କନକ ବ୍ୟୁରୋ : କନକ ନ୍ୟୁଜର ମହାପ୍ରଭାବ । ଖବର ବାଜିବା ପରେ ଆକ୍ସନ ମୋଡରେ ରାଜ୍ୟ ସରକାର । ରାଜ୍ୟର  ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଆସିଲା ୨୨୧ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରାୟ ୫ ମାସ ଧରି ବନ୍ଦ ରହିଥିଲା । ଏବେ ସୁରୁଖୁରୁରେ ଚାଲିବ । 

Advertisment

ଅଧିକ ପଢ଼ନ୍ତୁ:  ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକିଦେଲେ ଶିକ୍ଷକ : ଶିକ୍ଷକ ଛୁଟିରେ , ତାତିଲେ ଅଭିଭାବକ

ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ଗତ ଏପ୍ରିଲ ପହିଲାରୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଯୋଡ଼ାଯାଇଥିଲା। କିନ୍ତୁ କାର୍ଯ୍ୟକାରୀ  ହେଉହେଉ ୨ ମାସ ବିତିଗଲା । ଜୁଲାଇ  ମାସରେ ଟଙ୍କା ଆସିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସହିତ ନବମ ଓ ଦଶମ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଗଲା। ଏହାପରେ ଟଙ୍କା ନଆସିବାରୁ କିଛି ସ୍କୁଲରେ ଧାର, କରଜ କରି ନବମ ଓ ଦଶମ ପିଲାଙ୍କୁ ଦିଆଯାଉଥିଲା ମଧ୍ୟାହ୍ନ ଭୋଜନ। ଆଉକିଛି ସ୍କୁଲରେ ପୂରା ବନ୍ଦ ହୋଇଯାଇଥିଲା। 

ଅଧିକ ପଢ଼ନ୍ତୁ:  ସ୍କୁଲ ଉପରେ ବନ୍ଦର ପ୍ରଭାବ, ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ

 ଏହି ଅବବ୍ୟସ୍ଥା ସମ୍ପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ସରକାରଙ୍କ ଚେତା ପଶିଛି । ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବାବଦ ବକେୟା ସହ ଓ ଅଗ୍ରୀମ ଅର୍ଥ ପ୍ରଦାନ କରାଯାଇଛି । ଏ ବାବଦକୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି  ୨୨୧ କୋଟି ୫୦ ଲକ୍ଷ ୩୭ ହଜାର ୬୩୫ ଟଙ୍କା ।  ଏନେଇ ପିଏମ୍ ପୋଷଣ ଯୋଜନାର ରାଜ୍ୟ ନୋଡାଲ ଅଫିସର ରାଜ୍ୟର ସମସ୍ତ ଜିଲ୍ଲପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି।
ରାଜ୍ୟରେ ନବମ ଓ ଦଶମ  ଶ୍ରେଣୀର ୧୦ ଲକ୍ଷ ୮୧ ହଜାର ୩୮୧ ଛାତ୍ରଛାତ୍ରୀ ଉପକୃତ ହେବେ ।