କନକ ବ୍ୟୁରୋ : ସୁନା ଦାମ ଆକାଶ ଛୁଆଁ ହେବା ପରେ ଦର ଖସିବାରେ ଲାଗିଛି । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଖସିଛି । ଧନତେରାସ ଓ ଦୀପାବଳି ପରେ ସୁନା, ରୁପାର ଦାମ ଖସିଛି । ସୁନାର ଦାମ ୪ ହଜାର ଟଙ୍କା ଖସିଥିବା ବେଳେ ଆଜି ସୁନାର ଦାମ ଆହୁରି ଖସିବ ବୋଲି ବଜାର ବିଶେଷଜ୍ଞ ଆକଳନ କରିଛନ୍ତି । ସେହିପରି ରୁପାର ଦାମ କିଲୋଗ୍ରାମ ପିଛା ୧୦ ହଜାର ଟଙ୍କା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ଖସିଥିବା ବେଳେ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଚଳିତ ବର୍ଷ ୬୦ ପ୍ରତିଶତ ବୃଦ୍ଧି ହୋଇଥିବା ସୁନା ଏବେ ନିବେଶକଙ୍କୁ ଶକ୍ତ ଝଟକା ଦେଇଛି । ଅନ୍ତରାଷ୍ଟ୍ରିୟ ବଜାରରେ ସୁନାର ଦାମ ମଙ୍ଗଳବାର ୨ ଦଶମିକ ୬ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୪୦୧୭ ଦଶମିକ ୨୯ ଡଲାରକୁ ଖସି ଆସିଛି । ଆମେରିକା ଗୋଲଡ ଫିଚ୍ୟୁର୍ସରେ ମଧ୍ୟ ସୁନା ଦାମ ୧ ଦଶମିକ ୯ ପ୍ରତିଶତ ହ୍ରାସ ପାଇ ଆଉନସ ପିଛା ୪୦୩୨ ଦଶମିକ ୮୦ ଡଲାରକୁ ଖସିଛି । 

Advertisment

ବଢ଼ିଲା ବାତ୍ୟା ଭୟ ! ପଛକୁ ପଛ ଆସୁଛି ୨ ଲଘୁଚାପ , ବାତ୍ୟା ଟାର୍ଗେଟରେ ଦକ୍ଷିଣ ଓଡ଼ିଶା !

ଏପଟେ ଭାରତରେ ସୋମବାର ସୁନା ୧୦ ଗ୍ରାମକୁ ୧ ଲକ୍ଷ ୩୦ ହଜାର ଟଙ୍କା ଦରରେ ବିକ୍ରି ହୋଇଥିଲା । କିନ୍ତୁ ମଙ୍ଗଳବାର ସନ୍ଧ୍ୟା ସାଢେ ୫ଟାରେ ସୁନା ଦର ପାଖପାଖି ୪ ହଜାର ଟଙ୍କା ହ୍ରାସ ପାଇଛି । ସେହିପରି ରୁପାର ଦାମ କିଲୋଗ୍ରାମ ପିଛା ୧୦ ହଜାର ଟଙ୍କା ହ୍ରାସ ପାଇଥିବା ସୂଚନା ମିଳିଛି । ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ଖସିଥିବାରୁ ଆଜି ଭାରତରେ ପୁଣି ସୁନା ଓ ରୁପାର ଦାମ ଖସିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି ।

ପୀତବାସ ହତ୍ୟାକାଣ୍ଡର ଖୋଲୁଛି ଗୁମର : ବନ୍ଧାହେଲେ ପ୍ରିୟ ବନ୍ଧୁ ବିକ୍ରମ , ଏମିତି କରାଯାଇଥିଲା ହତ୍ୟା ପ୍ଲାନିଂ

୧୨ ବର୍ଷ ମଧ୍ୟରେ ବଡ଼ ହ୍ରାସ    
ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ସୁନା ମୂଲ୍ୟରେ ଏକ ବଡ଼ ହ୍ରାସ ଦେଖାଦେଇଛି  । ସୁନା ଇନଟ୍ରାଡେରେ ୬.୩% ରୁ ଅଧିକ ହ୍ରାସ ପାଇଛି, ଏବଂ ରୂପା ମଧ୍ୟ ଇନଟ୍ରାଡେରେ ୭.୧% ହ୍ରାସ ପାଇଛି । ଏହା ୧୨ ବର୍ଷ ମଧ୍ୟରେ ସବୁଠାରୁ ବଡ଼ ହ୍ରାସ  ଥିଲା । ବୁଧବାର ଦିନ, ସୁନା ଏବଂ ରୂପା ମୂଲ୍ୟ ପାଞ୍ଚ ବର୍ଷରୁ ଅଧିକ ସମୟ ମଧ୍ୟରେ ସବୁଠାରୁ ତୀବ୍ର ହ୍ରାସ ଦେଖିବାକୁ ମିଳିଥିଲା । ବ୍ୟବସାୟୀମାନେ ଏହି ସ୍ତରରେ ଦ୍ରୁତ ଗତିରେ ଲାଭ ବୁକ୍ କରୁଥିବାରୁ ଏହି ହ୍ରାସ ଘଟିଥିଲା । ଲଣ୍ଡନ ବାଣିଜ୍ୟରେ ସୁନା ଆଉନ୍ସ ପ୍ରତି ୪୧୦୦ ଡଲାର ତଳକୁ ଖସିଗଲା, ଯାହା ମଙ୍ଗଳବାରର ୫% ହ୍ରାସକୁ ହୋଇଥିଲା । ରୁପାରେ ମଧ୍ୟ ସମାନ ହ୍ରାସ ଦେଖାଦେଇଛି, ଯାହା ଅତ୍ୟଧିକ ଲାଭ-ବୁକିଂ କାରଣରୁ ଦର ତଳକୁ ଖସିଥିଲା କୁହାଯାଉଛି । 

ତେବେ ସୁନା ରୁପା ଦରରେ ଯେଉଁ ଅସ୍ଥିରତା ଦେଖାଦେଇଛି ସେହି ଅସ୍ଥିରତା ଜାରି ରହିପାରେ । ବିଶ୍ୱସ୍ତରୀୟ ବିକାଶ, ବିଶେଷକରି ଡୋନାଲ୍ଡ ଟ୍ରମ୍ପ, ଚୀନ୍ ଏବଂ ଋଷ ମଧ୍ୟରେ ଆଗାମୀ ବୈଠକ, ସୁନାକୁ ଚାପ ତଳେ ରଖିପାରେ । ତଥାପି, ଦୀର୍ଘକାଳୀନ ଦୃଷ୍ଟିକୋଣ ସକାରାତ୍ମକ ରହିଛି । କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏବେ ବି ଆକ୍ରମଣାତ୍ମକ ଭାବରେ କିଣୁଛନ୍ତି । ଯଦିଓ ସୁନାର ମୂଲ୍ୟ ଆହୁରି ୫୦-୧୦୦ ଡଲାର ହ୍ରାସ ପାଏ, ତଥାପି ଆହୁରି ହ୍ରାସ ପାଇଁ ବହୁତ କମ୍ ସ୍ଥାନ ଅଛି । ଚାହିଦା ଦୃଢ଼ ରହିଛି ।