ପାଞ୍ଜିରେ ସାଙ୍ଘାତିକ ତଥ୍ୟ : ଏଥର ବିରୋଧୀ ଦୁର୍ବଳ ହେବେ, ରାଜନେତାଙ୍କ ମୃତ୍ୟୁ ଯୋଗ

Advertisment

୩ ବର୍ଷ ହେଲାଣି ଦେଶ ଦେଶ ଭିତରେ ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଦି କେତେ କ’ଣ ଘଟଣା ସାମ୍ନାକୁ ଆସୁଛି

Updated On

୩ ବର୍ଷ ହେଲାଣି ଦେଶ ଦେଶ ଭିତରେ ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଦି କେତେ କ’ଣ ଘଟଣା ସାମ୍ନାକୁ ଆସୁଛି

ଅଦ୍ୟତନ ହୋଇଛି
The Almanac's (Panjika) Grim Predictions

The Almanac's (Panjika) Grim Predictions Photograph: (kanak News)

କନକ ବ୍ୟୁରୋ: ପ୍ରତିବର୍ଷ ପରି ଏଥର ବି ଦୋଳପୂର୍ଣ୍ଣିମାରେ ଠାକୁରଙ୍କ ପାଖରେ ପାଞ୍ଜି ପଢ଼ାଯାଇଛି । ହେଲେ ଏଥର ପାଞ୍ଜିର ଗଣନା ଯାହା କହିଛି ରାଜନୈତିକ ବ୍ୟକ୍ତିଙ୍କ ମଧ୍ୟରେ ପଶିଛି ଛନକା । ଅର୍ଥାତ୍‌ ପାଞ୍ଜିରେ ସ୍ପଷ୍ଟ ଭାବରେ କୁହାଯାଉଛି, ରାଜ୍ୟରେ ବିରୋଧୀ ଦଳ ଦୁର୍ବଳ ହେବେ । ଠିକ୍‌ ସେହିପରି ଶାସକ ଦଳ କୋହଳ ମନୋବୃତ୍ତି ପୋଷଣ କରିବେ । ଖାଲି ଏତିକି ନୁହେଁ, ବରଂ ସମ୍ମାନସ୍ପଦ ରାଜନୈତିକ ବ୍ୟକ୍ତିଙ୍କ ମୃତ୍ୟୁର ଯୋଗ ରହିଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲାଣି । 

ପାଞ୍ଜିରେ ସାଂଘାତିକ ତଥ୍ୟ
ବିରୋଧୀ ଦୁର୍ବଳ ହେବେ
ଶାସକ କୋହଳ ମନୋବୃତ୍ତି ପୋଷଣ କରିବେ
ସମ୍ମାନସ୍ପଦ ରାଜନୈତିକ ବ୍ୟକ୍ତିଙ୍କ ହୋଇପାରେ ମୃତ୍ୟୁ !
ବଦଳିବ କି ଓଡ଼ିଶାର ଭାଗ୍ୟ
ଭାରତର ଭାଗ୍ୟ କ’ଣ ରହିବ?

ପାଞ୍ଜିର ଗଣନା ଅନୁସାରେ, ଚଳିତବର୍ଷ ଦେଶର ଆର୍ଥିକ ପରିସ୍ଥିତିରେ ହେବ ବ୍ୟାପକ ପରିବର୍ତ୍ତନ । ଖାଲି ଏତିକି ନୁହେଁ ବରଂ ପ୍ରାକୃତିକ ବିପର୍ଯ୍ୟୟ ବି ବଢ଼ିପାରେ । ଏହା ସହ ଚାଷୀଙ୍କ ପାଇଁ ବିପଦ ବଢ଼ିବ ଓ ଫସଲ ଉତ୍ପାଦନ କ୍ଷମତା କମିବ । କେବଳ ଏତିକି ନୁହେଁ ବରଂ ରାଷ୍ଟ୍ରୀୟ ଦଳର ଅଧ୍ୟକ୍ଷ ପଦର ପରିବର୍ତ୍ତନ ହେବ । କୌଣସି ମହିଳା ରାଜନେତ୍ରୀଙ୍କ ଦେହାନ୍ତ ଘଟିବା ନେଇ ବି ଆଶଙ୍କା କରାଯାଉଛି । 

ବିଶ୍ବରେ ଦେଶ-ଦେଶ ମଧ୍ୟରେ କେମିତି ରହିବ ସମ୍ପର୍କ ?

୩ ବର୍ଷ ହେଲାଣି ଦେଶ ଦେଶ ଭିତରେ ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଦି କେତେ କ’ଣ ଘଟଣା ସାମ୍ନାକୁ ଆସୁଛି। ଏମିତି ସ୍ଥିତିରେ ଏସନ କେମିତି ରହିବ ଦେଶ ଓ ଦେଶ ମଧ୍ୟରେ ସମ୍ପର୍କ, ସେ ନେଇ ବି ଗଣନା କରାଯାଇଛି। ସୂଚନା ଅନୁସାରେ, ଦେଶର ସାମରିକ କ୍ଷେତ୍ରରେ ପାକିସ୍ତାନ ଓ ବାଂଲାଦେଶ ପାଇଁ ଚିନ୍ତା ଲାଗି ରହିବ । ଚୀନ୍‌ର ସମରଅଭ୍ୟାସ କାରଣରୁ ଭାରତର ସୀମାରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ । ଅଗଷ୍ଟ ମାସ ପର୍ଯ୍ୟନ୍ତ ବିଶ୍ୱରେ ପରିସ୍ଥିତି ଉଦ୍‌ବେଗ ଜନକ ରହିବ ଏବଂ ଅଗଷ୍ଟ ପରେ ଅର୍ଥାତ୍‌ ବର୍ଷର ମଧ୍ୟ ଭାଗରୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ବିଶ୍ୱର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ଅବସ୍ଥାକୁ ଯାଇପାରେ ବୋଲି ପାଞ୍ଜିରେ ଉଲ୍ଲେଖ ରହିଛି, ଯାହାକୁ ନେଇ ଚିନ୍ତା ବଢ଼ିଛି ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ପ୍ରତିବର୍ଷ ପାଞ୍ଜିକାରେ ଯେଉଁ ଗଣନା କରାଯାଉଛି ତାହା ସତ ପ୍ରମାଣିତ ହେଉଛି । ଏଇ ଯେମିତି ବାତ୍ୟାର କଥା ଆକଳନ କରାଯାଇଥିଲା ଆଉ ଓଡ଼ିଶା ଉପକୂଳରେ ବାତ୍ୟା ହେଲା । ଏବେ ପାଞ୍ଜିରେ ଯେଉଁ କଥା ଲେଖାଯାଇଛି ତାହା ବି ଆଗାମୀ ଦିନରେ ସତ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । 

(ଭୁବନେଶ୍ବରରୁ ଶ୍ରୀମା ଶତପଥିଙ୍କ ରିପୋର୍ଟ)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe