Putin India Visit Photograph: (KanakNews)
କନକ ବ୍ୟୁରୋ: ଆସନ୍ତାକାଲି ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଡିସେମ୍ବର ୪ ଓ ୫ ତାରିଖରେ ପୁଟିନ ଭାରତରେ ରହିବେ । ଏଥିସହ ସେ ୨୩ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେବେ। ରୁଷ ଠାରୁ ଭାରତ ତେଲ କିଣୁଥିବାରୁ ଆମେରିକା ପକ୍ଷରୁ ନୂଆଦିଲ୍ଲୀ ଉପରେ ଟାରିଫ ଲଗାଯାଇଛି । ଆମେରିକା ଟାରିଫ ଛାଟ ସତ୍ତ୍ୱେ ଭାରତ-ରୁଷ ସମ୍ପର୍କ ଆହୁରି ନିବିଡ଼ ହୋଇଥିଲା । ଏସବୁ ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ନୂଆଦିଲ୍ଲୀ ଆସିବାକୁ ନିମନ୍ତ୍ରଣ କରିଥିଲେ । ଅଧିକ ପଢନ୍ତୁ ; ଭାରତ ଉପରେ ପୁଣି ଋଷର ବିଶ୍ବାସ : ଭାରତ ସହ ସମ୍ପର୍କକୁ ଅତି ସ୍ବତନ୍ତ୍ର କହିଲେ ପୁଟିନ୍
ଏବେ ଏହାକୁ ଗ୍ରହଣ କରି ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପୁଟିନଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ କରି ତାଙ୍କ ସମ୍ମାନରେ ଗୋଟିଏ ନୈଶ୍ୟ ଭୋଜିର ଆୟୋଜନ କରିବେ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ପୁଟିନଙ୍କ ଗସ୍ତ ସମୟରେ ଭାରତ ଓ ରୁଷ ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବାର ସୁଯୋଗ ମିଳିବ। ଆଗକୁ କେମିତି ଦୁଇ ଦେଶ ପରସ୍ପର ସ୍ୱାର୍ଥକୁ ଗୁରୁତ୍ୱ ଦେଇ କାମ କରିବେ ଓ ବୈଶ୍ୱିକ ପ୍ରସଙ୍ଗ କେମିତି ଦୁଇ ପାକ୍ଷିକ ସମ୍ପର୍କକୁ ପ୍ରଭାବିତ ନ କରିବ, ତା’ ଉପରେ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି ।
ଅଧିକ ପଢନ୍ତୁ : ପୁଟିନ୍ କହିଲେ ମୋଦୀ ସବୁଠୁ ବୁଦ୍ଧିମାନ ନେତା, ସେ ଭାରତର ଅପମାନ ସହ୍ୟ କରିବେ ନାହିଁ
ଆମେରିକାର ଟାରିଫ ଧମକ ଭିତରେ ଭାରତ ଆସିବେ ପୁଟିନ୍
ଭାରତରୁ ଅଧିକ ଆମଦାନି ବୃଦ୍ଧି ବିଷୟରେ ଆଲୋଚନା କରିବ ଋଷ
ଜାତୀୟ ମୁଦ୍ରାରେ ଲେନଦେନ ବିଷୟରେ ଆଲୋଚନା ହୋଇପାରେ
ଡଲାର ବ୍ୟବସ୍ଥାକୁ ଏଡ଼ାଇ ଜାତୀୟ ମୁଦ୍ରାରେ କାରବାର ଉପରେ ଗୁରୁତ୍ବ
କ୍ରେମଲିନ କହିଛି, ଋଷ ଅଧିକ ଭାରତୀୟ ଜିନିଷ କିଣିବାକୁ ଚାହୁଁଛି
ବର୍ତ୍ତମାନ ଭାରତ ରୁଷିଆରୁ ପ୍ରାୟ ୬୫ ବିଲିୟନ ଡଲାରର ଜିନିଷ ଆମଦାନି କରୁଛି
କିନ୍ତୁ ରୁଷିଆ ଭାରତରୁ ମାତ୍ର ୫ ବିଲିୟନ ଡଲାରର ଜିନିଷ କିଣୁଛି
ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ରୁଷିଆ ଚାହୁଁଛି
ବ୍ରହ୍ମୋସ କ୍ଷେପଣାସ୍ତ୍ରର ଯୁଗ୍ମ ଉତ୍ପାଦନ, ଏସୁ-୫୭ ଯୁଦ୍ଧବିମାନ କ୍ରୟ ଉପରେ ଚୁକ୍ତି ହେବ
ଅତିରିକ୍ତ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମର ଟେକ୍ନୋଲୋଜି ଟ୍ରାନ୍ସଫର ଉପରେ ହେବ ଆଲୋଚନା
ଛୋଟ ମଡ୍ୟୁଲାର ନ୍ୟୁକ୍ଲିୟର ରିଆକ୍ଟର ଟେକ୍ନୋଲୋଜି ନେଇ ମଧ୍ୟ କଥାବାର୍ତ୍ତା ହେବ
ବାଣିଜ୍ୟ ଘାଟି ବୃଦ୍ଧି ନେଇ ଭାରତର ଚିନ୍ତାକୁ ରୁଷିଆ ସମାଧାନ କରିବାକୁ ପ୍ରସ୍ତୁତ
ତୃତୀୟ ଦେଶର ଚାପରୁ ଦ୍ୱିପାକ୍ଷିକ ବାଣିଜ୍ୟକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତ ହେବ ନକ୍ସା
ତୈଳ କିଣିବା ଉପରେ କଟକଣା ସତ୍ବେ ବାଣିଜ୍ୟ ବଢାଇବାକୁ ଚାହୁଁଛି ଋଷ
ମସ୍କୋ ଭାରତ ଓ ଚୀନ ସହିତ ଅର୍ଥନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଚାହୁଁଛି
ଗତ ତିନି ବର୍ଷ ମଧ୍ୟରେ ଭାରତ ଓ ଚୀନ ସହ ଦ୍ୱିପାକ୍ଷିକ ବାଣିଜ୍ୟ ବହୁତ ବୃଦ୍ଧି ପାଇଛି
ପୁଟିନ କହିଛନ୍ତି, ୟୁରୋପ ଯଦି ଯୁଦ୍ଧ କରିବାକୁ ଚାହୁଁଛି, ଆମେ ଏବେ ପ୍ରସ୍ତୁତ
ୟୁରୋପୀୟମାନଙ୍କର କୌଣସି ଶାନ୍ତି ଏଜେଣ୍ଡା ନାହିଁ, ସେମାନେ ଯୁଦ୍ଧର ପାଖରେ ଅଛନ୍ତି
Follow Us