ଘରେ ବିଷଧର ସାପ ପାଳିଲା ପରି ଆତଙ୍କବାଦକୁ ଆଶ୍ରୟ ଦେଉଥିବା ପାକିସ୍ତାନ ଏବେ ନିଜେ କାଳର ଚକ୍ରବ୍ୟୁହରେ ଫସିଯାଇଛି । ପାକିସ୍ତାନର ପୋଷ୍ୟପୁତ୍ର ଏବେ ନିଜ ବାପା ପାଇଁ କୁଳାଙ୍ଗାର ହୋଇଯାଇଛି । ଏଭଳି କହିବାର କାରଣ ଆତଙ୍କୀସ୍ତାନର ଖୁଜଦାର ନାମକ ଏକ ସ୍ଥାନରେ ଜିରୋ ପଏଣ୍ଟ୍ ନିକଟରେ କରାଚି-କ୍ବେଟା ରାଜମାର୍ଗରେ ସେନା ବାହିନୀକୁ ଇମ୍ପ୍ରୋୱାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇଜ୍ (VBIED) ଦ୍ବାରା ଟାର୍ଗେଟ୍ କରାଯାଉଛି । ଯେଉଁଥିରେ ୩୨ ଜଣ ପାକ୍ ସୈନ୍ୟଙ୍କ ଜୀବନ ଯାଇଛି ଏବଂ ୧୨ ରୁ ଅଧିକ ସୈନ୍ୟ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

Advertisment
pakistan army
pakistan army Photograph: (google)

ପାକିସ୍ତାନର ଛୋଟ ଛୋଟ ଅଞ୍ଚଳରେ ଆତଙ୍କୀ ଘଟଣା ଏବଂ ଗୁଳିବର୍ଷାର ଖବର ଆସିବା ସାଧାରଣ କଥା କିନ୍ତୁ ବର୍ତ୍ତମାନ ଶତ୍ରୁଦେଶର ବଡ଼ ବଡ଼ ସହରରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳୁଛି । ଯାହା ପରେ ପାକିସ୍ତାନର ସୁରକ୍ଷାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠୁଛି । କରାଚି-କ୍ବେଟା ରାଜମାର୍ଗରେ ଛିଡ଼ା ହୋଇଥିବା ଏକ ଗାଡ଼ିରେ ବୋମା ଖଞ୍ଜା ଯାଇଥିଲା ଏବଂ ସେହି ରାସ୍ତାରୁ ଅତିକ୍ରମ କରୁଥିବା ବେଳେ ପାକ୍ ସେନାର ଗାଡ଼ି ବିସ୍ଫୋରଣର ଶିକାର ହୋଇଥିଲା । ସୂଚନା ଅନୁସାରେ ଏହି ବିସ୍ଫୋରଣରେ ୮ ଟି ବାହନ ସାମିଲ ଥିଲେ , ଯେଉଁଥିରୁ ୩ ଟି ବାହନ ସମ୍ପୂର୍ଣ୍ଣ ଜଳି ଯାଇଥିବା ଖବର ଆସୁଛି । ଏଥିରେ ସେନା ଯବାନଙ୍କ ପରିବାରଙ୍କୁ ସାଙ୍ଗରେ ନେଉଥିବା ଏକ ବସ୍ ମଧ୍ୟ ରହିଛି । 

ଜାତୀୟ ଗଣମାଧ୍ୟମ ଅନୁସାରେ ପାକିସ୍ତାନ ସରକାର ଏବଂ ଅଧିକାରୀ ଏହି ବିସ୍ଫୋରଣକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ସୂଚନା ଅନୁସାରେ ପାକ୍ ଅଧିକାରୀ ଏହି ଘଟଣାକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରୁଛନ୍ତି । ଉକ୍ତ ଘଟଣାକୁ ସ୍କୁଲ ବସ୍ ଉପରେ ଆକ୍ରମଣର ରୂପ ଦିଆଯାଉଛି । କରାଚି-କ୍ବେଟା ରାଜମାର୍ଗରେ ମେ’୨୧ ତାରିଖରେ ଏହି ଆକ୍ରମଣ ହୋଇଥିଲା । ବଲୁଚିସ୍ତାନ ନିକଟ କ୍ବେଟା-କରାଚି ହାଇୱେରେ ଆର୍ମି ପବ୍ଲିକ୍ ସ୍କୁଲର ବସ୍ ଯାଉଥିବା ବେଳେ ଏହି ଆକ୍ରମଣ ଆତଙ୍କବାଦୀମାନେ କରିଥିଲେ । ଯେଉଁଥିରେ ୫ ଜଣ ସ୍କୁଲ ପିଲାଙ୍କ ସମେତ ଡ୍ରାଇଭରଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଡରରେ ରହିଛନ୍ତି ପାକ୍ ଜନତା ।