କନକ ବ୍ୟୁରୋ: ଦୀର୍ଘଦିନର ନିବରତା ପରେ ପୁଣି ଚର୍ଚ୍ଚାକୁ ଫେରିଛି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା । ସାମ୍ବାଦିକ ଶୁଭଙ୍କର ମିଶ୍ରଙ୍କ ପଡକାଷ୍ଟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଦୁଇଜଣ ମନସ୍ତତ୍ତ୍ୱବିତ୍ ତାଙ୍କୁ କହିଥିଲେ ଯେ, ତାଙ୍କ ଭାଇଙ୍କୁ ଦୁଇଜଣ ବ୍ୟକ୍ତି ହତ୍ୟା କରିଛନ୍ତି । ଶ୍ବେତାଙ୍କ ଏଭଳି ବୟାନ ପରେ ଏବେ ପୁଣି ଆଇନ ଉପରକୁ ଆଙ୍ଗୁଠି ଉଠିଛି ।
ମତ୍ସ୍ୟଜୀବୀ ସାଜିଲେ ରାହୁଲ, ପୋଖରୀକୁ ଡେଇଁଲେ, ମାଛ ଧରିଲେ: ବିହାର ମଇଦାନରେ ରୋଚକ ଦୃଶ୍ୟ
ଶ୍ୱେତା ସିଂହ ଏହି ପଡକାଷ୍ଟରେ ପ୍ରଶ୍ନ କରିଛନ୍ତି ଯେ ଆତ୍ମହତ୍ୟା କିପରି ହୋଇପାରେ? ସେ ଘରେ ଫ୍ୟାନ୍ ଏବଂ ବେଡ୍ ମଧ୍ୟରେ ଦୂରତା ଏତେ ନଥିଲା ଯେ, ଜଣେ ଆତ୍ମହତ୍ୟା କରିପାରିବ । ଜଣେ ଯଦି ଆତ୍ମହତ୍ୟା କରିବାକୁ ଚାହିଁବ ତା’ହେଲେ ଗୋଟେ ଚେୟାର କି ଟେବୁଲର ବ୍ୟବହାର କରିବ । ହେଲେ ସୁଶାନ୍ତର ଝୁଲନ୍ତା ଶବ ଯେବେ କଢ଼ାଗଲା ସେଠି ଚୌକି ନଥିଲା । ଏପରିକି ତା’ ବେକରେ ରସିର ଚିହ୍ନ ବି ନଥିଲା ।
ଦିନରେ ମୂଲ ଲାଗୁଥଲେ, ରାତିରେ ପାଠ ପଢ଼ୁଥିଲେ: ଏବେ MBBS ପଢ଼ିବେ ଆଦିବାସୀ ଝିଅ
ବଡ଼ କଥା ହେଉଛି ସୁଶାନ୍ତଙ୍କ ମୃତ୍ୟୁର କିଛି ସମୟ ପରେ, ଜଣେ ଆମେରିକୀୟ ମନସ୍ତତ୍ତ୍ୱବିତ୍ ତାଙ୍କ ସହିତ ଯୋଗାଯୋଗ କରିଥିଲେ । କହିଥିଲେ, ମୋ ଭାଇକୁ ହତ୍ୟା କରାଯାଇଛି । ଏହା ବ୍ୟତୀତ, ଅନ୍ୟ ଜଣେ ମୁମ୍ବାଇ ସ୍ଥିତ ମନସ୍ତତ୍ତ୍ୱବିତ୍ ମୋ ପାଖରେ ପହଞ୍ଚିଲେ । ସେ ମଧ୍ୟ ସୁଶାନ୍ତଙ୍କୁ ଜାଣିନାହାନ୍ତି କିନ୍ତୁ ସେ ସମାନ କଥା ଦୋହରାଇଥିଲେ ଯେ ସୁଶାଙ୍କୁ ହତ୍ୟା କରାଯାଇଛି ।
ସୁଶାନ୍ତଙ୍କ ପରିବାର ସିବିଆଇ ରିପୋର୍ଟକୁ ଆଦୌ ଗ୍ରହଣ କରିନାହାନ୍ତି । ସେମାନଙ୍କ ଆଡଭୋକେଟ୍ ବରୁଣ ସିଂହ କହିଛନ୍ତି, ଏହା କେବଳ ଏକ ପ୍ରହସନ । ଯଦି ସିବିଆଇ ସତ୍ୟ ଉନ୍ମୋଚନ କରିବାକୁ ଚାହୁଥିଲା, ତେବେ ଚାଟ୍, ବୈଷୟିକ ରେକର୍ଡ, ସାକ୍ଷୀଙ୍କ ବୟାନ, ଡାକ୍ତରୀ ରେକର୍ଡ ଇତ୍ୟାଦି ମାମଲା ସହିତ ଜଡିତ ସମସ୍ତ ଡକ୍ୟୁମେଣ୍ଟ କାହିଁକି ଉପସ୍ଥାପନ କଲାନି? ତେବେ ୫ ବର୍ଷ ପୂର୍ବେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସିନେ ଜଗତ ସହ ସାରା ଦେଶକୁ ସବ୍ଧ କରିଦେଇଥିଲା । ମୁମ୍ବାଇ ପୁଲିସ, ED, NCB ଏବଂ CBI ଦ୍ୱାରା ଏକାଧିକ ତଦନ୍ତ କରାଯାଇଥିଲା । ସମସ୍ତ ଏଜେନ୍ସି ସନ୍ଦେହ କରୁଥିବା ବ୍ୟକ୍ତିଙ୍କୁ ଜେରା କରିବା ପରେ କ୍ଲିନ୍ ଚିଟ୍ ଦେଇଥିଲେ । ଏବଂ ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି କହି ଫାଇଲ୍ କ୍ଲୋଜ୍ କରିଥିଲେ । ଏପଟେ ସୁଶାନ୍ତଙ୍କ ଭଉଣୀ ଦେଇଥିବା ବୟାନ ଏବେ ପୁଣି ଆଲୋଡ଼ନ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/03/9-sushant-sing-sister-raja-pkg-t-2025-11-03-16-44-16.jpg)