ଢେଙ୍କାନାଳରେ ଥମୁନି ପଥର ଚୋରାଚାଲାଣ, ବେଆଇନ ଖଣି ଖୋଳି ମାଲେମାଲ ମାଫିଆ

Advertisment

କୋଟିକୋଟିର ରାଜସ୍ବ ହରାଉଛନ୍ତି ସରକାର, ବିପଦରେ ସ୍ଥାନୀୟ ଲୋକଙ୍କ ଜୀବନ

କୋଟିକୋଟିର ରାଜସ୍ବ ହରାଉଛନ୍ତି ସରକାର, ବିପଦରେ ସ୍ଥାନୀୟ ଲୋକଙ୍କ ଜୀବନ

Dhenkanal mines

Dhenkanal mines Photograph: (Kanaknews)

କନକ ବ୍ୟୁରୋ: ଢେଙ୍କାନାଳରେ ଥମୁନି ପଥର ଚୋରାଚାଲାଣ । ବିଭିନ୍ନ ସମୟରେ ବେଆଇନ ଖଣିରେ ଘଟୁଛି ଅଘଟଣ । ତଥାପି ଚେତୁନାହାନ୍ତି ଖଣି ଅଧିକାରୀ କି ଚେତୁନି ପ୍ରଶାସନ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ତାଳବରକୋଟ ପଞ୍ଚାୟତ ଅନ୍ତର୍ଗତ ବେତାବାରିଆ ଗାଁରେ ବେଧଡ଼କ ଚାଲିଛି ଚୋରା ପଥର ଖଣି ।

ସୋନପୁର ବେଆଇନ୍ ଖଣି ଉପରେ ଚଢ଼ାଉ : ପ୍ରାୟ ୧୫ ଶହ ଟନ ଧଳା ପଥର ଜବତ

ଉଭୟ ତାଳବରକୋଟ ଓ ମାଣିପୁର ପଞ୍ଚାୟତ ସୀମାରେ ରହିଥିବା କିଛି ସରକାରୀ ଜମି ଓ କିଛି ଜଙ୍ଗଲ ଜମିରେ ଖୋଳା ଯାଉଛି ଏହି ବେଆଇନ ପଥର ଖଣି । ପଥର ବିକି ମାଲେମାଲ ହେଉଛନ୍ତି ଖଣି ମାଫିଆ କିନ୍ତୁ ଫୋକଡ଼ ରାମ ସାଜୁଛନ୍ତି ସରକାର । ସବୁ ଜାଣି ବି କିଛି ନଜାଣିଲା ଭଳି ବସି ରହିଛନ୍ତି ଖଣି ଅଧିକାରୀ । ଦିନ ଦ୍ବିପ୍ରହରେ ଖଣି ଖୋଳା ଚାଲିଥିଲେ ବି ବନ ବିଭାଗ କିମ୍ବା ଖଣି ବିଭାଗ କାହିଁକି ନେଉନାହାନ୍ତି କାର୍ଯ୍ୟାନୁଷ୍ଠାନ? ତାକୁ ନେଇ ଉଠିଲାଣି ପ୍ରଶ୍ନ । 

ସୁନ୍ଦରଗଡ଼ ଖଣିଚୋରିକୁ ମାନିଲେ ସରକାର; ଚୋରି କରି ନେଇଗଲେ ଶହ ଶହ କୋଟି

ଜିଲ୍ଲାର ହିନ୍ଦୋଳ, ଗନ୍ଦିଆ, ଓଡ଼ପଡ଼ା ବ୍ଲକରେ ମାଙ୍କଡ଼ା ପଥର ଓ ମୁଗୁନି ପଥର ଖଣିରୁ ଦୈନିକ ଲକ୍ଷାଧିକ ଟଙ୍କାର ପଥର ଲୁଟ ହେଉଛି । ସେପଟେ ବିଭାଗୀୟ ଅଧିକାରୀ କହୁଛନ୍ତି, ବେଆଇନ ଖଣି ସମ୍ପର୍କରେ ବିଭାଗ ପାଖରେ କୌଣସି ସୂଚନା ନାହିଁ । ଯଦି ଏଭଳି ଚାଲୁଥାଏ ନିହାତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe