କନକ ବ୍ୟୁରୋ: ବିହାର ଭୋଟର ତାଲିକା ସଂଶୋଧନ ପ୍ରକିୟାକୁ ନେଇ ଆଜି ବଡ ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ଏକ ଆବେଦନ ଉପରେ ଶୁଣାଣୀ କରି ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିବା ସହ କୋର୍ଟ କହିଛନ୍ତି ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ବିସ୍ତୃତ ସଂଶୋଧନ-ଏସଆଇଆର ପ୍ରକ୍ରିୟାରେ ଆଧାର କାର୍ଡକୁ ବାସିନ୍ଦା ପ୍ରମାଣପତ୍ର ଭାବେ ଗ୍ରହଣ କରାଯାଇପାରିବ ନାହିଁ । ଏହି ପ୍ରସଙ୍ଗରେ ନିର୍ବାଚନ କମିସନଙ୍କ ସହ ସୁପ୍ରିମକୋର୍ଟ ଏକମତ ହୋଇଛନ୍ତି ।
ଇସିଆଇଙ୍କ ସହ ସୁପ୍ରିମକୋର୍ଟ ଏକମତ
-ବିହାରରେ ଏସଆଇଆରରେ ପ୍ରାୟ ୬୫ ଲକ୍ଷ ଭୋଟର ବାଦ୍ ପଡ଼ିବା
-ବହୁ ହେରଫେର ହୋଇଥିବା ନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ
-ଆଜି ଏହି ମାମଲାର ଶୁଣାଣି ହୋଇଥିଲା । ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ ଆବେଦନକାରୀଙ୍କ -ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କୋର୍ଟରେ ତଥ୍ୟ ରଖିଥିଲେ
-ଚିଠା ଭୋଟର ତାଲିକାରେ ୧୨ ଜଣ ଜୀବିତ ଲୋକଙ୍କୁ ମୃତ ଦର୍ଶାଯାଇଛି ।
-କେତେକ ଜୀବିତ ଲୋକଙ୍କୁ ମୃତ ଦର୍ଶାଯାଇଛି
-ଖଣ୍ଡପୀଠ କହିଥିଲେ, ଜୀବିତ ଲୋକମାନେ ଏବେ କେଉଁଠି ଅଛନ୍ତି ?
-ସେମାନଙ୍କର ତାଲିକା ଦିଅନ୍ତୁ
-ଏନେଇ ନିର୍ବାଚନ କମିସନଙ୍କୁ ଜବାବ ମଗାଯିବ
-ନିର୍ବାଚନ କମିସନଙ୍କ ପକ୍ଷରୁ ଆଇନଜୀବୀ ରାକେଶ ଦ୍ୱିବେଦ ଯୁକ୍ତି ବାଢ଼େଇଛନ୍ତି
-ଆଇନଜୀବିଙ୍କ ଯୁକ୍ତି, ବିସ୍ତୃତ ପ୍ରକ୍ରିୟାରେ ଛୋଟଛୋଟ ଭୁଲ ହୋଇଯାଇଥାଏ
-ଯାହାକୁ ଚୂଡ଼ାନ୍ତ ଭୋଟର ତାଲିକାରେ ସଂଶୋଧନ କରି ସେପ୍ଟେମ୍ୱର ୩୦ ତାରିଖରେ ପ୍ରକାଶ କରାଯିବ
ସେପଟେ ଏସଆଇଆରକୁ ନେଇ ସାଂସଦଙ୍କ ପ୍ରତିବାଦ ଜାରି ରହିଛି ।ଆଜି ଇଣ୍ଡିମେଣ୍ଟର ସାଂସଦମାନେ ଟି-ସାର୍ଟି ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ।ତେବେ ଏହି ଟିସାର୍ଟରେ ଲେଖାଯାଇଥିବା ମିନ୍ତାଦେବୀ ନାଁକୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେଉଛି ।କିଏ ଏହି ମିନ୍ତାଦେବୀ ଯାହାକଙ୍କୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ମଧ୍ୟ ଉଠିବଣି ।ଇଏ ହେଉଛନ୍ତି ବିହାର ଦରୋନ୍ଦା ଜିଲ୍ଲାର ଜଣେ ଭୋଟର ଯାହାଙ୍କ ବୟସ ୩୫ । ମାତ୍ର ଏସଆଇଆରରେ ତାଙ୍କ ବୟସ ୧୨୪ ଦର୍ଶାଯାଇଛି । ବିରୋଧୀ କହିଛନ୍ତି ଏସଆଇଆରରେ ଭୋଟରଙ୍କ ବୟସ, ନା ସବୁ କିଛି ଭୂଲ ତଥ୍ୟ ଉପସ୍ଥାପନ କରାଯାଉଛି । ଏହା ଏକ ବିରାଟ ତ୍ରୁଟି ଏହାକୁ ସଂଶୋଧନ କରାଯାଉ ।
ଏସ୍ଆଇଆର୍ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଆଧାର ନୁହେଁ ନାଗରିକତାର ପ୍ରମାଣ
ଏସ୍ଆଇଆର୍ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ।
/kanak/media/media_files/2025/08/12/adhar-2025-08-12-20-36-34.jpg)