କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନରେ ଆସନ ବୁଝାମଣାକୁ ନେଇ ଇଣ୍ଡିଆ ମେଣ୍ଟ ଭିତରେ ଯେଉଁ କନ୍ଦଳ ରହିଥିଲା ତାହା ଧିରେ ଧିରେ ସମାଧାନ ଆଡକୁ ଗତି କରୁଛି । ସୂତ୍ର ସୂଚନା ମୁତାବକ ଆରଜେଡି ଓ କଂଗ୍ରେସ ମଧ୍ୟରେ ଥିବା ମତଭେଦ ଦୂର ହୋଇଛି ଓ ଇଣ୍ଡିଆ ମେଣ୍ଟ ତରଫରୁ ଖୁବଶ୍ରଘ୍ର ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯିବ ।
୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଇଣ୍ଡିଆ ମେଣ୍ଟ ଖୁବଶୀଘ୍ର ଘୋଷଣା କରିବାକୁ ଯାଉଛି । ଏହି ନିଷ୍ପତ୍ତି ଉପରେ ଇଣ୍ଡିଆ ମେଣ୍ଟର ସମସ୍ତ ସହଯୋଗୀ ଦଳ ଆଜି ମୋହର ମାରିବେ । ଏହାସହ ଇଣ୍ଡିଆ ମେଣ୍ଟ ଆଜି ବିହାରରେ ଚଲୋ ବିହାର, ବଦଲୋ ବିହାର ନାରାର ଉଦଘାଟନ କରାଯିବ ।
ଦୀପାବଳୀ ପରେ ଖସିଲା ସୁନାର ଦର : ୧୦ ଗ୍ରାମ ପିଛା ୪ ହଜାର ଟଙ୍କା ହ୍ରାସ, ରୁପା ବି ହେଲା ଶସ୍ତା
ଏନେଇ ଆଜି ଇଣ୍ଡିଆ ମେଣ୍ଟ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି । ପାଟନାର ମୌର୍ଯ୍ୟ ହୋଟେଲରେ ଏହି ସାମ୍ବାଦିକ ସମ୍ମିଳନୀ କରାଯିବ । ଏଥିରେ ମେଣ୍ଟର ସମସ୍ତ ସହଯୋଗୀଦଳମାନେ ଉପସ୍ଥିତ ରହିବେ । ଏହି ସାମ୍ବାଦିକ ସମ୍ମିଳନୀ ପାଇଁ ପ୍ରସ୍ତୁତ ହୋଇଥିବା ପୋଷ୍ଟରରେ କେବଳ ତେଜସ୍ୱୀ ଯାଦବଙ୍କ ଫଟୋ ଦେଖିବାକୁ ମିଳିଛି । ପୋଷ୍ଟରରେ କେବଳ ଆରଜେଡି, କଂଗ୍ରେସ, ସିପିଆ (ଏମ୍.ଏଲ), ସିପିଆଇ (ଏମ୍), ସିପିଆଇ, ଭିଆଇପି ଓ ଆଇଆଇଆଇପିର ଦଳୀର ଚିହ୍ନ ରହିଛି ।
କହିରଖୁ କି, ବିହାର ନିର୍ବାଚନ ତାରିଖ ଘୋଷଣା ପରେ ଇଣ୍ଡିଆ ମେଣ୍ଟରେ ଆସନ ବୁଝାମଣାକୁ ନେଇ ସହଯୋଗୀ ଦଳମାନଙ୍କ ଭିତରେ ଟଣା ଓଟରା ଲାଗି ରହିଥିଲା । କେବଳ ଆରଜେଡିକୁ ଛାଡି ଦେଲେ ଆସନ ବୁଝାମଣାକୁ ନେଇ କୌଣସି ସହଯୋଗୀ ଦଳ ସନ୍ତୁଷ୍ଟ ନଥିଲେ । ଏଭଳି ସ୍ଥିତିରେ ୧୦ ଟି ଆସନରେ ମେଣ୍ଟର ସହଯୋଗୀ ଦଳମାନେ ପରସ୍ପର ବିରୋଧରେ ନାମାଙ୍କନ ଭରିଥିବା ଦେଖିବାକୁ ମିଳିଥିଲା । ଏହା ସହ ମେଣ୍ଟରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ମଧ୍ୟ ସ୍ପଷ୍ଟ ଚିତ୍ର ଆସିପାରି ନଥିଲା । ଏଭଳି ସମସ୍ୟାର ସମାଧାନ ପାଇଁ ବୁଧବାର ଦିନ କଂଗ୍ରେସର ବରିଷ୍ଠ ନେତା ତଥା ବିହାର ନିର୍ବାଚନ ପ୍ରଭାରୀ ଅଶୋକ ଗେହଲଟ ଲାଲୁ ପ୍ରସାଦ ଯାଦବ ଓ ତେଜସ୍ୱୀ ଯାଦବଙ୍କୁ ଭେଟିଥିଲେ ।
ଭୋଟ୍ ପୂର୍ବରୁ ତେଜସ୍ୱୀଙ୍କ ବଡ଼ ଘୋଷଣା: ଏମାନଙ୍କୁ ମିଳିବ ୩୦ ହଜାର ଦରମା
ଏହି ଭେଟ ପରେ ଗଣମାଧ୍ୟମକୁ ଅଶୋକ ଗେହଲଟ୍ କହିଥିଲେ କି, ମେଣ୍ଟରେ ସବୁ ଠିକ୍ ଚାଲିଛି । ଆଗକୁ ସବୁ ସ୍ପଷ୍ଟ ହୋଇଯିବ । କଂଗ୍ରେସ ଓ ଆରଜେଡି ମଧ୍ୟରେ ଥିବା ବିବାଦ ତୁଟିବା ପରେ ସବୁ ସହଯୋଗୀଦଳମାନେ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିବାକୁ ନିଷ୍ପତ୍ତି ନେଇଥିବା ସୂତ୍ର ସୂଚନା ରହିଛି । ସେପଟେ ଆଶା କରାଯାଉଛି କି, ଏହି ସାମ୍ବାଦିକ ସମ୍ମିଳନୀ ପରେ ଇଣ୍ଡିଆ ମେଣ୍ଟ ତରଫରୁ ପରସ୍ପର ବିରୋଧରେ ଯେଉଁ ୧୦ ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି ତାହା ମଧ୍ୟରୁ କିଛି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/23/16-2025-10-23-10-21-44.jpg)