କନକ ବ୍ୟୁରୋ: ଚାରିପଟେ ଘଞ୍ଚ ଜଙ୍ଗଲ, ସବୁଜିମା ଭରା ପ୍ରାକୃତିକ ସୌନ୍ଦର୍ଯ୍ୟ । ଭିତରକୁ ଯେତେ ଯେତେ ଯିବେ ଆପଣଙ୍କ ମନରେ ସେତେ ରୋମାଞ୍ଚ ଭରିଯିବ, ହେଲେ ଟିକେ ପାଖାପାଖି ହୋଇଗଲେ ଖଣ୍ଡିଆ ରାସ୍ତା, କଳଙ୍କି ଖାଇଯାଇଥିବା ଗେଟ୍, ଜରାଜୀର୍ଣ୍ଣ ହୋଇ ପଡ଼ିରହିଥିବା ବୁଦ୍ଧଙ୍କ ସେ ସ୍ମୃତିସ୍ଥଳ ଆପଣଙ୍କ ମନରେ ପ୍ରଶ୍ନର ପାହାଡ଼ ଛିଡ଼ା କରିବ । ଯାଜପୁର ଧର୍ମଶାଳାର ତରାପୁର ପାହାଡରେ ରହିଥିବା ଅଢେଇ ହଜାର ବର୍ଷର ଇତିହାସ । ବୌଦ୍ଧ ଧର୍ମ ହୀନଯାନ ସମ୍ପ୍ରଦାୟର କୀର୍ତ୍ତିରାଜି ବଖାଣୁଛି ଏହି କେଶସ୍ତୁପ । ପୂର୍ବ ସରକାରରେ ପ୍ରତିଷ୍ଠା ହୋଇଥିବା ମ୍ୟୁଜିୟମରେ ପଡିଛି ତାଲା । ପର୍ଯ୍ୟଟକ ଫେରାଉଛନ୍ତି ମୁହଁ, ଆଉ ଅନ୍ଧାରରେ କାନ୍ଦୁଛି ବୌଦ୍ଧ ର୍କୀର୍ତ୍ତିରାଜି କେଶସ୍ତୁପ ।  

Advertisment

କୁହାଯାଏ ହୀନଯାନ ସମ୍ପ୍ରଦାୟ ତଥା ଓଡ଼ିଶାର ଦୁଇ ଶିଷ୍ୟ ତପସୁ ଓ ଭଲ୍ଳିକ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର କରାଇବା ପାଇଁ ଏଠାରେ ବୁଦ୍ଧଙ୍କ ପ୍ରଦତ କେଶ ସ୍ଥାପନ କରିଥିଲେ । ଏପରିକି ବୁଦ୍ଧଙ୍କ ଦୁଇ ପରମ ଶିଷ୍ୟ ତପସୁ ଓ ଭଲ୍ଳିକଙ୍କ ଉପରେ ଖୁସି ହୋଇ ଭଗବାନ ବୁଦ୍ଧ ନିଜର କେଶ ଓ ନଖ ଦାନ କରିଥିଲେ । ତରାପୁର ପାହାଡ଼ରେ କେଶ ସ୍ଥାପନ ହୋଇଥିବା ବେଳେ ଦେଉଳି ପର୍ବତରେ ନଖ ସ୍ଥାପନ କରାଯାଇଛି । ବିଭିନ୍ନ ସମୟରେ ଏଠାକୁ ବୌଦ୍ଧ ସନ୍ଥମାନେ ତପସ୍ୟା ପାଇଁ ଆସୁଥିଲେ ବୋଲି ଗବେଷକମାନେ ମତ ଦିଅନ୍ତି ।

ଅଧିକ ପଢ଼ନ୍ତୁ--Delhi Blast : ଦିଲ୍ଲୀ ବିସ୍ଫୋରଣ ଘଟଣା : କୁଆଡେ ଗଲା ଲାଲ୍ EcoSport କାର୍

ବିଡ଼ମ୍ବନାର କଥା ହେଲା ଯେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ପୀଠଟି ପର୍ଯ୍ୟଟକଙ୍କ ଆଢୁଆଳରେ ରହିଯାଇଛି । ସୁରକ୍ଷା ଅଭାବରୁ ରାଜ୍ୟ ପର୍ଯ୍ୟଯନ ବିଭାଗ ପକ୍ଷରୁ ଲଗାଯାଇଥିବା ସାଇନ ବୋର୍ଡକୁ ବି ଦୁର୍ବୃତ୍ତମାନେ ଲୁଟି ନେଇଯାଇଛନ୍ତି । ସନ୍ଧ୍ୟା ସମୟରେ ଆଲୋକ ବ୍ୟବସ୍ଥା ନଥିବାରୁ ଏହି କୀର୍ତ୍ତିରାଜି ଆଜି ଗୁମୁରି କାନ୍ଦୁଛି । ୧୬ ନମ୍ବର ଜାତୀୟ ରାଜପଥ ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ତରାପୁର ପାହଡରେ ଅଛି ଏହି ପ୍ରାଚୀନ କେଶସ୍ତୁପ । ୨୦୦୫ ରୁ ୨୦୦୭ ମଧ୍ୟରେ ଉତ୍କଳୀୟ ନୌବାଣିଜ୍ୟ କେନ୍ଦ୍ର ଏବଂ ଦକ୍ଷୀଣପୂର୍ବ ଏସୀୟ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ପାହାଡରେ ପ୍ରତ୍ନତାତ୍ୱିକ ଖନନ କରାଯାଇଥିଲା । ଏଥିରେ ଆବିସ୍କୃତ ହୋଇଥିବା ପ୍ରମୁଖକାରୁକାର୍ଯ୍ୟ ଓ ଶିଳାଲିପି ଅନ୍ୟତମ । ସନ୍ଧ୍ୟା ସମୟରେ ଏଠାରେ ମଦ୍ୟପମାନଙ୍କର ଆସର ମଧ୍ୟ ଜମୁଥିବା ଏ ଅସମାଜିକ ଜିନିଷ ବୟାନ କରୁଛି ।