କନକ ବ୍ୟୁରୋ: ବେଆଇନ ପଥର ଖଣିରେ ଖଣି ବିଭାଗର ଚଢ଼ାଉ । ପ୍ରାୟ ୧୫ ଶହ ଟନ ଧଳା ପଥର ଜବତ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଧଳା ପଥର ଖଣିରେ ବଡ଼ ଧରଣର ଚଢ଼ାଉ ଜାରି ରହିଛି । ଆଗକୁ ବିଭିନ୍ନ ବେଆଇନ ଖଣିରୁ ଉତ୍ତୋଳନ କରି ଗଚ୍ଛିତ ରଖାଯାଇଥିବା ଖଣିଜ ପଥର ଜବତ କରାଯିବ ବୋଲି ସୂଚନା ମିଳିଛି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ତେଲିପାଳି, ଲୁଦୁମୁଣ୍ଡା, ଅମାତପାଲି, ବହଲପଦର, ଅମରପାଲି, ଭାଲୁଡୁଙ୍ଗୁରି ସମେତ ଅନେକ ସ୍ଥାନରୁ ବେଆଇନ ଭାବେ ବେରୁଜ, କ୍ଵାର୍ଜ୍, ରତ୍ନପଥର, ଧଳା ପଥର ଆଦି ଖଣିଜ ଦ୍ରବ୍ୟ ବେଧଡକ୍ ଲୁଟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ଖଣି ବିଭାଗ ତରଫରୁ ବିଭିନ୍ନ ସମୟ ଚଢ଼ାଉ କରି ଗୋଟିଏ ଦୁଇଟି ଗାଡ଼ି ଜବତ କରି ଫାଇନ ଆଦାୟ କରୁଥିଲେ ମଧ୍ୟ ଚୋରା ଚାଲାଣକାରୀମାନେ ବେଧଡକ୍ ଖଣିଜ ପଥର ଲୁଟ୍ କରୁଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରରୁ ସ୍ଵତନ୍ତ୍ର ପୁଲିସ ଟିମଙ୍କ ସହିତ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଖଣି ବିଭାଗର ମିଳିତ ଭାବେ ଏହି ଚଢ଼ାଉ କରାଯାଉଛି । ଅଞ୍ଚଳର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ଧଳା ପଥରକୁ ଖଣିରୁ ଖନନ କରି ଗଚ୍ଛିତ କରି ରଖାଯାଉଥିଲା । ତେବେ ଜବତ ଧଳା ପଥରକୁ ଗୋପପାଲି ଓ ବଙ୍କିଆ ଠାରେ ଥିବା ଲାଇସେନ୍ସଧାରୀଙ୍କ ପାଖରେ ଜିମା ଦିଆଯାଇଛି । ଆଗକୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ ଜାରିରହିବ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୫ ଶହ ଟନ ଧଳା ପଥର ଜବତ ହୋଇଥିବ ସୂଚନା ମିଳିଛି ।
ସୋନପୁର ବେଆଇନ୍ ଖଣି ଉପରେ ଚଢ଼ାଉ : ପ୍ରାୟ ୧୫ ଶହ ଟନ ଧଳା ପଥର ଜବତ
ବେଆଇନ ପଥର ଖଣିରେ ଖଣି ବିଭାଗର ଚଢ଼ାଉ । ପ୍ରାୟ ୧୫ ଶହ ଟନ ଧଳା ପଥର ଜବତ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଧଳା ପଥର ଖଣିରେ ବଡ଼ ଧରଣର ଚଢ଼ାଉ ଜାରି ରହିଛି । ଆଗକୁ ବିଭିନ୍ନ ବେଆଇନ ଖଣିରୁ ଉତ୍ତୋଳନ କରି ଗଚ୍ଛିତ ରଖାଯାଇଥିବା ଖଣିଜ ପଥର ଜବତ କରାଯିବ ବୋଲି ସୂଚନା ମିଳିଛି ।
/kanak/media/media_files/2025/09/25/pathar-khani-2025-09-25-10-20-51.jpg)