କନକ ବ୍ୟୁରୋ: ଭିତ୍ତିଭୂମି ବଢ଼ିଛି, ତାରକା ହୋଟେଲ ଦୁଇଗୁଣା ହେଲାଣି । ବିଦେଶରୁ ବିମାନ ଆଗମନ ବି ବଢ଼ିଛି। ହେଲେ ପୁରୀ ଓ କୋଣାର୍କରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି କିନ୍ତୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମୁଛି। ପୁର୍ବରୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଏହି କୋଭିଡ ପରଠୁ ଆକର୍ଷଣ ହରାଇଛି । ଆଧ୍ୟାତ୍ମିକ ନଗରୀ ପୁରୀ ଓ ଐତିହ୍ୟ ସଂପନ୍ନ ବିଶ୍ୱର ସପ୍ତାଶ୍ଚର୍ଯ୍ୟ କୋଣାର୍କ ।
ଓଡ଼ିଶା ପର୍ଯ୍ୟଟନର ଏହି ପ୍ରାଣକେନ୍ଦ୍ରରେପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିଲେ ମଧ୍ୟ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଫେଲ ମାରୁଛି। ଓଡ଼ିଶା ପର୍ଯ୍ୟଟନ ବିଭାଗର ପରିସଂଖ୍ୟାନ ରିପୋର୍ଟରେ ଏଭଳି ଚିନ୍ତା ଜନକ ତଥ୍ୟ ସାମ୍ନାକୁ ଆସିଛି। କରୋନା ପରଠୁ ପୁରୀକୁ ଆସୁଥିବା ବିଦେଶୀ ଅତଥିଙ୍କ ସଂଖ୍ୟା କମି କମି ଯାଉଛି । ଓଡ଼ିଶା ପର୍ଯ୍ୟଟନ ବିଭାଗର ରିପୋର୍ଟ ମୁତାବକ ୨୦୧୯ରୁ ୨୦୨୩ ମଧ୍ୟରେ ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୩୭ ହଜାରରୁ ୯ହଜାରକୁ ଖସି ଆସିଛି । ସେହିପରି କୋଣାର୍କରେ ମଧ୍ୟ ୭ହଜାରରୁ ୩ହଜାର ୮ଶହକୁ କମିଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଟୁର ଅପରେଟର ।
ପର୍ଯ୍ୟଟନସ୍ଥଳୀରେ ଅସାବଧାନତା ନେଉଛି ଜୀବନ ; ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବାକୁ ବଢ଼ିଲା ଦାବି
ପୂର୍ବ ଅପେକ୍ଷା ପୁରୀରେ ତାରକା ହୋଟେଲ ସଂଖ୍ୟା ବଢିଛି । ବିଦେଶରୁ ଓଡ଼ିଶାକୁ ବିମାନ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ତଥାପି ବିଦେଶୀ ପର୍ଯ୍ୟଟକ ଆସୁନାହାନ୍ତି । ଏଥିପାଇଁ ବିଦେଶରେ ପର୍ଯ୍ୟଟନୀସ୍ଥଳର ପ୍ରଚାର ପ୍ରସାର ଅଭାବକୁ ଦାୟୀ କରାଯାଉଛି । ବିସ୍ତିର୍ଣ୍ଣ ବେଳାଭୂମି ସତ୍ତ୍ୱେ ପର୍ଯ୍ୟାପ୍ତ ଖୋଲାମେଲା ସ୍ଥାନ ପ୍ରସ୍ତୁତ ହୋଇ ପାରୁନାହିଁ । କୋଣାର୍କ, ଚିଲିକାକୁ ଛାଡ଼ିଦେଲେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ କୌଣସି ଭିତ୍ତିଭୂମି ନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ହୋଟେଲ ମାଲିକ । ଶ୍ରୀକ୍ଷେତ୍ରରେ ବିଦେଶୀଙ୍କୁ ଆକୃଷ୍ଟ କଲା ଭଳି ସ୍ଥାନ ପ୍ରସ୍ତୁତ କରିନପାରିବା । ନିୟମିତ ବ୍ୟବଧାନରେ ଭ୍ରମଣ ମେଳା ନକରିବା ଓ ପ୍ରଚାର ପ୍ରସାର ହେଉନଥିବାର ଫଳ ଏବେ ପର୍ଯ୍ୟଟନ ଶିଳ୍ପ ଉପରେ ପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/25/puri-tourist-2025-10-25-20-53-19.jpg)