କନକ ବ୍ୟୁରୋ : ବିଭତ୍ସ ଭାବେ ମହିଳାଙ୍କ ହତ୍ୟାକୁ ନେଇ ମାଲକାନଗିରିରେ ଲାଗି ରହିଛି ଉତେଜନା । ଗୋଟିଏ ପଟେ ପୋଡାଜଳା ଓ ହିଂସାକାଣ୍ଡ ପରେ ଭୟରେ ଏମଭି-୨୬ ଗାଁ ଛାଡୁଛନ୍ତି ଲୋକେ । ଅନ୍ୟପଟେ କଡା ସୁରକ୍ଷା ବଳୟ ଭିତରେ ମହିଳାଙ୍କ ଶବ ସତ୍କାର ହୋଇଛି । ଏପଟେ ବିଧାନସଭାରେ ମାଲକାନଗିରି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । 

Advertisment

ଅଧିକ ପଢ଼ନ୍ତୁ: ମାଲକାନଗିରି ରାଖାଲଗୁଡ଼ାରେ ପହଞ୍ଚିଲା ମହିଳାଙ୍କ ମୃତଦେହ,  କଡ଼ା ସୁରକ୍ଷା ବଳୟରେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ

ବିଭତ୍ସ ହତ୍ୟାକାଣ୍ଡକୁ ନେଇ ତିନି ଦିନ ହେଲା ଅଶାନ୍ତ ମାଲକାନଗିରି । ଏହାରି ଭିତରେ ରାଖାଲଗୁଡ଼ା ଗାଁରେ ଶୋକାକୂଳ ପରିବେଶରେ କଡ଼ା ସୁରକ୍ଷା ବଳୟରେ ହୋଇଛି ମୃତ ମହିଳାଙ୍କ ଶବ ସତ୍କାର । ମୁଣ୍ଡ ବିହିନ ଶବ ପହଁଚିବା ପରେ ମାଟିରେ ମୁଣ୍ଡ ତିଆରି କରି ଆଦିବାସୀ ପରମ୍ପରା ଅନୁସାରେ ଅନ୍ତିମ ସଂସ୍କାର କରିଛନ୍ତି ସମ୍ପର୍କୀୟ। ଜିଲ୍ଲାରୁ ବେଆଇନ ଅନୁପ୍ରବେଶକାରୀଙ୍କୁ ବିତାଡିତ କରିବା ସହ ଜିଲ୍ଲାପାଳଙ୍କୁ ୭ଦଫା ଦାବି ପତ୍ର ପ୍ରଦାନ କରିଛି ଆଦିବାସୀ ମହାସମାଜ  ।

ଅଧିକ ପଢ଼ନ୍ତୁ: ବିଧାନସଭାରେ ମାଲକାନଗିରି ନିଆଁର ତାତି;ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

 ଦୁଇ ଦିନ ଧରି ଲଙ୍କାକାଣ୍ଡ ପରେ ଗାଁ ଛାଡୁଛନ୍ତି ଏମଭି-୨୬ ଗ୍ରାମବାସୀ। ଆସବାବପତ୍ର ନେଇ ଅନ୍ୟ ସ୍ଥାନକୁ ଚାଲି ଯାଉଛନ୍ତି ଗାଁ ଲୋକ। ଟ୍ରାକ୍ଟର, ଭ୍ୟାନ ଯୋଗେ ଅନ୍ୟତ୍ର ସ୍ଥାନାନ୍ତର ହେଉଛନ୍ତି । ସେପଟେ ଶାନ୍ତି ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ। ବିଭିନ୍ନ ଛକରେ ସିସିଟିଭି ଲଗାଇଛି ପ୍ରଶାସନ । ମାଲକାନଗିରି ହିଂସା ପ୍ରସଙ୍ଗ ବିଧାନସଭାରେ ଉଠାଇଛନ୍ତି ବିରୋଧୀ। ମଣିପୁରର ଉଦାହରଣ ଦେଇ ସତର୍କ କରିଛନ୍ତି। ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ଅପିଲ କରିଛନ୍ତି । 

ଅଧିକ ପଢ଼ନ୍ତୁ: ମାଲକାନଗିରିରେ ତେଜୁଛି ହିଂସା; ବିଏନଏସ୍ -୧୬୩ ଧାରା ଲାଗୁ, ୨୪ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

 ୭ଦିନ ତଳେ ଜଣେ ମହିଳାଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ୪ଦିନ ପରେ ମହିଳାଙ୍କ ମୁଣ୍ଡ ବିହିନ ଶବ ମିଳିଥିଲା। କିନ୍ତୁ ମୁଣ୍ଡ ମିଳିନଥିଲା। ତାପରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ ।