କନକ ବ୍ୟୁରୋ:  ସେପ୍ଟେମ୍ବର ୯ରୁ UAEରେ ଆରମ୍ଭ ହେବ ଏସିଆ କପ୍‌ । ଏଥର ବି ଟୁର୍ଣ୍ଣାମେଣ୍ଟର ଗୋଟିଏ ଗ୍ରୁପ୍‌ରେ ରହିଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ ଓ ପାକିସ୍ତାନ । ସେପ୍ଟେମ୍ବର ୧୪ରେ ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ ସେଡ୍ୟୁଲ୍‌ ରହିଛି । କିନ୍ତୁ ଏହି ମ୍ୟାଚ୍‌କୁ ନେଇ ହିଁ ଏବେ ବିବାଦ ଆରମ୍ଭ ହୋଇଯାଇଛି । ସ୍ଥିତି ଏମିତି ହେଲାଣି ଯେ ଏବେ ବୟକଟ୍‌ ବିସିସିଆଇ ଟ୍ରେଣ୍ଡ୍‌ କରିବାରେ ଲାଗିଛି । ଭାରତ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ଥିବାରୁ ଟିମ୍‌ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ୍‌ରୁ ଓହରି ଯିବ ବୋଲି ଆଶା କରୁଥିଲେ ଫ୍ୟାନ୍ସ । କିନ୍ତୁ ତାହା ହେଲାନି, ବରଂ ଟିମ୍‌ ଇଣ୍ଡିଆ ପାକିସ୍ତାନ ସହ ମ୍ୟାଚ୍‌ ଖେଳିବ ସ୍ପଷ୍ଟ କରିଛି ବିସିସିଆଇ । ଯାହାକୁ ନେଇ ଏବେ ବିବାଦ ଦେଖା ଦେଇଛି । 

Advertisment

ପାକିସ୍ତାନ ସହ ଭାରତର ସମ୍ପର୍କରେ ତିକ୍ତତା ଥିବାରୁ ୱାର୍ଲ୍ଡ ଲିଜେଣ୍ଡ୍‌ସ୍‌ ଲିଗ୍‌ରେ ଭାରତ ପାକିସ୍ତାନ ସହ ସେମିଫାଇନାଲ ମ୍ୟାଚ୍‌ ଖେଳିନଥିଲା । ଏହାପରେ ଦଳକୁ ଟୁର୍ଣ୍ଣାମେଣ୍ଟ୍‌ ବାହାରିବାରୁ ପଡ଼ିଥିଲା । ଏହାସତ୍ତ୍ୱେ ଦଳକୁ କୌଣସି ଫରକ୍‌ ପଡ଼ିନଥିଲା । ସେମିଫାଇନାଲ୍‌ ପୂର୍ବରୁ ଏକ ଲିଗ୍‌ ମ୍ୟାଚ୍‌ରୁ ମଧ୍ୟ ଭାରତ ଓହରି ଯାଇଥିଲା । ଏହାପରେ ଭାରତୀୟ ଲିଜେଣ୍ଡ୍‌ମାନଙ୍କୁ ବାହା ବାହା କରିଥିଲେ ଭାରତୀୟ ଫ୍ୟାନ୍ସ । କିନ୍ତୁ ବର୍ତ୍ତମାନ ଟିମ୍‌ ଇଣ୍ଡିଆ ଏସିଆ ଖେଳିବାକୁ ପ୍ରସ୍ତୁତ ହେଉଥିବାରୁ ଏହାକୁ ନାପସନ୍ଦ କରୁଛନ୍ତି ଫ୍ୟାନ୍ସ । ପୂର୍ବତନ ଭାରତୀୟ ଭାରତୀୟ ସ୍ପିନର ହରଭଜନ ସିଂହ ବିସିସିଆଇକୁ ବୟକଟ୍‌ କରିବାକୁ ଆହ୍ୱାନ ଦେଇଛନ୍ତି । 
ପହଲଗାମ କାଣ୍ଡ ପରେ ପାକିସ୍ତାନ ସହ ସମସ୍ତ ପ୍ରକାର ସମ୍ପର୍କ କାଟିଛି ଭାରତ । ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଯାଇ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ପିଓକେରେ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା । ଏହାପରେ ଭାରତର ସାଧାରଣ ଜନତାଙ୍କୁ ଟାର୍ଗେଟ୍‌ କରିବାକୁ ଚେଷ୍ଟା କରିଥିଲା । ପାକ୍‌ର ସବୁ ନାପାକ୍‌ ପ୍ରୟାସକୁ ପଣ୍ଡ କରିଥିଲା ଭାରତୀୟ ସେନା । ଜୀବନକୁ ବାଜି ଲଗାଇ ଭାରତୀୟ ସେନାର ଯବାନମାନେ ଦେଶକୁ ସୁରକ୍ଷା ଦେଉଥିବା ବେଳେ ବିସିସିଆଇ ମ୍ୟାଚ୍‌ ସେଡ୍ୟୁଲ୍‌ କରିବାକୁ ନେଇ ବିବାଦ ମୁଣ୍ଡ ଟେକିଛି । 

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ବିସିସିଆଇ ଟଙ୍କା ଛାପିବାକୁ ଯୋଜନା କରିଥିବା ଆଲୋଚନା ହେଉଛି । ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ କୋଟି କୋଟି ଟଙ୍କା ରୋଜଗାର କରନ୍ତି କ୍ରିକେଟ ବୋର୍ଡ । ଇକୋନୋମିକ ଟାଇମ୍ସର ରିପୋର୍ଟ ମୁତାବକ ଏଭଳି ମ୍ୟାଚ୍‌ରେ ପ୍ରତି ୧୦ ସେକେଣ୍ଡ୍‌ରେ ୧୩ରୁ ୧୪ ଲକ୍ଷ ଟଙ୍କାର ବିଜ୍ଞାପନ ମିଳିଥାଏ । ଅନ୍ୟାନ ମ୍ୟାଚ୍ ପାଇଁ ୪ରୁ ୫ କୋଟିର ଟିଭି ବିଜ୍ଞାପନ ମିଳିଥାଏ । ଏଭଳି ସ୍ଥିତିରେ ଭାରତ ପାକିସ୍ତାନ ମ୍ୟାଚ୍‌ ରଦ୍ଦ ହେଲେ ଉଭୟ ବୋର୍ଡକୁ କୋଟି କୋଟି ଟଙ୍କାର କ୍ଷତି ସହିବେ । ଏଣୁ ଅନୁମାନ କରାଯାଉଛି ଯେ ଏହି କ୍ଷତିରୁ ବଞ୍ଚିବାକୁ ବିସିସିଆଇ ପାକିସ୍ତାନ ସହ ମ୍ୟାଚ୍‌ ଖେଳିବାକୁ ରାଜି ହୋଇଛି । ହେଲେ ଦେଶରେ ସର୍ବଦା ସର୍ବୋପରି ହେବା ଦରକାର ବୋଲି ଫ୍ୟାନ୍ସ ମତ ରଖୁଛନ୍ତି ଓ ସୋସିଆଲ ମିଡିଆରେ ବୟକଟ୍‌ ବିସିସିଆଇ ଟ୍ରେଣ୍ଡିଂ କରାଉଛନ୍ତି ।