ଫେବୃଆରୀ ଯାହାକୁ ଲୋକ ପ୍ରେମର ମାସ ବୋଲି କୁହନ୍ତି । ଫେବୃଆରୀ ୧୪ ତାରିଖ ଯାହାକୁ ପାଶ୍ଚାତ୍ୟ ଦେଶରେ ଭାଲେଣ୍ଟାଇନ୍ ଡେ’ ର ପରିଚୟ ମିଳିଛି ସେହି ଦିନ ଜନ୍ମ ହୋଇଥିଲେ ଜଣେ ଅପୂର୍ବ ସୁନ୍ଦରୀ ଝିଅ , ଯିଏ ପରବର୍ତ୍ତୀ ସମୟରେ ହିନ୍ଦୀ ସିନେମା ଜଗତର ସୁପରଷ୍ଟାର୍ ହୋଇଥିଲେ । ନାଁ ତାଙ୍କର ମୁମତାଜ୍ ଜେହେନ୍ ବେଗମ୍ ଦେହଲାବି , ସେଟରେ ନାଁ ରହିଥିଲା ବେବି ମୁମତାଜ୍ । କିନ୍ତୁ ବରିଷ୍ଠ ହିରୋଇନଙ୍କ ପରାମର୍ଶ କ୍ରମେ ପରେ ହିରୋଇନଙ୍କ ନାଁ ମୁମତାଜରୁ ବଦଳି ରହିଥିଲା ‘ମଧୁବାଲା’ । 

Advertisment
Madhu
Madhu Photograph: (google)

ଜବ୍ ପ୍ୟାର୍ କିଆ ତୋ ଡରନା କ୍ୟା .. 

ମୁଖରେ ପୂର୍ଣ୍ଣିମାର ଚାନ୍ଦ ଭଳି ତେଜ , ସୌନ୍ଦର୍ଯ୍ୟ ଏମିତି ଥିଲା ଯିଏ ବି ଦେଖୁଥିଲେ ଘଡ଼ିଏ ଚାହୁଁଥିଲେ । ଅଭିନେତା ତାଙ୍କୁ ଦେଖି ଡାଇଲଗ୍ ଭୁଲିଯାଉଥିଲେ । ସାମ୍ନାରେ ସୁନ୍ଦରୀଙ୍କୁ ଦେଖି ଲାଇଟମ୍ୟାନ୍ ସିଡି ଉପରୁ ତଳକୁ ଖସିପଡ଼ିଥିଲେ । ଯାହାଙ୍କୁ ମନୋରଞ୍ଜନ ଜଗତ ‘ଭିନସ୍ ଅଫ୍ ଇଣ୍ଡିଆନ୍ ସିନେମା’ ବୋଲି ଯୁଗ ଯୁଗକୁ ମନେରଖିବ ସେ ଆଉ କେହି ନୁହଁନ୍ତି ସ୍ବର୍ଗର ଅପସରୀ ଭଳି ଦେଖାଯାଉଥିବା ଅଭିନେତ୍ରୀ ମଧୁବାଲା .. 

Madhubala
Madhubala Photograph: (google)

ନିକଟରେ ଅଭିନେତ୍ରୀଙ୍କ ୯୨ ତମ ଜନ୍ମବାର୍ଷିକୀ ଗଲା । ଅନେକ ସିନେମାରେ ତାଙ୍କର ଜୀବନ୍ତ ଅଭିନୟକୁ ଲୋକ ଏବେ ଯାଏଁ ମଧ୍ୟ ଭୁଲିପାରିନାହାନ୍ତି । କିନ୍ତୁ ମୁଗଲ-ଏ-ଆଜମ୍ ସିନେମା ତାଙ୍କ ପାଇଁ ମାଇଲ୍ଡଷ୍ଟୋନ୍ ଥିଲା କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ମଧୁବାଲାଙ୍କ ପାଇଁ ସିନେପ୍ରେମୀ ଏତେ ପାଗଳ ଥିଲେ ଯେ ସିନେମାର ଗୋଟିଏ ଟିକେଟ୍ ପାଇଁ ୪ ରୁ ୫ ଦିନ ଧରି ଲାଇନରେ ଛିଡା ହେଉଥିଲେ ଆଉ ଘରର ସଦସ୍ୟ ତାଙ୍କ ପାଇଁ ଖାଇବା ନେଇ ଆସୁଥିଲା । ସିନେମାଟି ପାଖାପାଖି ୬ ମାସ ପ୍ରେକ୍ଷାଳୟରେ ପଡ଼ିଥିବା କଥା ସୂଚନା ମିଳେ । ମଧୁବାଲା ନା କେବଳ ହିନ୍ଦୀ ସିନେମାରେ ନାଁ କମାଇଲେ ବରଂ ସାରା ଦୁନିଆରେ ତାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହେଲା । ୧୯୫୨ ରେ ପ୍ରଥମଥର ପାଇଁ ଜଣେ ବିଦେଶୀ ସାମ୍ବାଦିକ ଭାରତର ଜଣେ ଅଭିନେତ୍ରୀଙ୍କ ବିଷୟରେ କିଛି ଲେଖିଥିଲେ । ଆର୍ଟିକଲର ହେଡଲାଇନ୍ ଥିଲା ‘ଦୁନିଆର ସବୁଠୁ ବଡ଼ ଷ୍ଟାର୍’ । 

Dillip
Dillip Photograph: (google)

୧୯୩୩ ଫେବୃଆରୀ ୧୪ ତାରିଖରେ ଜନ୍ମିତ ମଧୁବାଲା ୧୧ ଜଣ ଭାଇଭଉଣୀଙ୍କ ମଧ୍ୟରେ ପିତାମାତାଙ୍କ ପଞ୍ଚମ ସନ୍ତାନ ଥିଲେ । ମାତ୍ର ୯ ବର୍ଷରେ ‘ବସନ୍ତ’ ସିନେମାରେ ଏକ କ୍ଷୁଦ୍ର ରୋଲରେ ନଜର ଆସି ସେ ସିନେମା ଜଗତରେ ପାଦ ଥାପିଥିଲେ । ଏହାପରେ ୭୦ ରୁ ଅଧିକ ସିନେମାରେ କାମ କରି ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ଏଭରଗ୍ରୀନ୍ ସୁପରଷ୍ଟାର୍ ପାଲଟିଯାଇଥିଲେ । କିନ୍ତୁ ବିଧିର ବିଧାନ ହିଁ କିଛି ଅଲଗା ଥିଲା ସଫଳତାର ସୋପାନରେ ପହଁଞ୍ଚିଲା ବେଳକୁ ମଧୁବାଲାଙ୍କୁ ଧୋକା ଦେଇଦେଲା ସ୍ବାସ୍ଥ୍ୟ । ହୃଦୟରେ ଛିଦ୍ର ଥିବା କାରଣରୁ ମାତ୍ର ୩୬ ବର୍ଷ ବୟସରେ ୧୯୬୯ ଫେବୃଆରୀ ୨୩ ତାରିଖରେ ସେ ଦୁନିଆକୁ ଅଲବିଦା କହିଥିଲେ ।

Madhudd
Madhudd Photograph: (google)

ପ୍ରେମର ପ୍ରତୀକ ଭାଲେଣ୍ଟାଇନ୍ ଡେ'ରେ ଜନ୍ମ ହୋଇଥିବା ଅଭିନେତ୍ରୀ ମଧୁବାଲାଙ୍କ ହୃଦୟ ସିନା ଛିଦ୍ର ଯନ୍ତ୍ରଣାରେ ଛଟପଟ ହେଉଥିଲା କିନ୍ତୁ ତାଙ୍କ ହୃଦୟ ପ୍ରେମରେ ପରିପୂର୍ଣ୍ଣ ଥିଲା । ଅନ୍ୟମାନଙ୍କୁ ପ୍ରେମ, କରୁଣା ଏବଂ ମମତା ଦୃଷ୍ଟିରେ ଦେଖୁଥିଲେ ଅଭିନେତ୍ରୀ କିନ୍ତୁ ବଦଳରେ ତାଙ୍କୁ କିଛି ବି ମିଳିନଥିଲା , ନା ପ୍ରେମ, ନା କରୁଣା , ନା ମମତା । 

kishor
kishor Photograph: (google)

ଜୀବନରେ ୪ ଜଣଙ୍କୁ ମନ ଦେଇଥିବା ଅଭିନେତ୍ରୀ କାହା ସହ ବି ନିଜ ସମ୍ପର୍କକୁ ମଜବୁତ କରିପାରିନଥିଲେ । ମୁଗଲ-ଏ-ଆଜମ୍ ସମୟରେ ଦିଲ୍ଲୀପ କୁମାରଙ୍କ ସହ ତାଙ୍କ ପ୍ରେମର ନିବିଡ଼ତା ଆଉ ପରେ ବିଚ୍ଛେଦ ତାଙ୍କୁ ବହୁତ ଆଘାତ ପହଁଞ୍ଚାଇଥିଲା । ତା'ପରେ ସେ କିଶୋର କୁମାରଙ୍କୁ ବିବାହ କଲେ, କିନ୍ତୁ ଯେତେବେଳେ ଶେଷ ସମୟରେ ସେ ଅସୁସ୍ଥ ହୋଇପଡ଼ିଲେ, କିଶୋର ମଧ୍ୟ ତାଙ୍କଠାରୁ ମୁହଁ ଫେରାଇ ନେଲେ । ମାତ୍ର ୩୬ ବର୍ଷ ବୟସରେ ଏଭରଗ୍ରୀନ୍ ଅଭିନେତ୍ରୀ ଜଣକ ଦୁନିଆକୁ ଅଲବିଦା କହିଥିଲେ ।