ଫଟୋ ପାଇଁ ଫାଟ : ପାର୍ଟି ଏବଂ ପରିବାରଠୁ ଅଲଗା କଲା ଗୋଟିଏ ଫଟୋ ..

ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ରାଜନୈତିକ ଏବଂ ପାରିବାରିକ ଜୀବନ ଉପରେ ଝଡ଼ ସୃଷ୍ଟି କରିଛି ଗୋଟିଏ ଫଟୋ । ପରିବାର ଓ ପାର୍ଟି ଠାରୁ ତେଜ ପ୍ରତାପଙ୍କୁ ଦୂରେଇ ଦେଇଛି ଏହି ଫଟୋ ।

ଅଦ୍ୟତନ ହୋଇଛି
Tej pratap Viral Pic

Tej pratap Viral Pic Photograph: (Kanak News)

କନକ ବ୍ୟୁରୋ : କଥାରେ ଅଛି ଫଟୋ କେବେ ମିଛ କୁହେନି .. ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କ ରାଜନୈତିକ ଏବଂ ପାରିବାରିକ ଜୀବନ ଉପରେ ଝଡ଼ ସୃଷ୍ଟି କରିଛି ଗୋଟିଏ ଫଟୋ । ପରିବାର ଓ ପାର୍ଟି ଠାରୁ ତେଜ ପ୍ରତାପଙ୍କୁ ଦୂରେଇ ଦେଇଛି ଏହି ଫଟୋ । ଲାଲୁ ନିଜ ପୁଅଙ୍କ ଏଭଳି ବ୍ୟବହାରରେ ଏତେ ଖପ୍ପା ହେଲେ ଯେ ପରିବାର ସହ ପାର୍ଟିଠାରୁ ମଧ୍ୟ ତାଙ୍କୁ ୬ ବର୍ଷ ପାଇଁ ଅଲଗା କରିଦେଲେ । ଜଣେ ଯୁବତୀଙ୍କ ସହ ତେଜଙ୍କ ଫଟୋ ସାର୍ବଜନୀନ ହେବା ପରେ ଲାଲୁ ଏତେ ବଡ଼ ନିଷ୍ପତ୍ତି ନେଇଥିଲେ । ତେବେ ଶନିବାର ଏନେଇ ତେଜ ପ୍ରତାପ ସଫେଇ ଦେଇ କହିଥିଲେ ଯେ ତାଙ୍କ ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି ଏବଂ ଏହି ଫଟୋ ସହ ତାଙ୍କର କୌଣସି ସମ୍ବନ୍ଧ ନାହିଁ । 

TEJ PRATAP
TEJ PRATAP Photograph: (google)

ତେବେ ଏହି ଫଟୋର ଚର୍ଚ୍ଚା ପ୍ରଥମେ ତେଜ ପ୍ରତାପଙ୍କ ଫେସବୁକ୍ ପୋଷ୍ଟରୁ ହୋଇଥିଲା । ଫଟୋରେ ତେଜଙ୍କ ସହ ଜଣେ ଯୁବତୀ ନଜର ଆସୁଛନ୍ତି । ପୋଷ୍ଟରେ ଲେଖାଯାଇଛି କି ଉକ୍ତ ଯୁବତୀଙ୍କ ସହ ତେଜ ପ୍ରତାପ ୧୨ ବର୍ଷ ହେଲା ପ୍ରେମ ସମ୍ବନ୍ଧରେ ରହିଛନ୍ତି । ଫଟୋଟି ଝଡ଼ ପରି ଭାଇରାଲ୍ ହେବା ପରେ ତେଜ ସଫେଇ ରଖିଲେ ଯେ ତାଙ୍କ ଆକାଉଣ୍ଟକୁ ହ୍ୟାକ୍ କରାଯାଇଛି । ଏହି ପୋଷ୍ଟରେ ଲେଖାଯାଇଥିଲା ‘ମୁଁ ତେଜ ପ୍ରତାପ , ଏହି ଫଟୋରେ ଯେଉଁ ମହିଳା ମୋ ସହ ଅଛନ୍ତି ତାଙ୍କ ସହ ମୁଁ ୧୨ ବର୍ଷ ହେଲା ପ୍ରେମ ସମ୍ବନ୍ଧରେ ରହିଛି । ମୁଁ ଅନେକ ଦିନରୁ ଏହି କଥା ଆପଣଙ୍କ ସଙ୍ଗେ ସେୟାର୍ କରିବାକୁ ଚାହୁଁଛି କିନ୍ତୁ କେମିତି କହିବି କିଛି ଭାବି ପାରୁନଥିଲି । ଆଶା କରୁଛି ଆପଣମାନେ ମୋ ଅନୁଭବକୁ ବୁଝି ପାରୁଥିବେ ।’ ତେବେ ବର୍ତ୍ତମାନ ତେଜ ପ୍ରତାପଙ୍କ ଫେସବୁକ୍ ଆକାଉଣ୍ଟକୁ ଡିଲିଟ୍ କରାଯାଇଛି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ପ୍ରତିକ୍ରିୟା ରଖି ତେଜ ଲେଖିଛନ୍ତି ଯେ ‘ମୋ ପରିବାରକୁ ବଦନାମ କରିବା ପାଇଁ ଏଭଳି ପ୍ରୟାସ କରାଯାଉଛି । ମୋ ଆକାଉଣ୍ଟକୁ ହ୍ୟାକ୍ କରିବା ସହ ଫଟୋକୁ ମଧ୍ୟ ଭିନ୍ନ ଢଙ୍ଗରେ ପ୍ରସ୍ତୁତ କରାଯାଇଛି ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe