯୋଗ ଦେଇ ଦେଖ । ଆମ ସରକାର ଗଠନ ହେବା ପରେ ପଞ୍ଚାୟତ ପ୍ରତିନିଧୀ ଓ ୱାର୍ଡମେମ୍ବରଙ୍କୁ ଭତ୍ତା ଦ୍ୱିଗୁଣା କରାଯିବ । ଏହାସହ ସେମାନଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେମାନଙ୍କ ଜୀବନ ଜୀବିକା ପାଇଁ ସେମାନଙ୍କୁ ପେନସନ୍ ପ୍ରଦାନ କରାଯିବ । କେବଳ ସେତିକି ନୁହେଁ ସେମାନଙ୍କୁ ସରକାରଙ୍କ ତରଫରୁ ୫୦ ଲକ୍ଷ ଟଙ୍କାର ଜୀବନ ବୀମା ଯୋଗାଇଦିଆଯିବ । ଏହାସହ ପିଡିଏସ୍ ସିଷ୍ଟମରେ ଯେଉଁମାନେ ବିତରଣ କରୁଛନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ମାନଦେୟ ସ୍ଥିର କରାଯିବ । 

ବଙ୍ଗୋପସାଗରେ ଗଭୀର ଅବପାତ ; ୨୪ଘଣ୍ଟାରେ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେବ

ସବୁଠାରୁ ବଡ଼କଥା ତେଜସ୍ୱୀ ଯାଦବ କହିଛନ୍ତି କି, ରାଜ୍ୟରେ ଥିବା କୁମ୍ଭାର, କମାର, ବଢେଇମାନଙ୍କୁ ସେମାନଙ୍କ ରୋଜଗାର ବୃଦ୍ଧି କରିବାକୁ ୫ ବର୍ଷରେ ବିନା ସୁଧରେ ୫ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯିବ । ଏହାପୂର୍ବରୁ ତେଜସ୍ୱୀ ଯାଦବ ରାଜ୍ୟର ମହିଳାମାନଙ୍କ ପାଇଁ ମାସିକ ୨.୫ ହଜାର ଟଙ୍କା ସହାୟତା ଘୋଷଣା କରିଥିଲେ । ସେପଟେ ସରକାରକୁ ଆସିଲେ ପ୍ରତିପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଏନଡିଏର ନିଦ ହଜାଇ ଦେଇଛନ୍ତି ।