କନକ ବ୍ୟୁରୋ : ବିଶ୍ବରେ ଅସ୍ଥିରତା ଭିତରେ ଭାରତ ଉପରେ ପୁଣି ଋଷର ବଢ଼ିଲା ବିଶ୍ବାସ । ଆମେରିକାର ଟାରିଫ୍ ମୁକାବିଲା ପାଇଁ ନୂଆ ଯୋଜନା କରୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏଥିରେ ଭାରତର ଭୂମିକା ସବୁଠୁ ଅଧିକ ରହିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଭାରତ-ଋଷ ସମ୍ପର୍କକୁ ସ୍ବତନ୍ତ୍ର ବୋଲି ଦୋହରାଇଛନ୍ତି । ପୁଟିନ କହିଛନ୍ତି, ସୋଭିଏତ ଯୁଗରୁ ଏହି ସମ୍ପର୍କ ଅଟଳ ଓ ସଂଘର୍ଷମୁକ୍ତ ରହିଛି । ଏଥିସହିତ ଆସନ୍ତା ଡିସେମ୍ବରରେ ସେ ଭାରତ ଆସିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଆଗ୍ରହୀ ବୋଲି ଜଣାଇଛନ୍ତି । ମୋଦୀଙ୍କୁ ପୁଟିନ୍ ସନ୍ତୁଳିତ, ବୁଦ୍ଧିମାନ୍ ଓ ଦେଶପ୍ରେମୀ ଭାବେ ବର୍ଣ୍ଣନା କରିଛନ୍ତି । ବର୍ତ୍ତମାନ ଭାରତରୁ ଋଷ ଅଧିକ ଲାଭ ପାଉଛି । କାରଣ ଋଷର ଭାରତ ତେଲ ଆମଦାନି କରୁଛି । ଏହାକୁ ଆହୁରି ତ୍ବରାନ୍ବିତ କରିବାକୁ ପୁଟିନ୍ ନିଜ ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତରୁ ଋଷ କୃଷି ଉତ୍ପାଦ, ଔଷଧ ଓ ଚିକିତ୍ସା ସାଧନ ଅଧିକ କିଣିବ । ଆମେରିକାର ଟାରିଫ୍ରୁ ଭାରତର କ୍ଷତି ପୂରଣରେ ଋଷର ଅଶୋଧିତ ତେଲ ସାହାଯ୍ୟ କରିବ । ପୁଟିନ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ଭାବନା ଅପାର ।
ଅଧିକ ବାଣିଜ୍ୟ କରିବାକୁ ଚାହୁଛି ଋଷ
ଭାରତ ସହ ସମ୍ପର୍କ ସ୍ବତନ୍ତ୍ର: ପୁଟିନ୍
ଆମେରିକାର ଟାରିଫ୍ ଭୟକୁ ପୁଟିନଙ୍କ ଚାଲେଞ୍ଜ୍
ଭାରତ ସହ ସମ୍ପର୍କରୁ କହିଲେ ଅତି ସ୍ବତନ୍ତ୍ର
ଭାରତ ସହ ଅଧିକ ବ୍ୟବସାୟ କରିବାକୁ ଋଷ ଆଗ୍ରହୀ
ଭାରତ-ଋଷ ସମ୍ପର୍କ ସମ୍ବେଦନଶୀଳତାର ସମ୍ମାନ
ସୋଭିଏତ ଯୁଗରୁ ଦୁଇଦେଶ ମଧ୍ୟରେ ବିଶେଷ ସମ୍ପର୍କ ରହିଛି
ମୋଦୀଙ୍କୁ ପୁଟିନ୍ ବନ୍ଧୁ ବୋଲି ପୁଣି ଅଭିହିତ କରିଛନ୍ତି
ମୋଦୀଙ୍କ ସନ୍ତୁଳିତ ନେତୃତ୍ୱର ପ୍ରଶଂସା କରିଛନ୍ତି ପୁଟିନ୍
ଭାରତରୁ କୃଷି ଉତ୍ପାଦ, ଔଷଧ ଓ ଚିକିତ୍ସା ସାଧନ କିଣିବ ଋଷ
ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗର ସମ୍ଭାବନା ଅପାର
ଭାରତ ଗସ୍ତ କରି ମୋଦୀଙ୍କୁ ଭେଟିବାକୁ ଆଗ୍ରହୀ ବୋଲି କହିଛନ୍ତି ପୁଟିନ୍