କନକ ବ୍ୟୁରୋ : ଆପଣ ଅନୁଭବ କରିଥିବେ ଶୋଇଥିବା ବେଳେ ବେଳେବେଳେ ସାପ ସ୍ବପ୍ନ ଆସେ କିମ୍ବା କେହି ଯଦି ଆପଣଙ୍କୁ କହିଥିବେ ଯେ ସ୍ବପ୍ନରେ ସାପ ଦେଖାଯାଉଛନ୍ତି । ଥରେ ଅଧେ ହେଲେ ତ ଠିକ୍ ଅଛି କିନ୍ତୁ ଏପରି ଲଗାତାର ହେଉଛି ତେବେ ଏକ ଅଜ୍ଞାତ ଭୟ ମନ ଭିତରେ ଲାଗିରହେ । ବେଳେବେଳେ ଲାଗେ ସ୍ବପ୍ନରେ ଆସୁଥିବା ସାପ ସତରେ କାଳେ କାମୁଡ଼ିଦେବନି ତ ! ଯଦି ଆପଣଙ୍କ ସହିତ ମଧ୍ୟ ଲଗାତାର ଏପରି ଘଟୁଛି ତେବେ ଆପଣଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ ଥାଇପାରେ । ସାପକୁ ଅବା କାହାକୁ ଡର ନାହିଁ କହିଲେ ତେବେ ଆପଣଙ୍କ ଜାତକରେ କାଳସର୍ପ ଦୋଷ ରହିବାର ଅର୍ଥ କେବଳ ସାପର ସ୍ୱପ୍ନ ଦେଖିବା ନୁହେଁ , ଏହାର ଅନ୍ୟାନ୍ୟ ଲକ୍ଷଣ ମଧ୍ୟ ଥାଇପାରେ । ଅନେକ ଭାବନ୍ତି ଯେ କାଳସର୍ପ ଦୋଷ କ’ଣ ଏବଂ ଏହା ଜାତକରେ ପ୍ରଭାବଶାଳୀ ହେବାର କାରଣ କ’ଣ? ଆସନ୍ତୁ ଜାଣିବା ଏ ବିଷୟରେ ଅଧିକ ଜାଣିବା ।
/filters:format(webp)/kanak/media/media_files/2026/01/09/kaalsrp-doss-2026-01-09-07-18-03.jpg)
ଶିବଲିଙ୍ଗ ପଛରେ ମଣିଷ ଆକୃତିର ଛାଇ ! ବଡ଼ ଅଦ୍ଭୁତ ଭାରତର ରହସ୍ୟମୟ ମନ୍ଦିର
ବ୍ୟକ୍ତିର ଜନ୍ମ ସମୟରେ ଯେତେବେଳେ ରାହୁ ଏବଂ କେତୁ ପରସ୍ପରର ମୁହାଁମୁହିଁ ହୁଅନ୍ତି ଏବଂ ସମସ୍ତ ସାତଟି ଗ୍ରହ ରାହୁ ଏବଂ କେତୁର ଗୋଟିଏ ପାଖରେ ଥାଆନ୍ତି ସେତେବେଳେ ବ୍ୟକ୍ତିଙ୍କ ଜାତକ ଉପରେ ରାହୁ ଏବଂ କେତୁର ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏହି ଅବସ୍ଥାକୁ କାଳସର୍ପ ଦୋଷ କୁହାଯାଏ । ଯେଉଁ ବ୍ୟକ୍ତିଙ୍କ ଜାତକରେ କାଳସର୍ପ ଦୋଷ ଥାଏ ସେ ନିଜର ପ୍ରତିଭାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟବହାର କରିପାରନ୍ତି ନାହିଁ ଏବଂ ସର୍ବଦା ଦ୍ୱନ୍ଦ୍ୱରେ ରୁହନ୍ତି । ଏମିତିକି ଭାଗ୍ୟ ମଧ୍ୟ ସେମାନଙ୍କ ପୂର୍ଣ୍ଣ ସମର୍ଥନ କରିପାରିନଥାଏ ଏବଂ ସେମାନେ ପ୍ରତ୍ୟେକ ପଦକ୍ଷେପରେ ବିଫଳତାର ସମ୍ମୁଖୀନ ହୁଅନ୍ତି । ତେବେ ୧୨ ପ୍ରକାରର କାଳସର୍ପ ଦୋଷ ଅଛି । ଅନ୍ୟ ଗ୍ରହ ଏବଂ ନକ୍ଷତ୍ର ସ୍ଥିତି ଦେଖି ହିଁ ଜଣେ ବ୍ୟକ୍ତି କେଉଁ ପ୍ରକାରର କାଳସର୍ପ ଦୋଷରେ ପୀଡ଼ିତ ତାହା ନିର୍ଣ୍ଣୟ କରାଯାଇପାରିବ ।
ଯେଉଁ ବ୍ୟକ୍ତିଙ୍କ ଜାତକରେ କାଳସର୍ପ ଦୋଷ ଅଛି ସେମାନେ ସବୁବେଳେ ମୃତ ଲୋକଙ୍କ ସ୍ୱପ୍ନ ଦେଖନ୍ତି । ଭୟଭୀତ ରୁହନ୍ତି ଏବଂ ଏପରି ଅନୁଭବ କରନ୍ତି ଯେପରି କେହି ତାଙ୍କୁ ପିଛା କରୁଛି । ଏମିତିକି ଶୋଇବା ସମୟରେ ଏମାନେ ଅନୁଭବ କରନ୍ତି ଯେ ସାପ ତାଙ୍କ ପାଦରେ ଚଢ଼ି ଆସୁଛି କିମ୍ବା କାମୁଡ଼ିବାକୁ ଚେଷ୍ଟା କରୁଛି । ରାତିରେ ଅଜବ ସ୍ୱପ୍ନ ଦେଖିବା ସହ ପ୍ରତିଦିନ ଅଧରାତିରୁ ଉଠିବା ଭଳି ପରିସ୍ଥିତିକୁ ସାମ୍ନା କରନ୍ତି । କିଛି ଲୋକ ଝଗଡ଼ା ବିଷୟରେ ଦୁଃସ୍ୱପ୍ନ ମଧ୍ୟ ଅନୁଭବ କରନ୍ତି । ମାଡ଼ ଖାଇବା କିମ୍ବା କାହା ସହ ଗମ୍ଭୀର ଝଗଡ଼ାର ମଧ୍ୟ ସ୍ୱପ୍ନ ଦେଖିଥା’ନ୍ତି । ତେବେ ଯେଉଁ ଲୋକଙ୍କ ଜାତକରେ କାଳସର୍ପ ଦୋଷ ରହିଛି ସେମାନେ ନିଶ୍ଚିତ ଭାବରେ ଭଗବାନ ଶିବଙ୍କ ପୂଜା କରିବା ଉଚିତ । ଶିବ ମନ୍ଦିର ଯାଇ ଶିବଲିଙ୍ଗକୁ ଜଳ ଅର୍ପଣ କରିବା ଉଚିତ କିମ୍ବା ପ୍ରତିଦିନ ନିଜ ଘର ମନ୍ଦିରରେ ଭଗବାନ ଶିବଙ୍କ ପୂଜା କରିପାରିବେ । ପ୍ରତିଦିନ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜାପ କରନ୍ତୁ । ସକାଳୁ ନିତ୍ୟକର୍ମ ସାରି ଆସନ ଉପରେ ବସି ଧ୍ୟାନ ମୁଦ୍ରାରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । ଜାତକରୁ କାଳସର୍ପ ଦୋଷ ଦୂର କରିବା ପାଇଁ ସର୍ପ ନାଗପତି ପୂଜା କରନ୍ତୁ । ହୀରା କିମ୍ବା ମୁକ୍ତା ମୁଦି କିମ୍ବା ଅନ୍ୟାନ୍ୟ ଅଳଙ୍କାର ପିନ୍ଧିପାରିବେ । ଏହା ରାହୁଙ୍କ ପ୍ରଭାବକୁ କମାଇବାରେ ସହାୟକ ହେବ । କେତୁଙ୍କ ପ୍ରଭାବର ମୁକାବିଲା କରିବା ପାଇଁ ଆପଣ କ୍ୟାଟ୍ସ ଆଇ ମଣି କିମ୍ବା ତମ୍ବା ଧାତୁ ପିନ୍ଧିପାରିବେ । ଏହା କେତୁଙ୍କ ନକାରାତ୍ମକ ପ୍ରଭାବକୁ ହ୍ରାସ କରିଥାଏ । ଏହି ଦୋଷ ଦୂର ହେଲେ ଜୀବନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବା ଆରମ୍ଭ ହୁଏ । କାମରେ ଥିବା ପ୍ରତିବନ୍ଧକ ଦୂର ହୁଏ ,ସଫଳତାର ନୂତନ ପଥ ଖୋଲିବା ଆରମ୍ଭ ହୁଏ । ଘର ଭିତରେ ଥିବା ଦ୍ୱନ୍ଦ୍ୱ ଏବଂ ମତଭେଦ ଦୂର ହୁଏ । ବ୍ୟବସାୟ ଏବଂ ଚାକିରିରେ ଆସୁଥିବା ପ୍ରତିବନ୍ଧକ ଦୂର ହୁଏ । ଧିରେ ଧିରେ ଦୁଃସ୍ୱପ୍ନ ଆସିବା କମିଯାଏ ଏବଂ ଭୟରୁ ମୁକ୍ତ ଅନୁଭବ ହୁଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/09/kalsharp-dosa-2026-01-09-07-22-55.jpg)