କନକ ବ୍ୟୁରୋ: କ୍ରିକେଟରେ ଖେଳାଳି ଟିମରେ ସ୍ଥାନ ନ ପାଇଲେ ରାଗିବାର ବା ଅଭିଯୋଗ ଆଣିବାର ଅନେକ ଖବର ଆମେ ଦେଖିଛେ ଓ ପଢିଛେ । ହେଲେ ପୁଡୁଚେରୀର ୩ଜଣ କ୍ରିକେଟର ସାୟଦ ମୁସ୍ତାକ ଅଲ୍ଲି ଟ୍ରଫିରେ ଟିମରେ ସାମିଲ ନହେବାରୁ ଅଣ୍ଡର ୧୯ କୋଚଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି, ମାଡ ମାରିବା ଫଳରେ କୋଚ୍ ଏସ୍.ଭେଙ୍କଟରମଣଙ୍କ କାନ୍ଧ ଭାଙ୍ଗିଯାଇଛି ।
ଅଧିକ ପଢ଼ନ୍ତୁ : ଦିବ୍ୟାଙ୍ଗ ଦମ୍ପତିଙ୍କ ଅନନ୍ୟା ପ୍ରତିଭା ; କ୍ରିକେଟରେ କରୁଛନ୍ତି କମାଲ
ପୁଡୁଚେରୀ କ୍ରିକେଟ୍ ଆସୋସିଏସନର ଅଣ୍ଡର-୧୯ ମୁଖ୍ୟ କୋଚ୍ ଏସ୍ ଭେଙ୍କଟରମଣଙ୍କ ଉପରେ ତିନିଜଣ ସ୍ଥାନୀୟ କ୍ରିକେଟର୍ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୟଦ୍ ମୁସ୍ତାକ୍ ଅଲି ଟ୍ରଫି ସ୍କ୍ୱାଡ୍ରୁ ବାଦ୍ ପଡ଼ିବା ପରେ ଉତ୍ତେଜିତ ହୋଇ ଖେଳାଳିମାନେ ଏହି କାଣ୍ଡ ଭିଆଇଛନ୍ତି । ରିପୋର୍ଟ ଅନୁଯାୟୀ, ଆକ୍ରମଣରେ କୋଚ୍ ଭେଙ୍କଟରମଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ୨୦ଟି ଷ୍ଟିଚ୍ ପଡ଼ିଛି । ଏହା ସହ ତାଙ୍କ କାନ୍ଧ ମଧ୍ୟ ଭାଙ୍ଗିଯାଇଛି । ଆକ୍ରମଣକାରୀ ଖେଳାଳି ହେଲେ ବରିଷ୍ଠ ଖେଳାଳି କାର୍ତ୍ତିକେୟନ୍ ଜୟସୁନ୍ଦରମ୍, ପ୍ରଥମ ଶ୍ରେଣୀର ଖେଳାଳି ଏ. ଅରବିନ୍ଦରାଜ ଏବଂ ଏସ୍. ସନ୍ତୋଷ କୁମାରନ୍ । ଏହି ଘଟଣାକୁ ନେଇ ସେଦାରପେଟ୍ ଥାନାରେ ମାମଲା ରୁଜୁ ହୋଇଛି ଏବଂ ଅଭିଯୁକ୍ତ ଖେଳାଳିମାନେ ଫେରାର ଅଛନ୍ତି ।
ଅଧିକ ପଢ଼ନ୍ତୁ : ପୁଅ କ୍ରିକେଟ ଦୁନିଆର ବାଦଶାହ; ଖାଇବା ମୁଠାଏ ପାଇଁ ଅନ୍ୟ ଉପରେ ନିର୍ଭର ବାପା
ସ୍ଥାନୀୟ ପୁଲିସ୍ କହିଛି , ଅଭିଯୁକ୍ତ ୩ ଖେଳାଳି ଫେରାର ଅଛନ୍ତି କିନ୍ତୁ ତାଙ୍କୁ ଟ୍ରାକ୍ କରିବା ଆରମ୍ଭ କରାଯିବ ,କୋଚ୍ ଏବେ ସୁସ୍ଥ ଅଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଆକ୍ରମଣ ଏକ ବଡ଼ ସ୍କାମ୍ର ଖବର ସାମ୍ନାକୁ ଆସିବା ପରେ ଘଟିଛି, ଯେଉଁଥିରେ ସିଏପି ଦ୍ୱାରା ଜାଲ୍ ପ୍ରମାଣପତ୍ର ବ୍ୟବହାର କରି ବାହାର ରାଜ୍ୟର ଖେଳାଳିଙ୍କୁ ସୁଯୋଗ ଦିଆଯାଉଥିବା ଏବଂ ସ୍ଥାନୀୟ ଖେଳାଳିଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି । ଏହି ସମ୍ବେଦନଶୀଳ ଖବର ବିସିସିଆଇକୁ ଚକିତ କରିଛି । ବିସିସିଆଇ ସଚିବ ଦେବଜିତ୍ ସାଇକିଆ କହିଛନ୍ତି, ଅଭିଯୋଗର ଯାଞ୍ଚ କରାଯିବ। ଜାତୀୟ ଗଣମାଧ୍ୟମ ଅନୁସାରେ , ୨୦୨୧ ପରଠୁ ରଣଜୀ ଟ୍ରଫିରେ ପୁଡୁଚେରୀର ୫ଜଣ କ୍ରିକେଟର ଖେଳୁଛନ୍ତି। ଖେଳାଳିଙ୍କ ଆକ୍ରମଣ ଏବଂ ପୂର୍ବରୁ ଆସିଥିବା ସ୍କାମ୍ ରିପୋର୍ଟ କାରଣରୁ ପୁଡୁଚେରୀ କ୍ରିକେଟ୍ ବର୍ତ୍ତମାନ ବଡ଼ ବିବାଦ ଘେରରେ ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/10/cricket-2025-12-10-22-26-56.jpg)