କନକ ବ୍ୟୁରୋ : ଭଗବାନ ବିଷ୍ଣୁଙ୍କର ପ୍ରମୁଖ ରୂପେ ୨୪ ଟି ଅବତାର ରହିଛି । ଯେଉଁଥିରେ ଗୋଟିଏ ହେଉଛି ହୟଗ୍ରୀବ ଅବତାର । ସମ୍ଭବତଃ ଏହା ଶ୍ରୀହରିଙ୍କ ୧୬ ତମ ଅବତାର । ବିଷ୍ଣୁତତ୍ତ୍ବଙ୍କର ହୟଗ୍ରୀବ ଅବତାରରେ ତାଙ୍କର ଶିରଟି ଘୋଡ଼ା । ହୟ ଏବଂ ଗ୍ରୀବା ଶବ୍ଦଦ୍ବୟର ଆକ୍ଷରିକ ଅର୍ଥ ହେଉଛି ଘୋଡ଼ା ଭଳି ବେକ । ଏହି ଅବତାର ଶିକ୍ଷା ଦିଏ ଯେ ଘୋଡ଼ାର ବେକଟି ଲମ୍ବା ତେଣୁ ପ୍ରାଣବାୟୁକୁ ଫୁସଫୁସରେ ପହଞ୍ଚାଇବାପାଇଁ ଘୋଡ଼ାକୁ ଖୁବ୍ ଲମ୍ବା ଶ୍ବାସ ନେବାକୁ ହୁଏ । ଶାନ୍ତ ଅବସ୍ଥାରେ ହେଉ କିମ୍ବା କ୍ରିୟମାଣ ଅବସ୍ଥାରେ ଘୋଡ଼ା ନିଜର ଲମ୍ବା ବେକ ପାଇଁ ଦୀର୍ଘ ଶ୍ବାସ ନେଇଥାଏ । ପିଣ୍ଡବ୍ରହ୍ମାଣ୍ଡ ସାଧକ ପ୍ରାଣାୟାମସିଦ୍ଧ ହେଲେ ଏଭଳି ଏକ ସ୍ଥିତି ଉତ୍ପନ୍ନ ହୁଏ ଯେତେବେଳେ ବିନା ଚେଷ୍ଟାରେ ସବୁ ସମୟରେ ଶ୍ବାସ ଗଭୀର ଓ ଦୀର୍ଘ ହୋଇଯାଏ । ସାଧନାସିଦ୍ଧ ଦିବ୍ୟଦ୍ରଷ୍ଟାମାନଙ୍କ ମତରେ ଏହା ହେଉଛି ପିଣ୍ଡବ୍ରହ୍ମାଣ୍ଡ ସାଧକଙ୍କ ପାଇଁ ବ୍ରହ୍ମାଣ୍ଡର ସନ୍ତୁଳନ ରକ୍ଷାକାରୀ ବିଷ୍ଣୁତତ୍ତ୍ବଙ୍କର ହୟଗ୍ରୀବ ଅବତାରର ଅବତରଣ ।
/filters:format(webp)/kanak/media/media_files/2026/01/05/hayagriba-2026-01-05-16-16-03.jpg)
ଅଧିକ ପଢ଼ନ୍ତୁ : ଶିବଲିଙ୍ଗ ପଛରେ ମଣିଷ ଆକୃତିର ଛାଇ ! ବଡ଼ ଅଦ୍ଭୁତ ଭାରତର ରହସ୍ୟମୟ ମନ୍ଦିର
ହୟଗ୍ରୀବଙ୍କ ହସ୍ତରେ ଥାଏ ଚକ୍ର ଓ ଗଦା ଯାହା ଶାନ୍ତ ଏବଂ ଦୀର୍ଘଶ୍ବାସ ମେରୁଦଣ୍ଡରେ ଅବସ୍ଥିତ ଷଡ଼ଚକ୍ରଙ୍କୁ ସାଧକଙ୍କ ନିୟନ୍ତ୍ରଣକୁ ଆଣେ । ଏହାଦ୍ବାରା ଶରୀରର ଚଞ୍ଚଳ ଭାବ ଦମନ ହୁଏ । ଏହି ଅବତାରର ଅନ୍ୟ ଦୁଇ ହସ୍ତ ଆଶୀର୍ବାଦ ମୁଦ୍ରା ଏବଂ ବେଦସମୂହରେ ରହିଥା’ନ୍ତି । ପୌରାଣିକ କଥା ଅନୁସାରେ ମଧୁ ଓ କୈଟଭ ନାମକ ଦୁଇ ଶକ୍ତିଶାଳୀ ରାକ୍ଷସ ବ୍ରହ୍ମାଙ୍କଠାରୁ ବେଦ ଚୋରି କରି ପାତାଳକୁ ନେଇ ଯାଇଥିଲେ । ଏହାପରେ ବ୍ରହ୍ମା ଦୁଃଖି ହୋଇ ବେଦ ଉଦ୍ଧାର ପାଇଁ ଭଗବାନ ନାରାୟଣଙ୍କ ପାଖକୁ ଗଲେ। ଏହି ସମୟରେ ପ୍ରଭୁ ଶ୍ରୀହରି ହୟଗ୍ରୀବ ଅବତାର ଧାରଣ କଲେ । ଯେଉଁ ଅବତାରରେ ବେକ ଏବଂ ମୁହଁ ଦେଖିବାକୁ ଘୋଡ଼ା ସମାନ । ପ୍ରଭୁ ହୟଗ୍ରୀବ ବେଦ ଉଦ୍ଧାର ପାଇଁ ପାତାଳକୁ ଗଲେ ଏବଂ ଦୁଇ ଅସୁରଙ୍କ ବଧ କରି ବ୍ରହ୍ମାଙ୍କୁ ବେଦ ଫେରାଇଲେ । ଅନ୍ୟ ଏକ କଥା ଅନୁସାରେ ନାରାୟଣ ମାତା ଲକ୍ଷ୍ମୀଙ୍କ ସୌନ୍ଦର୍ଯ୍ୟମୟ ରୂପକୁ ଦେଖି ସ୍ମିତହାସ ଦେଉଥିଲେ । ବିଷ୍ଣୁ ପାଟ୍ଟରାଣୀଙ୍କୁ ସେତେବେଳେ ସ୍ବାମୀଙ୍କ ଏହି ହସ ଅଟ୍ଟହାସ୍ୟ ଭଳି ଲାଗିଥିଲା । ସେତେବେଳେ ଚଞ୍ଚଳା ରୋଷ କରି ଶ୍ରୀହରିଙ୍କୁ ଅଭିଶାପ ଦେଇ କହିଥିଲେ ନାଥ ଆପଣଙ୍କ ମୁହଁ ଶରୀରଠାରୁ ଅଲଗା ହୋଇଯାଉ । ନାରାୟଣଙ୍କ ମାୟାରୁ ସୃଷ୍ଟି ଏହି ଅଭିଶାପ ଯୁଦ୍ଧର ରୂପ ନେଇଥିଲା । ପ୍ରଭୁ ଯୁଦ୍ଧରେ ଥକିଯାଇ ଧନୁକୁ ଭୂମିରେ ଉତ୍ସର୍ଗ କରି ପୃଥିବୀରେ ରଖିଲେ ଏବଂ ତୀରର ମୁଣ୍ଡ ଉପରେ ମୁଣ୍ଡ ରଖି ଯୋଗ ନିଦ୍ରାରେ ଶୋଇଗଲେ । ଯେଉଁଥିରୁ ହୟଗ୍ରୀବ ଅବତାରର ସୃଷ୍ଟି ହୋଇଥିଲା ।
ଅନ୍ୟ ଏକ ପୁରାଣରେ ହୟଗ୍ରୀବ ନାମକ ଜଣେ ଅସୁର ମହାମାୟାଙ୍କୁ ତପସ୍ୟା କରୁଥିଲେ । ଏହା ଦେଖି ଭଗବତୀ ତାଙ୍କୁ ତାମସୀ ଶକ୍ତି ରୂପରେ ଦର୍ଶନ ଦେବା ସହ ବର ମାଗିବା ପାଇଁ କହିଲେ । ଅସୁର ଜଣକ ଅମର ବର ମାଗିଲେ ଯାହାକୁ ଦେବୀ ଭଗବତୀ ପ୍ରତ୍ୟାଖାନ କରି ଅନ୍ୟ ବର ମାଗିବାକୁ କହିଲେ । ସେତେବେଳେ ଅସୁର ହୟଗ୍ରୀବ ହସ୍ତେ ବଧ ହେବା ପାଇଁ ବର ମାଗିଥିଲେ । ଯାହାକୁ ମାତା ତଥାସ୍ତୁ ବୋଲି କହି ଉଭାନ ହୋଇଥିଲେ । ସ୍ବୟଂ ହାତରେ କେମିତି ବଧ ହେବେ ଭାବି ହୟଗ୍ରୀବ ଖୁସିରେ ସମସ୍ତଙ୍କ ଉପରେ ଅତ୍ୟାଚାର କରିବାକୁ ଲାଗିଲେ । ବ୍ରହ୍ମଦେବଙ୍କ ବେଦ ଚୋରାଇନେଲେ । ଏହା ଦେଖି ଦେବତାଗଣ ନାରାୟଣଙ୍କ ପାଖକୁ ଗଲେ ଏବଂ ପ୍ରଭୁଙ୍କୁ ଯୋଗମୁଦ୍ରାରୁ ଜାଗ୍ରତ କରିବା ପାଇଁ ପୋକ ସହ ଲଢ଼େଇ କରିବାକୁ ପଡ଼ିଲା । ଏହି ଯୁଦ୍ଧରେ ପ୍ରଭୁଙ୍କ ମସ୍ତକ କଟି ଅଦୃଶ୍ୟ ହୋଇଗଲା । ସେତେବେଳେ ବ୍ରହ୍ମା ଘୋଡ଼ାର ମସ୍ତକ କାଟି ବିଷ୍ଣୁଙ୍କ ଶରୀରରେ ଯୋଡ଼ିଲେ ଏବଂ ସେତେବେଳେ ଜନ୍ମ ହେଲେ ଶ୍ରୀହରିଙ୍କ ୧୬ ତମ ଅବତାର ହୟଗ୍ରୀବଙ୍କର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2026/01/05/hayagriba-2026-01-05-16-17-04.jpg)