କନକ ବ୍ୟୁରୋ : ଲୋକସଭାରେ ଏସଆଇଆର୍ ଉପରେ ଜୋରଦାର ଚର୍ଚ୍ଚା । ମୁହାଁମୁହିଁ ହୋଇଥିଲେ ବିରୋଧୀ ଓ ଶାସକ ।  ନିର୍ବାଚନ କମିସନରେ ସଂସ୍କାର ଅଣାଯିବା ଆବଶ୍ୟକ ବୋଲି କଂଗ୍ରେସ କହିଥିଲା । ସେପଟେ ବାରମ୍ବାର ଚୋରି ଅଭିଯୋଗ କରୁଥିବା କଂଗ୍ରେସକୁ ଜବାବ ଦେଇଥିଲା ବିଜେପି । କଂଗ୍ରେସ ପ୍ରଥମେ ଭୋଟ୍ ଚୋରି କରିଥିଲା ବିଜେପି କହି ଏକ ଉଦାହରଣ ଦେଇଥିଲା।

Advertisment


ଅଧିକ ପଢ଼ନ୍ତୁ:   ଏସ୍ଆଇଆର୍ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଆଧାର ନୁହେଁ ନାଗରିକତାର ପ୍ରମାଣ

         
ଲୋକସଭାରେ ଏସଆଇଆର ଉପରେ ମହାବିତର୍କ ହୋଇଛି । ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଚର୍ଚ୍ଚାରେ କମ୍ପିଛି ଗୃହ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବଦଳରେ କଂଗ୍ରେସ ସାଂସଦ ମନୀଷ ତିୱାରୀ ବିତର୍କ ଆରମ୍ଭ କରିଥିଲେ । ବାଲଟ୍ ପେପର ପୁଣି ବ୍ୟବହାର ପାଇଁ ସେ ଦାବି କରିବା ସହ କହିଥିଲେ ଯେ, ପ୍ରଥମେ ନିର୍ବାଚନ କମିସନ ସଦସ୍ୟ ଚୟନ ଆଇନରେ ସଂସ୍କାର ଅଣାଯାଉ । ଲୋକସଭାର ବିରୋଧୀ ଦଳ ନେତା ଏବଂ ଭାରତର ପ୍ରଧାନ ବିଚାରପତି ନିର୍ବାଚନ କମିସନ ଚୟନ କମିଟିରେ ରହିବା ଉଚିତ୍ ବୋଲି ମନୀଷ ତିୱାରୀ କହିଥିଲେ ।


ଅଧିକ ପଢ଼ନ୍ତୁ:   କନକ ନ୍ୟୁଜରେ ଖବର ବାଜିବା ପରେ ଚେତିଲା ଗଣଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆସିଲା ୨୧୧ କୋଟିର ଅନୁଦାନ

ଲୋକସଭାରେ ଏସଆଇଆଇର୍ ଚର୍ଚ୍ଚା ଭିତରେ କଂଗ୍ରେସକୁ ଟାର୍ଗେଟ୍ କରିଥିଲା ବିଜେପି । ବିଜେପି ସାଂସଦ ସଞ୍ଜୟ ଜୟସ୍ୱାଲ କହିଥିଲେ, ଯଦି କଂଗ୍ରେସ ଭୋଟ୍ ଚୋରି'କୁ ବୁଝିବାକୁ ଚାହୁଛି, ତେବେ ତାଙ୍କୁ ଜାଣିବାକୁ ପଡ଼ିବ ଯେ, ପ୍ରଥମ ଥର ପାଇଁ ଭୋଟ୍ ଚୋରି ୧୯୪୭ ମସିହାରେ ହୋଇଥିଲା । ଯେତେବେଳେ ସମଗ୍ର କଂଗ୍ରେସ କାର୍ଯ୍ୟକାରୀ  କମିଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହିତ ଠିଆ ହୋଇଥିଲା, ସେତେବେଳେ ଜବାହରଲାଲ ନେହରୁଙ୍କୁ  ପ୍ରଧାନମନ୍ତ୍ରୀ କରାଯାଇଥିଲା । ଭୋଟ୍ ଚୋରିର ଏହାଠାରୁ ବଡ଼ ଉଦାହରଣ ଆଉ କିଛି ନାହିଁ ବୋଲି ସଞ୍ଜୟ ଜୟସୱାଲ କହିଥିଲେ ।  


ଅଧିକ ପଢ଼ନ୍ତୁ:   ଭୟରେ ଗାଁ ଛାଡ଼ୁଛନ୍ତି ମାଲକାନଗିରି ଏମଭି -୨୬ ଗ୍ରାମବାସୀ, ମଣିପୁର ଉଦାହରଣ ଦେଇ ବିଧାନସଭାରେ ବର୍ଷିଲେ ବିରୋଧୀ

 ଲୋକସଭାରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଏସଆଇଆରକୁ ନେଇ ଜୋରଦାର ହୋହଲ୍ଲା ଲାଗି ରହିଥିଲା ।  ପରସ୍ପର ଆରୋପ ପ୍ରତ୍ୟାରୋପ କରିଥିଲେ ।