କନକ ବ୍ୟୁରୋ: ବିହାରରେ ଭୋଟ୍ ପଡ଼ିବା ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ତେଜସ୍ୱୀ ଯାଦବ । ସାମ୍ବାଦିକ ସମ୍ମିଳନୀ କରି ତେଜସ୍ୱୀ ଯାଦବ ଏହି ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି, ଜୀବିକା ଦିଦିଙ୍କୁ ସେ ମାସିକ ୩୦ ହଜାର ଟଙ୍କା ଆଉ ସରକାରୀ ଚାକିରିଆର ମର୍ୟ୍ୟାଦା ଦେବେ । ଏହାସହ ବିହାରରେ ତାଙ୍କ ସରକାର ହେଲେ ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯିବ ବୋଲି କହିଛନ୍ତି ତେଜସ୍ୱୀ ଯାଦବ ।  ତେବେ ଏହାପୂର୍ବରୁ, ତେଜସ୍ୱୀ ଯାଦବ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ଯେ, ତାଙ୍କ ସରକାର ଗଠନ ହେବାର ୨୦ ମାସ ମଧ୍ୟରେ ପ୍ରତ୍ୟେକ ପରିବାରକୁ ସରକାରୀ ଚାକିରି ମିଳିବ।

Advertisment

ତେଜସ୍ୱୀ ଯାଦବ ନୀତିଶ କୁମାରଙ୍କୁ ଟାର୍ଗେଟ୍ କରିବା ସହିତ କହିଛନ୍ତି, ମହିଳାଙ୍କୁ ଲାଞ୍ଚ ଭାବରେ ୧୦,୦୦୦ ଟଙ୍କା ଦିଆଯାଇଛି , ଯାହାକୁ ଏହି ସରକାର ଫେରାଇନେବେ । ସମଗ୍ର ବିହାର ବର୍ତ୍ତମାନର ସରକାରଙ୍କ ଉପରେ କ୍ରୋଧିତ, ଡବଲ-ଇଞ୍ଜିନ ସରକାର ଭିତରେ ଦୁର୍ନୀତି ଏବଂ ଅପରାଧ ବ୍ୟାପିଛି। ଏହି ସରକାର ଆମର ଯୋଜନାଗୁଡ଼ିକୁ ନକଲ କରିଛି ।  

ଟେନସନରେ ନୀତିଶ କୁମାର

ତେଜସ୍ୱୀ ଯାଦବ କହିଛନ୍ତି ଯେ ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି ଏବଂ ଏବେ ନିର୍ବାଚନ ପ୍ରଚାରର ସମୟ ଆସିଛି। ବିହାରର ଲୋକମାନେ ପରିବର୍ତ୍ତନ ଦାବି କରିବାକୁ ସଂକଳ୍ପ ନେଇଛନ୍ତି ଏବଂ ସେମାନେ ଡବଲ-ଇଞ୍ଜିନ ସରକାରରୁ ବିରକ୍ତ । ବେକାରୀ ଏବଂ ମୁଦ୍ରାସ୍ଫୀତି ସମସ୍ୟାର ସମାଧାନ ପାଇଁ ସେ ଅନେକ ଘୋଷଣା କରିଥିଲେ, କିନ୍ତୁ ବର୍ତ୍ତମାନର ସରକାର ତାଙ୍କ ଯୋଜନାଗୁଡ଼ିକୁ ନକଲ କରିଛନ୍ତି । 

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ; ଆଜି ଖୋଲିପାରେ ହତ୍ୟା ରହସ୍ୟ

ତେଜସ୍ୱୀ ଯାଦବ କହିଛନ୍ତି, "ମୋର ଗସ୍ତ ସମୟରେ ମୁଁ ଜୀବିକା ଦିଦିମାନଙ୍କର ଏକ ଗୋଷ୍ଠୀକୁ ଭେଟିଥିଲି, ଏବଂ ସେମାନଙ୍କ ମତାମତ ଶୁଣିବା ପରେ, ମୁଁ ଏହି ନିଷ୍ପତ୍ତି ନେଇଛି । ଯଦି ଆମର ସରକାର ଗଠନ ହୁଏ, ତେବେ ଜୀବିକା ଦିଦିମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ । ଏହାବ୍ୟତୀତ ସେମାନଙ୍କର ଚାକିରି ମଧ୍ୟ ସ୍ଥାୟୀ କରାଯିବ।" ସେ ଆହୁରି କହିଛନ୍ତି ଯେ ଜୀବିକା ଦିଦିଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ମାସିକ ୩୦,୦୦୦ ଟଙ୍କା ଦରମା ମିଳିବ ।