କନକ ବ୍ୟୁରୋ: ଶକ୍ତିମାନ, ଘର କି ଲକ୍ଷ୍ମୀ ବେଟିୟାଁ, ଅଗଲେ ଜନମ୍ ମୋହେ ବିଟିଆ ହି କିଜୋ ଭଳି ଅନେକ ସିରିଏଲରେ ଅଭିନୟ କରିଥିବା ଭାରତୀୟ ଟେଲିଭିଜନର ଚର୍ଚ୍ଚିତ ଚେହେରା ନୁପୁର ଅଳଙ୍କାର ଏବେ ଗୁମ୍ଫା ଭିତରେ ଜୀବନ ଯାପନ କରିଛନ୍ତି । ଅଭିନୟ କ୍ୟାରିଅର, ବିବାହ ଏବଂ ସାଂସାରିକ ଜୀବନକୁ ପଛରେ ପକାଇ ଆପଣାଇଛନ୍ତି ଆଧ୍ୟାତ୍ମିକ ପଥ । ଆଉ ନୁପୁରଙ୍କ ଏଭଳି ନିଷ୍ପତ୍ତି ପଛରେ ରହିଛି ଏକ ଦୁଃଖଦ କାହାଣୀ, ଯାହାକୁ ନେଇ ପୁଣି ଚର୍ଚ୍ଚାରେ ନୁପୁର । ହିମାଳୟରେ ପିତମ୍ବ୍ରା ମା’ ଭାବରେ ଗୁମ୍ଫାରେ ବାସ କରୁଛନ୍ତି ନୁପୁର ଅଳଙ୍କାର । ପୂର୍ବରୁ ନୁପୁର ଅଳଙ୍କାର ଭାରତୀୟ ଟେଲିଭିଜନରେ ଏକ ପରିଚିତ ଚେହେରା ଥିଲେ । ସେ ୧୫୦ରୁ ଅଧିକ ହିଟ୍ ସିରିଏଲରେ ଅଭିନୟ କରିଥିଲେ ଏବଂ ତାଙ୍କର ନିଖୁଣ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚିତ ହୋଇଥିଲେ । ହେଲେ ୨୦୨୨ରେ ତାଙ୍କ ଜୀବନରେ ସବୁକିଛି ବଦଳିଗଲା ।
ଅଧିକ ପଢନ୍ତୁ :୬୨ ବର୍ଷରେ ପାଦ ଦେଲେ ନୀତା ଅମ୍ବାନୀ...
୨୦୨୨ ମସିହାରେ, ନୁପୁର ମନୋରଞ୍ଜନ ଅଭିନୟ ଦୁନିଆରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ୨୦୧୯ରେ ପଞ୍ଜାବ ଏବଂ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ ଦୁର୍ନୀତି ଯୋଗୁ ତାଙ୍କର ଆର୍ଥିକସ୍ଥିତି ଭୁଶୁଡ଼ି ପଡ଼ିଥିଲା । ଏପରିକି ସେ ତାଙ୍କ ମା’ ଏବଂ ଭଉଣୀଙ୍କୁ ହରାଇଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରମୁଖ ଆର୍ଥିକ ଅନିୟମିତତା ପର୍ଦ୍ଦାଫାସ କରିବା ପରେ PMC ବ୍ୟାଙ୍କର ବୋର୍ଡକୁ ଭାଙ୍ଗି ଦେଇଥିଲେ ଯାହା ପରେ ତାଙ୍କ ସଞ୍ଚିତ ଟଙ୍କା ବ୍ୟାଙ୍କରେ ଫସି ରହିଥିଲା । ଆର୍ଥିକ ଅନଟନ ଯୋଗୁଁ ମା’ ଓ ଭଉଣୀ ଆଖି ବୁଜିଦେଇଥିଲେ ।
ପତ୍ନୀଙ୍କ ଧର୍ମକୁ ଆକ୍ଷେପ କରି ସମାଲୋଚନାର ଶିକାର ଆମେରିକା ଉପରାଷ୍ଟ୍ରପତି
ଏହାପରେ ସେ ଆଧ୍ୟାତ୍ମିକ ବାଟ ବାଛିଥିଲେ ବୋଲି କହିଛନ୍ତି । ବଡ଼କଥା ହେଉଛି ସେ ସାଂସାରିକ ଜୀବନକୁ ତ୍ୟାଗ କରି ସନ୍ନ୍ୟାସୀ ଭାବେ ଜୀବନ ଯାପନ କରୁଛନ୍ତି । ମୁମ୍ବାଇ ଛାଡିବା ପରେ, ନୁପୁର ସାରା ଭାରତ ଭ୍ରମଣ କରିଥିଲେ । ପ୍ରାୟ ତିନି ବର୍ଷ ଧରି, ସେ ଗୁମ୍ଫା, ଜଙ୍ଗଲ ଏବଂ ଦୂର ଆଶ୍ରମରେ ରହୁଥିଲେ । ନୁପୁର ଏବେ କେବଳ କେଇ ଖଣ୍ଡ କପଡ଼ା ଏବଂ କିଛି ଆବଶ୍ୟକୀୟ ଜିନିଷପତ୍ର ସହିତ ଏକ ସାଧାରଣ ଜୀବନଯାପନ କରୁଛନ୍ତି । ତାଙ୍କର ମାସିକ ଖର୍ଚ୍ଚ ପ୍ରାୟ ୧୦ ହଜାରରୁ ୧୨ ହଜାର ଟଙ୍କା । ତା’ ପୁଣି ଭିକ୍ଷା କିମ୍ବା ଦାନ ମିଳେ । ପିତମ୍ବ୍ରା ମା ଭାବରେ ସେ ଲୋକମାନଙ୍କୁ ମୋହ ମାୟା ପରିବର୍ତ୍ତେ ବିଶ୍ୱାସ ଏବଂ ଅନ୍ତରାତ୍ମାର ଶାନ୍ତି ଉପରେ ବଞ୍ଚିବାକୁ ଉତ୍ସାହିତ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/06/nupur-alankar-2025-11-06-10-52-32.jpg)