କନକ ବ୍ୟୁରୋ : ଦେବ ଦେବ ମହାଦେବଙ୍କ ପବିତ୍ର ଶ୍ରାବଣ ମାସରେ ଭକ୍ତି ଏବଂ ଭାବର ଅଦ୍ଭୁଦ ମିଳନ ଦେଖିବାକୁ ମିଳୁଛି । କାନ୍ଧରେ ପାଣିଭାର ଧରି କାଉଡ଼ିଆ ଭକ୍ତ ଭୋଳାବାବାଙ୍କୁ ଜଳଲାଗି କରିବା ପାଇଁ କାହିଁ କେତେ ଦୂରରୁ ଶିବାଳୟକୁ ଯାଉଛନ୍ତି । ମହାଦେବଙ୍କ ପ୍ରତି ଭକ୍ତି ସହିତ ଅନେକ କାହାଣୀ ମଧ୍ୟ ବାଟ ସାରା ଦେଖିବାକୁ ମିଳୁଛି । କିନ୍ତୁ ମୁଜଫରନଗରରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଲା ଯାହାକୁ ଯିଏ ଦେଖିଲା ସେ ଭାବବିହ୍ବଳ ହେଲା । ମୁଜଫରନଗରରେ ମାତ୍ର ୧୦ ବର୍ଷର କୁନି ପୁଅଟିଏ କଠୋର ‘ଦଣ୍ଡବତ କାଉଡ଼ି’ ଯାତ୍ରା କରି ଭୋଳାବାବାଙ୍କ ପାଖକୁ ଯାଉଥିଲା ।
/filters:format(webp)/kanak/media/media_files/2025/07/23/image-2025-07-23-16-05-58.jpg)
ମୁଜଫରନଗର ଶାମଲି ଜନପଥରେ ରହୁଥିବା ୧୭ ବର୍ଷୀୟ ଶିବମ୍ କ୍ୟାନ୍ସରରେ ପୀଡ଼ିତ ଥିଲେ । ଆର୍ଥିକ ସ୍ତରରେ ଦୁର୍ବଳ ପରିବାର ଯେତେବେଳେ କେଉଁଠୁ କ’ଣ କରି ଟଙ୍କା ଯୋଗାଡ଼ କରୁଥିଲେ ଠିକ୍ ସେତେବେଳେ ଶିବମଙ୍କ ୧୦ ବର୍ଷୀୟ ଭାଇ କୃଷ୍ଣା ଭଗବାନ ଶିବଙ୍କୁ ସାକ୍ଷୀ ରଖି ମାନସିକ କରିଥିଲେ । ଯଦି ବଡ଼ଭାଇର କ୍ୟାନ୍ସର ଠିକ୍ ହୋଇଯିବ ସେ ଦଣ୍ଡବତ କାଉଡ଼ି ଯାତ୍ରା କରିବେ ବୋଲି ମାନସିକ ରଖିଥିଲେ । ଶିବମଙ୍କ ସ୍ବାସ୍ଥ୍ୟ ଏବେ ଆଗ ଅପେକ୍ଷା ଭଲ ଅଛି । ତେଣୁ କୃଷ୍ଣା ମାନସିକ ପୂରଣ ପାଇଁ ହରିଦ୍ବାରରୁ କାଉଡ଼ି ଯାତ୍ରା ଆରମ୍ଭ କରିଛନ୍ତି । କୁନିପୁଅ କୃଷ୍ଣା ହରିଦ୍ବାରର ହର କି ପୌଡ଼ିରୁ ଗଙ୍ଗାଜଳ ଉଠାଇ ପ୍ରତିଦିନ ୧୦ କି.ମିର ଦଣ୍ଡବତ ଯାତ୍ରା କରୁଛନ୍ତି । କୃଷ୍ଣାଙ୍କ ସହ ବଡ଼ଭାଇ ଶିବମ୍ ଏବଂ ପରିବାର ସଦସ୍ୟ ମଧ୍ୟ ଯାତ୍ରା କରୁଛନ୍ତି । କୃଷ୍ଣା କୁହନ୍ତି ଯେ ଦଣ୍ଡବତ ଯାତ୍ରା ଭିତରେ ଯେଉଁଠି ଥକ୍କା ଲାଗେ ସେଇଠି ଅଟକି ଯାଉଛୁ ଏବଂ ପୁଣିଥରେ ଯାତ୍ରା ଆରମ୍ଭ କରୁଛୁ । କୃଷ୍ଣାଙ୍କ ଆସ୍ଥାକୁ ଦେଖି ବାଟରେ ଯାଉଥିବା ଲୋକ ମଧ୍ୟ ତାଙ୍କୁ ସାହାଯ୍ୟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/07/23/bholenath-2025-07-23-16-53-28.jpg)