ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଚଳଚ୍ଚିତ୍ର 'ସୂର୍ଯ୍ୟବଂଶମ' ରେ 'ରାଧା' ଚରିତ୍ରରେ ଅଭିନୟ କରି ଅଭିନେତ୍ରୀ ସୌନ୍ଦର୍ଯ୍ୟା ଖୁବ୍ ଲୋକପ୍ରିୟ ହୋଇଥିଲେ । ପ୍ରତିଟି ସିନେମାର ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ଫିଲ୍ମ ସମ୍ପୂର୍ଣ୍ଣ ଦେଖିବା ପାଇଁ ବାଧ୍ୟ କରୁଥିଲା । ସୌନ୍ଦର୍ଯ୍ୟା ଏମିତି ଜଣେ ଅଭିନେତ୍ରୀ ଥିଲେ ଯାହାଙ୍କ ନାଁ ଯେମିତି ରୂପ ବି ସେମିତି ଥିଲା । କ୍ୟାରିୟରରେ ସଫଳତା ତ ପାଇଥିଲେ କିନ୍ତୁ ଆହୁରି ଭଲ କାମ କରି ଦର୍ଶକଙ୍କ ମନ ଜିଣିବାର ସ୍ବପ୍ନ ଦେଖିଥିଲେ ଅଭିନେତ୍ରୀ । ହେଲେ ମାତ୍ର ୩୧ ବର୍ଷ ବୟସରେ ୧୭ ଏପ୍ରିଲ ୨୦୦୪ରେ ଏକ ବିମାନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଭାଗ୍ୟବଶତଃ ଅଭିନେତ୍ରୀଙ୍କ ସହ ତାଙ୍କ ଭାଇଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ସେତେବେଳେ ଏହା ଏକ ଦୁର୍ଘଟଣା ବୋଲି ମାନି ନେଇଥିଲେ ଲୋକେ । କିନ୍ତୁ ଏବେ ୨୨ ବର୍ଷ ପରେ ଦକ୍ଷିଣର ବରିଷ୍ଠ ଅଭିନେତା ମୋହନ ବାବୁଙ୍କ ଉପରେ ଅଭିନେତ୍ରୀଙ୍କୁ ହତ୍ୟା କରିବାର ଆରୋପ ଲାଗିଛି ।
/kanak/media/media_files/2025/03/12/6YWHZsdBYIu5RdlVUkx6.jpg)
ଜାତୀୟ ଗଣମାଧ୍ୟମ ନିଉଜ୍-୧୮ କନ୍ନଡ଼ର ଏକ ରିପୋର୍ଟ ଅନୁସାରେ, ଆନ୍ଧ୍ର ପ୍ରଦେଶରେ ମୋହନ ବାବୁଙ୍କ ବିରୋଧରେ ଏକ ଅଭିଯୋଗ ଦାଖଲ କରାଯାଇଛି । ଏଥିରେ ଅଭିଯୋଗ କରାଯାଇଛି ଯେ, ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନଥିଲା। ବରଂ ଏହା ଏକ ହତ୍ୟା ଥିଲା ଯେଉଁଥିରେ ମୋହନ ବାବୁ ସମ୍ପୃକ୍ତ ଥିଲେ । ଏହି ଘଟଣା ସମ୍ପତ୍ତିକୁ ନେଇ ଜଡିତ ବୋଲି କୁହାଯାଉଛି । ଅଭିଯୋଗକାରୀ ଦାବି କରିଛନ୍ତି ଯେ, ସୌନ୍ଦର୍ଯ୍ୟା ଏବଂ ତାଙ୍କ ଭାଇ ଅମରନାଥ, ଶମଶାବାଦର ଜଲପଲ୍ଲୀ ଗାଁରେ ମୋହନ ବାବୁଙ୍କୁ ୬ ଏକର ଜମି ବିକ୍ରି ଦେବାକୁ ମନା କରିଥିଲେ । ମୋହନ ବାବୁ ଏହାକୁ ସହ୍ୟ କରିପାରିଲେ ନାହିଁ, ଯାହା ପରେ ସୌନ୍ଦର୍ଯ୍ୟାଙ୍କର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଚିଟିମଲ୍ଲୁ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ମୋହନ ବାବୁ ଭାଇଭଉଣୀଙ୍କ ଉପରେ ଜମି ବିକ୍ରି କରିବାକୁ ଚାପ ପକାଉଥିଲେ । ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ପରେ, ସେ ବେଆଇନ ଭାବରେ ସେହି ସମ୍ପତ୍ତି ଦଖଲ କରିଥିଲେ ।
/kanak/media/media_files/2025/03/12/rdA5r6OHaXkaMiwNqMac.jpg)
ଉଲ୍ଲେଖଯୋଗ୍ୟ, ଭାରତୀୟ ଜନତା ପାର୍ଟି ଏବଂ ତେଲୁଗୁ ଦେଶମ ପାର୍ଟି ପାଇଁ କରିମନଗରରେ ଏକ ରାଜନୈତିକ ପ୍ରଚାରରେ ଯୋଗ ଦେବାକୁ ଯାଉଥିବା ସମୟରେ ସୌନ୍ଦର୍ଯ୍ୟାଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ତାଙ୍କର ଓ ସାଙ୍ଗରେ ଥିବା ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ସମୟରେ ସୌନ୍ଦର୍ଯ୍ୟା ଗର୍ଭବତୀ ଥିଲେ ବୋଲି କୁହାଯାଇଥିଲା । ବିମାନ ଦୁର୍ଘଟଣା ପରେ ତାଙ୍କ ମରଶରୀର ମଧ୍ୟ ପରିବାରକୁ ମିଳିପାରିନଥିଲା ।
/kanak/media/media_files/2025/03/12/REVahw5V7S4vWrqxj9Jf.jpg)