ବଲିଉଡ୍ ଫିଲ୍ମରେ କିଛି ଏମିତି ଆଇକୋନିକ୍ ପ୍ରେମ କାହାଣୀ ରହିଛି , ଯାହା ସେହି ଚରିତ୍ରରେ ଅଭିନୟ କରୁଥିବା ତାରକାଙ୍କ ଯୋଗୁଁ ଜୀବନ୍ତ ଲାଗେ । ଅନେକ ସିନେ ତାରକା ଏମିତି ଅଛନ୍ତି ଯେଉଁମାନଙ୍କର ପ୍ରକୃତ ପ୍ରେମ କାହାଣୀ କୌଣସି ଫିଲ୍ମଠାରୁ କମ୍ ନୁହେଁ। ଏକାଠି କାମ କରିବା ସମୟରେ ପ୍ରଥମେ ପରସ୍ପରକୁ ହୃଦୟ ଦେଇ ବସିଥିଲେ, ହେଲେ ବିଧିର ବିଧାନ ହିଁ କିଛି ଏମିତି ହେଲା ସଫଳ ହୋଇପାରିନଥିଲା ତାଙ୍କ ପ୍ରେମକାହାଣୀ । ଅଭିନେତା , ଅଭିନେତ୍ରୀ ଫିଲ୍ମ ପରଦାରେ ନିଜର ପ୍ରେମ କାହାଣୀକୁ ପୂରା କରିନେଲେ କିନ୍ତୁ ପ୍ରକୃତ ଜୀବନରେ ଅଧୁରା ରହିଗଲା ତାଙ୍କ ପ୍ରେମ । ଯାହା ଏବେ ଯାଏଁ ଲୋକଙ୍କ ମନରେ ଏଭରଗ୍ରୀନ୍ ହୋଇରହିଛି ।
/kanak/media/media_files/2025/02/11/gqJRPCC7GxQAvVQI6uAQ.jpg)
ଯଦିଓ ଇଣ୍ଡଷ୍ଟ୍ରିର ଏହି ତାରକା ଲୋକଙ୍କର ପ୍ରିୟ ଥିଲେ କିନ୍ତୁ ପ୍ରେମ କଥା ଆସିଲେ କେବେ ସମାଜ ତ କେବେ ନିଜ ପରିବାର ଏହି ପ୍ରେମ ସମ୍ପର୍କରେ ବାଧା ହୋଇ ଛିଡ଼ା ହୋଇଥିଲେ । ତେବେ ଆସନ୍ତୁ ହିନ୍ଦୀ ସିନେମା ଜଗତର ଏଭଳି କିଛି ଅସମ୍ପୂର୍ଣ୍ଣ କାହାଣୀ ବିଷୟରେ ଜାଣିବା, ଯାହା କେବେ ସମ୍ପୁର୍ଣ୍ଣ ହୋଇନଥିଲା କିନ୍ତୁ ଲୋକଙ୍କ ମନରେ ଆଜି ପର୍ଯ୍ୟନ୍ତ ସବୁଜିମା ହୋଇରହିଛି ।
/kanak/media/media_files/2025/02/11/c80UJxttP3wcYTJthqL6.jpg)
ଦିଲ୍ଲୀପ କୁମାର ଏବଂ ମଧୁବାଲା
ଏହି ତାଲିକାରେ ସର୍ବପ୍ରଥମେ ନାଁ ଆସେ ଲେଜେଣ୍ଡାରୀ ଷ୍ଟାର ଦିଲ୍ଲୀପ କୁମାର ଏବଂ ମଧୁବାଲାଙ୍କର । ସ୍ବର୍ଗର ଅପସରୀଠାରୁ କିଛି କମ୍ ନଥିବା ମଧୁବାଲା ଏବଂ ଡାସିଙ୍ଗ୍ ଷ୍ଟାର୍ ଦିଲ୍ଲୀପ କୁମାରଙ୍କ ପ୍ରେମ କାହାଣୀ ସେତେବେଳେ ବେଶ୍ ଚର୍ଚ୍ଚାରେ ଥିଲା । କିନ୍ତୁ ମଧୁବାଲାଙ୍କ ପରିବାରର ସହମତି ନଥିବାରୁ ଏହି ପ୍ରେମକାହାଣୀ ଅଧାରେ ହିଁ ନିଶ୍ବାସ ହାରିଥିଲା । କୁହାଯାଏ ଯେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଥିଲେ । କିନ୍ତୁ ବିବାହ ପର୍ଯ୍ୟନ୍ତ କଥା ଯାଇ ପାରିଲାନି ଆଉ ଦୁହେଁ ନିଜର ସମ୍ପର୍କକୁ ଶେଷ କରିଦେଲେ । ଉଭୟ ତାରକା ଶେଷଥର ପାଇଁ ଫିଲ୍ମ 'ମୋଗଲ-ଏ-ଆଜମ'ରେ ନଜର ଆସିଥିଲେ ।
/kanak/media/media_files/2025/02/11/EvsztqGJbJtPJiAAzUrX.jpg)
ରାଜ କପୁର ଏବଂ ନରଗିସ୍
୧୯୫୫ ରେ ଆସିଥିବା ଫିଲ୍ମ ଶ୍ରୀ ୪୨୦ ରେ ଦମ୍ପତି ଭୂମିକାରେ ନଜର ଆସିଥିବା ରାଜ କପୁର ଏବଂ ନରଗିସଙ୍କୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ଯଦିଓ, ଏହି ଯୋଡି ରିୟଲ୍ ଲାଇଫରେ ମଧ୍ୟ ନିଜ ପ୍ରେମକାହାଣୀକୁ ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ । ଦୁହେଁ ଏକାଠି ଅନେକ ଫିଲ୍ମରେ କାମ କରିଥିଲେ, କିନ୍ତୁ ଯେଉଁ ସମୟରେ ରାଜ କପୁର ଏବଂ ନରଗିସଙ୍କ ସମ୍ପର୍କ ଆରମ୍ଭ ହୋଇଥିଲା, ସେହି ସମୟରେ ଅଭିନେତା ଜଣେ ବିବାହିତ ପୁରୁଷ ଥିଲେ । ଦୁହିଁଙ୍କର ପ୍ରେମ ଏତେ ଗଭୀର ହୋଇ ଯାଇଥିଲା ଯେ ସେ ନରଗିସଙ୍କ ପାଇଁ ନିଜର ବିବାହ ମଧ୍ୟ ଶେଷ କରିବାକୁ ପ୍ରସ୍ତୁତ ଥିଲେ ରାଜ କପୁର । ପରେ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ପରେ ନରଗିସ ସୁନୀଲ ଦତ୍ତଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।
/kanak/media/media_files/2025/02/11/Li5KzFzLRNmsjnS9BwxK.jpg)
ଗୁରୁ ଦତ୍ତ ଏବଂ ୱହିଦା ରେହମାନ
ଚୌଦ୍ଧବୀଁ କା ଚାନ୍ଦ, କାଗଜ କେ ଫୁଲ, ସାହିବ ବିବି ଏବଂ ଏହିଭଳି ଅନେକ ଫିଲ୍ମରେ ଗୁରୁ ଦତ୍ତ ଏବଂ ୱହିଦା ରେହମାନ ଏକାଠି ନଜର ଆସିଥିଲେ । ଏକାଠି ଫିଲ୍ମ କରିବା ସହ ଦୁହେଁ ପରସ୍ପରକୁ ଭଲ ପାଇ ବସିଥିଲେ । କିନ୍ତୁ ୱହିଦାଙ୍କ ସହ ନାମ ଯୋଡ଼ି ହେବା ପରେ ଗୁରୁ ଦତ୍ତଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ପତ୍ନୀ ଏବଂ ପ୍ରେମିକା ମଧ୍ୟରେ ପତ୍ନୀଙ୍କର ବିଜୟ ହେଲା । ଶେଷରେ ଅଭିନେତା ନିଜ ପତ୍ନୀ ଗୀତାଙ୍କ ସହିତ ରହିବାକୁ ନିଷ୍ପତ୍ତି ନେଇଥିଲେ ।
/kanak/media/media_files/2025/02/11/kbVoYfBSAHvsBXU6S4AV.jpg)
ଦେବାନନ୍ଦ ଏବଂ ମଲ୍ଲିକା ସୁରୈୟା:
ମଲ୍ଲିକା ସୁରୈୟା ଏବଂ ଦେବାନନ୍ଦ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି । ଦର୍ଶକ ସେମାନଙ୍କୁ ରିଲ୍ ଲାଇଫ୍ ଅପେକ୍ଷା ରିୟଲ୍ ଲାଇଫ୍ କପଲ୍ ଭାବରେ ଅଧିକ ପସନ୍ଦ କରିଥିଲେ। କିନ୍ତୁ ଏହି ଦୁହିଁଙ୍କ ସମ୍ପର୍କରେ ଧର୍ମ ଏକ ବାଧା ସୃଷ୍ଟି କରିଥିଲା। ଦେବାନନ୍ଦ ଅଭିନେତ୍ରୀଙ୍କୁ ବିବାହ କରିବା ପାଇଁ ପ୍ରପୋଜ୍ କରିବାକୁ ଯାଉଥିଲେ ଏବଂ ତାଙ୍କ ପାଇଁ ଏକ ମୁଦି ମଧ୍ୟ ତିଆରି କରିଥିଲେ, କିନ୍ତୁ ସୁରୈୟାଙ୍କ ପରିବାର ଏହି ସମ୍ପର୍କକୁ ମନା କରିଦେଇଥିଲେ । ଯଦିଓ ପରେ ଅଭିନେତା ନିଜ ଜୀବନରେ ଆଗକୁ ବଢ଼ିଗଲେ, କିନ୍ତୁ ଅଭିନେତ୍ରୀ ଜଣକ ସାରା ଜୀବନ ଏକୁଟିଆ ରହିଗଲେ।
/kanak/media/media_files/2025/02/11/or9EKyXTO71Q6yLJicgO.jpg)
ସନ୍ନି ଦେଓଲ୍ ଏବଂ ଡିମ୍ପଲ୍ କପାଡିଆ
ଅଭିନେତ୍ରୀ ଡିମ୍ପଲ କପାଡ଼ିଆଙ୍କ ପ୍ରେମ କାହାଣୀ ବିଷୟରେ କାହାକୁ ବା ଅଛପା ! ରାଜେଶ ଖାନ୍ନାଙ୍କ ବ୍ୟତୀତ ତାଙ୍କର ସନ୍ନି ଦେଓଲଙ୍କ ସହିତ ମଧ୍ୟ ସମ୍ପର୍କ ଥିଲା । ଉଭୟ ଅର୍ଜୁନ ଫିଲ୍ମର ସୁଟିଂ ସମୟରେ ଅଧିକାଂଶ ସମୟ ଏକାଠି ରହୁଥିଲେ, ଯାହା ପରମୁହୂର୍ତ୍ତରେ ତାଙ୍କୁ ବହୁତ ନିକଟତର କରି ଦେଇଥିଲା । କିଛି ଦିନ ଡେଟ୍ କରିବା ପରେ ଉଭୟ ପରିବାରର କଥା ଅନୁସାରେ ପ୍ରେମ ସଂପର୍କରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।
/kanak/media/media_files/2025/02/11/Dhga7KIt5hmLULfLQ3sw.jpg)
ଏହି ଲିଷ୍ଟରେ ସଲମାନ୍ ଖାନ୍ – ଐଶ୍ବର୍ଯ୍ୟା ରାୟ , ସାହିଦ୍ କପୁର-କରିନା କପୁରଙ୍କ ଭଳି ଅଭିନେତାଙ୍କ ନାଁ ମଧ୍ୟ ସାମିଲ୍ ରହିଛି ।