କନକବ୍ୟୁରୋ : ସୋମବାର ଘଟିଥିବା ଏହି ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। i20 ପରେ ଏବେ ସୁରକ୍ଷା ଏଜେନ୍ସିର ଚିନ୍ତା ବଢ଼ାଇଛି ଲାଲ୍ ରଙ୍ଗର EcoSport କାର୍ । ଦିଲ୍ଲୀ ବିସ୍ଫୋରଣକାରୀ i20 ସମେତ ଲାଲ ରଙ୍ଗର EcoSport କାର୍ ବି କିଣିଥିଲା ବୋଲି ସାମ୍ନାକୁ ଆସିଛି। i20 ବିସ୍ଫୋରଣରେ ଜଳିଯାଇଥିବା ବେଳେ EcoSport କାର୍ କୁଆଡ଼େ ଗଲା ବୋଲି ଖୋଜୁଛି ପୁଲିସ। ଲାଲ ଫୋର୍ଡ ଇକୋସ୍ପୋର୍ଟର ପଞ୍ଜିକରଣ ନମ୍ବର DL10CK0458 ରହିଛି ।
ସମସ୍ତ ଲାଲ ଫୋର୍ଡ ଇକୋସ୍ପୋର୍ଟ କାରଗୁଡ଼ିକୁ ତୁରନ୍ତ ଅଟକାଇ DL10CK0458 ନମ୍ବର ବିଶିଷ୍ଟ କାରଟିକୁ ଖୋଜି ବାହାର କରିବାକୁ ସୁରକ୍ଷା ଏଜେନ୍ସିଗୁଡ଼ିକ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ ୨୨ନଭେମ୍ବର ୨୦୧୭ରେ ରଜୌରୀ ଗାର୍ଡେନ୍ RTO ରେ ଉମର ଉନ୍ ନବିଙ୍କ ନାମରେ ପଞ୍ଜିକୃତ ହୋଇଥିଲା। ସେ କାରର ଦ୍ୱିତୀୟ ମାଲିକ ଥିଲେ।
ଅଧିକ ପଢନ୍ତୁ ... ବିକ୍ରି ହେଉଛି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ, ସରକାରୀ ସ୍ତରରେ ଦଲିଲ କରି ଜଙ୍ଗଲ ଓ ସମୁଦ୍ରକୁ କିଣୁଛନ୍ତି ରାଜ୍ୟ ବାହାର କମ୍ପାନି
ସୂଚନା ମୁତାବକ, ପୁଲୱାମା ବାସିନ୍ଦା ତଥା ପେସାରେ ଡାକ୍ତର ମହମ୍ମଦ ଉମର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟସ୍ଥ ପାର୍କିଂ ଅଞ୍ଚଳରେ ବିସ୍ଫୋରଣରେ ବ୍ୟବହୃତ ହୁଣ୍ଡାଇ ଆଇ-୨୦ କାର୍ ଚଳାଉଥିଲେ। ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିବା କାର୍ ଚଳାଉଥିବା ବ୍ୟକ୍ତିର ପ୍ରଥମ ଫଟୋ ସେହି ଅଞ୍ଚଳର ସିସିଟିଭି ଫୁଟେଜରେ ସାମନାକୁ ଆସିବା ପରେ ଖୋଳତାଡ଼ରୁ ତା’ର ପରିଚୟ ମିଳିଥିଲା। ବିସ୍ଫୋରଣ ପୂର୍ବରୁ ପ୍ରାୟ ୧୧ ଘଣ୍ଟା ଧରି ମହମ୍ମଦ ଉମର୍ର ଗତିବିଧି ସଂକ୍ରାନ୍ତ ଅନେକ ପ୍ରମାଣ ହସ୍ତଗତ ହୋଇଛି। ତଦନ୍ତକାରୀ ସଂସ୍ଥାମାନେ ଉକ୍ତ କାର୍ ଚାଳକ ଫରିଦାବାଦ ଅଲ୍ ଫଲାହ ହସ୍ପିଟାଲର ଡାକ୍ତର ମହମ୍ମଦ ଉମର (ଉମର ନବୀ) ବୋଲି ସ୍ପଷ୍ଟ କରିଛନ୍ତି। ଉମର ଓ ତା’ର ସହଯୋଗୀମାନେ ବିପୁଳ ପରିମାଣର ଆମୋନିୟମ୍ ନାଇଟ୍ରେଟ୍ ବ୍ୟବହାର କରି ଏହାକୁ ଏକ ଭୟାନକ କାର୍ ବିସ୍ଫୋରଣର ମାଧ୍ୟମ କରିଥିଲେ ।
ଅଧିକ ପଢନ୍ତୁ ... ଭୂଟାନରୁ ଫେରିବା ପରେ ସିଧା LNJP ହସ୍ପିଟାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ : ଆହତଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିଲେ ନରେନ୍ଦ୍ର ମୋଦୀ
ସେପଟେ ଚାନ୍ଦନୀ ଚୌକ ଉପରେ ନଜର ରଖୁଥିବା ସିସି ଟିଭି କଣ୍ଟ୍ରୋଲ ରୁମ୍ ଦ୍ୱାରା ସନ୍ଧ୍ୟା ୬.୫୦ରେ ରେକର୍ଡ ହୋଇଥିବା ଏକ ଫୁଟେଜ୍ ବିସ୍ଫୋରଣର ଭୟଙ୍କର ଦୃଶ୍ୟକୁ ସ୍ପଷ୍ଟ ଭାବରେ ଦର୍ଶାଉଛି। ସୋମବାର ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ହୋଇ ୯ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ୨୫ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିଲେ।
ଦେଶର ବିଭିନ୍ନ ସୁରକ୍ଷା ସଂସ୍ଥା ବିସ୍ଫୋରଣ ମାମଲାର ତଦନ୍ତ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ନେଇ ପ୍ରାୟ ୨୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ସାରା ଦେଶରେ ଚଢାଉ ଜାରି ରଖାଯାଇଛି।ଦିଲ୍ଲୀ ବିସ୍ଫୋରଣରେ ପ୍ରାଣ ହରାଇଥିବା ପୀଡ଼ିତଙ୍କ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶିତ ପାଇଛି।ଏହି ରିପୋର୍ଟରେ ଅନେକ ଲୋକଙ୍କ କାନପରଦା, ଫୁସଫୁସ ଏବଂ ଅନ୍ତନଳୀ ଫାଟି ଯାଇଥିବା ଉଲ୍ଲେଖ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/12/delhi-blast-2025-11-12-17-30-45.jpg)