କନକ ବ୍ୟୁରୋ : ବାରବାଟୀରେ ୧୦୧ରନ୍ ବିଜୟ ସହ ଅନେକ ଉପଲବ୍ଧି ହାସଲ କରିଛି ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ସିରିଜ୍ରେ ୧-୦ରେ ଆଗୁଆ ରହିଛି । ତେବେ ବାରବାଟୀ ବିଜୟ ସହ ଭାରତ ନାଁରେ ଯୋଡ଼ି ହୋଇଛି ଅନେକ ବଡ଼ବଡ଼ ରେକର୍ଡ । ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ସର୍ବନିମ୍ନ ଦଳୀୟ ସ୍କୋର୍ କରିଛି ଦକ୍ଷିଣ ଆଫ୍ରିକା । ଖାଲି ସେତିକି ନୁହେଁ, କ୍ରିକେଟର ଫଟାଫଟ୍ ଫର୍ମାଟରେ ୧୦୦ ୱିକେଟ୍ ହାସଲ କରିଛନ୍ତି ଜସପ୍ରୀତ ବୁମରା । ସେପଟେ ତିଲକ ବର୍ମା ବି ଏହି ଫର୍ମାଟରେ ଏକ ହଜାର ରନ୍ ପୂରଣ କରିଛନ୍ତି । ବାରବାଟୀରେ ଏଭଳି ଅନେକ ରେକର୍ଡ ହୋଇଛି ।
ବିସିସିଆଇକୁ ଘାରିଛି ଟଙ୍କା ନିଶା ! ସୀମାରେ ରକ୍ତ ବହୁଛି, ଟିମ୍ ଇଣ୍ଡିଆ କ୍ରିକେଟ ଖେଳୁଛି
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୦୦ ଛକା
ବାରବାଟୀରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ଯୋଡ଼ି ହୋଇଛି ଏକ ନୂଆ ରେକର୍ଡ । ଟି-ଟ୍ୱେଣ୍ଟିରେ ଭାରତୀୟ ଭାବେ ୧୦୦ ଛକା ମାରିବାର ରେକର୍ଡ କରିଛନ୍ତି ପାଣ୍ଡ୍ୟା । ଏହି ତାଲିକାରେ ରୋହିତ ଶର୍ମା ୨୦୫ ଛକା ସହ ଶୀର୍ଷରେ ରହିଥବା ବେଳେ ପାଣ୍ଡ୍ୟା ୧୦୦ ଛକା ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସୂର୍ୟ୍ୟକୁମାର ଯାଦବ ଓ ବିରାଟ କୋହଲି ଯଥାକ୍ରମେ ୧୫୫ ଓ ୧୨୪ ଛକା ସହ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।
ଜଶପ୍ରୀତ ବୁମ୍ରାଙ୍କ ୧୦୦ ୱିକେଟ୍
ବାରବାଟୀରେ ଫାଷ୍ଟ ବୋଲର ଜଶପ୍ରୀତ ବୁମ୍ରା ବି ଏକ ଉପଲବ୍ଧି ହାସଲ କରିଛନ୍ତି । ଟି-ଟ୍ୱେଣ୍ଟି ଫର୍ମାଟରେ ଅର୍ଶଦୀପ ସିଂଙ୍କ ପରେ ସେ ୧୦୦ ୱିକେଟ ହାସଲ କରିଛନ୍ତି । ଏଭଳି ଭାବରେ ସେ ଫଟାଫଟ୍ ପର୍ମାଟ୍ କ୍ରିକେଟରେ ୧୦୦ ୱିକେଟ ଦଖଳ କରିବାରେ ଦ୍ୱିତୀୟ ଭାରତୀୟ ପାଲଟି ଯାଇଛନ୍ତି । ଏହା ସହିତ ସମସ୍ତ ୩ଟି ଫର୍ମାଟ୍ରେ ୧୦୦ ୱିକେଟ ଲେଖାଏଁ ହାସଲ କରିଛନ୍ତି ବୁମ୍ରା । ଏହି ତାଲିକାରେ ସେ ଏକ ମାତ୍ର ଭାରତୀୟ ଭାବେ ପଞ୍ଚମ ସ୍ଥାନରେ ରହିଛନ୍ତି ।
କ୍ରିକେଟ ଜଗତରେ ଅଭାବନୀୟ ଘଟଣା, ମିଳିଲାନି ସୁଯୋଗ, କୋଚଙ୍କୁ ମାଡ଼ମାରି ଲହୁ ଲୁହାଣ କଲେ ଖେଳାଳି
ଟିଟ୍ୱେଣ୍ଟିରେ ତିଲକଙ୍କ ୧୦୦୦ ରନ୍ ପୂରଣ
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଯୁବ ବ୍ୟାଟର ତିଲକ ବର୍ମା ମଧ୍ୟ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି । ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ସେ ନିଜ ଟି-ଟ୍ୱେଣ୍ଟି କ୍ୟାରିଅରରେ ୧୦୦୦ ରନ୍ ପୂରଣ କରିଛନ୍ତି । ଏହି ମ୍ୟାଚ୍ ପୂର୍ବରୁ ସେ ୯୯୬ ରନ୍ କରିଥିଲେ । ତେବେ ଭାରତୀୟ ପାଳିର ତୃତୀୟ ଓଭରରେ ମାର୍କୋ ୟାନସେନଙ୍କ ଓଭରରେ ସେ ଚୌକା ମାରି ଏହି ଉପଲବ୍ଧି ହାସଲ କରିଛନ୍ତି ।
ଆଇପିଏଲ୍ ନିଲାମ: ହଜାରେରୁ ଅଧିକ ଖେଳାଳିଙ୍କ ନାଁ କାଟିଲା ବିସିସିଆଇ
ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ଦଳୀୟ ସ୍କୋର୍
କଟକରେ ଦକ୍ଷିଣ ଆଫ୍ରିକା ନାଁରେ ଅନେକ ଅଲୋଡ଼ା ରେକର୍ଡ ଯୋଡ଼ି ହୋଇଯାଇଛି । ଟି-ଟ୍ୱେଣ୍ଟି ଫର୍ମାଟରେ ସର୍ବନିମ୍ନ ଦଳୀୟ ସ୍କୋର୍ କରିଥିଲା ପ୍ରୋଟିଆଜ୍ ଦଳ । ୧୭୬ ରନ୍ ପିଛା କରି ମାତ୍ର ୭୪ ରନରେ ଅଲଆଉଟ୍ ହୋଇଯାଇଥିଲା ଦଳ । ବିପକ୍ଷ ଦଳ ଭାବରେ ଚତୁର୍ଥ ସର୍ବନିମ୍ନ ସ୍କୋର୍ କରିଛି ଦକ୍ଷିଣ ଆଫ୍ରିକା । ଏହାପୂର୍ବରୁ ୟୁଏଇ ଭାରତ ବିପକ୍ଷରେ ୫୭ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ସେହିଭଳି ନ୍ୟୁଜିଲାଣ୍ଡ ୬୬, ଆୟାର୍ଲାଣ୍ଡ ୭୦ ଓ ୮୦ ରନ୍ କରି ଭାରତ ବିପକ୍ଷରେ ଅଲଆଉଟ୍ ହୋଇ ସାରିଛନ୍ତି ।
ଟିକେଟ କଳାବଜାରି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ: ମୋଟ ୨୧ଟି ଟିକେଟ୍ ଜବତ, ଧରାପଡ଼ିଲେ ୪ ଜଣ
ଜିତେଶ ଶର୍ମାଙ୍କ ନାଁରେ ବି ରେକର୍ଡ
ୱିକେଟକିପର ଭାବରେ ବାରବାଟୀରେ ଜିତେଶ ଶର୍ମାଙ୍କ ନାଁରେ ବି ରେକର୍ଡ ହୋଇଛି । ୱିକେଟ୍ ପଛରେ ଗୋଟିଏ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ସର୍ବାଧିକ କ୍ୟାଚ୍ ନେବା ରେକର୍ଡ କରିଛନ୍ତି । ଏହି ତାଲିକାରେ ସେ ଷଷ୍ଠ ସ୍ଥାନରେ ରହିଛନ୍ତି । ସେ ୱିକେଟ୍ ପଛରେ ରହି ୪ଟି କ୍ୟାଚ୍ ନେଇ ଏଭଳି ଉପଲବ୍ଧି ହାସଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/cricket-2025-12-10-23-12-38.jpg)