କନକ ବ୍ୟୁରୋ: ଆଜି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କ ଜନ୍ମଦିନ । ରିଲାଏନ୍ସ ଫାଉଣ୍ଡେଶନ ଏବଂ ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷା ଏବଂ ପ୍ରତିଷ୍ଠାତା ଅଛନ୍ତି ନୀତା । ବଡ଼କଥା ହେଉଛି ନୀତା ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ସମାଜସେବା ପାଇଁ ବେଶ୍‌ ଜଣାଶୁଣା । ସେ ଜଣେ ଫ୍ୟାସନ ଆଇକନ ମଧ୍ୟ । ଅନେକ ସମୟରେ ତାଙ୍କର ଲୁକ୍‌ ଭାଇରାଲ୍ ହୁଏ ଏବଂ ଜାତୀୟ ଗଣମାଧ୍ୟମରେ ହେଡଲାଇନ୍ ପାଲଟେ । 

Advertisment

nita ambani
nita ambani Photograph: (MOBILE)

ରିଲାଏନ୍ସ ଫାଉଣ୍ଡେସନ୍‌ର ଚେୟାରପର୍ସନ୍ ନୀତା ଅମ୍ବାନୀ ଆଜି ୬୨ ବର୍ଷରେ ପାଦ ଦେଇଥିବା ବେଳେ ତାଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । କାରଣ ତାଙ୍କର ବିଭିନ୍ନ ସଂଗଠନ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ କ୍ରୀଡ଼ା କ୍ଷେତ୍ରରେ ଅନେକ ଯୋଗଦାନ ଜାରି ରଖିଛନ୍ତି । ଖାଲି ଏତିକି ନୁହେଁ ନୀତା ଅମ୍ବାନୀ Dhirubhai Ambani International School ସ୍ଥାପନ କରି ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ଆଣିଛନ୍ତି । ଏହା ସହିତ, NMACC ବା Nita Mukesh Ambani Cultural Centre ମାଧ୍ୟମରେ ଭାରତୀୟ କଳା ଓ ସଂସ୍କୃତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ଜାରି ରଖିଛନ୍ତି । 

ଅଧିକ ପଢ଼ନ୍ତୁ--୬୦ ବର୍ଷରେ ପାଦ ଦେଲେ କିଙ୍ଗ୍‌ ଖାନ୍‌ ; ୩୨ ବର୍ଷ ହେବ ବଲିଉଡରେ କରୁଛନ୍ତି ରାଜ୍

ଠିକ୍ ସେହିପରି ସ୍ୱାସ୍ଥ୍ୟକ୍ଷେତ୍ରରେ ଶ୍ରୀ ଏଚ୍. ଏନ୍. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ୍‌ ଏବଂ କ୍ରୀଡ଼ାରେ ମୁମ୍ବାଇ ଇଣ୍ଡିଆନ୍ସ IPL ଟିମ୍‌ର ମାଲିକାଣୀ ଭାବେ ବେଶ ସଫଳ ସେ । ରିଲାଏନ୍ସ ଫାଉଣ୍ଡେସନ୍‌ ମାଧ୍ୟମରେ ଗ୍ରାମାଞ୍ଚଳରେ ବିକାଶ, ମହିଳା ସଶକ୍ତୀକରଣ ଏବଂ କୋଭିଡ୍-୧୯ ସମୟରେ ସ୍ୱାସ୍ଥ୍ୟସେବା ପ୍ରଦାନରେ ତାଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ।